ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ ଜିଲା ନରସିଂହପୁର ଅଞ୍ଚଳରେ ଝିଅର ବିବାହ ପାଇଁ ଠିକ୍‌ କରିଥିଲେ। ଆଉ କିଛିଦିନ ପରେ ବିବାହ ପାଇଁ ଉଭୟ ପରିବାର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ବିଶେଷସୂତ୍ରରୁ ଖବର ପାଇ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ଲକ୍ଷ୍ମୀ ଦାସ, ସୁପରଭାଇଜର କଳ୍ପନା ମିଶ୍ର, ଟୁନି ଦାଶ ଓ ଚାଇଲ୍ଡଲାଇନର ଆନନ୍ଦ ଚନ୍ଦ୍ର ବେହେରା ଗ୍ରାମରେ ପହଞ୍ଚି ନାବାଳିକା ମା’ଙ୍କୁ ବୁଝାଶୁଝା କରିବା ସହ ବିବାହ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଜଣେ ଦିବ୍ୟାଙ୍ଗ ମହିଳା। ଆର୍ଥିକ ଅନଟନ ଲାଗିରହିଥିବାବେଳେ ଝିଅର ବିବାହ ହୋଇପାରିବ କି ନାହିଁ ଭାବି ତାଙ୍କ ମା’ ମାଟ୍ରିକ ପରୀକ୍ଷା ପରେ ପରେ ବିବାହ କରାଇଦେବାକୁ ମନସ୍ଥ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର,୨୯।୮(ଡି.ଏନ୍‌.ଏ): ପାରମ୍ପରିକ ଜୈବିକ ଚାଷର ପ୍ରଚାର ପ୍ରସାର କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିବା ପଦ୍ମଶ୍ରୀ କମଳା ପୂଜାରୀ ସୋମବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।...

ନୂଆଁଖାଇ ପୂର୍ବରୁ ଦେବୀଦେବ ଉପାସନା

ରିଷିଡା,୨୭।୮(ଡି.ଏନ.ଏ.): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଉ ୬ ଦିନ ରହିଲା । ନୂଆଁଖାଇ ପର୍ବ ପାଳନ କରିବା ପାଇଁ ଏବେଠୁ ଲୋକେ ନିଜକୁ ପ୍ରସ୍ତୁତ...

ସହଯୋଗ ବିନା ଉନ୍ନୟନମୂଳକ କାର୍ଯ୍ୟ ଅସମ୍ଭବ

ଫୁଲବାଣୀ ଅଫିସ, ୮ା୨-ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅଙ୍ଗଦ...

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲାର ୨ ଶହ ଜିଲା ପରିଷଦ ଜୋନ୍‌ ଓ ୧୬୬୯...

ସମ୍ବିତଙ୍କ ପରେ ପ୍ରୀତିନନ୍ଦାଙ୍କ ପ୍ରତିକ୍ରିୟା: କହିଲେ ‘ଭାଜପାରେ ଯୋଗ ଦେବା ଭଳି ଛାଡ଼ିବା ମଧ୍ୟ ବାପାଙ୍କ ନିଷ୍ପତ୍ତି’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବୁଧବାର ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସରଗରମ। ଏହାକୁ ନେଇ ପୁଅ ତଥା ପାରାଦୀପ...

ରାସ୍ତାରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ଢେଙ୍କିକୋଟ/କେନ୍ଦୁଝର,୨ା୯(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା...

ତଥ୍ୟ ଦେଉନାହାନ୍ତି କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲା ଘୁଞ୍ଚି ଘୁଞ୍ଚି ଯାଉଛି। କେନ୍ଦ୍ରୀୟ ସଂସ୍ଥା ଉଭୟ ଓଡ଼ିଶା କିମ୍ବା ଛତିଶଗଡ଼କୁ ତଥ୍ୟ ଦେଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ...

ଓଜେଇଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...

Advertisement
Archives

Model This Week