Posted inଜାତୀୟ

ରେଳ ଷ୍ଟେଶନରେ ମାଟି କପରେ ବିକ୍ରି ହେବ ଚା’: ଘୋଷଣା କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧-ବର୍ତ୍ତମାନ ସାରା ଦେଶରେ ରହିଥିବା ୪୦୦ ରେଳ ଷ୍ଟେଶନରେ ମାଟି ପାତ୍ରରେ ଚା ବିକ୍ରି ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ସବୁ ଷ୍ଟେଶନରେ ଏଭଳି ସୁବିଧା କରିବା ଉପରେ ସରକାର ବର୍ତ୍ତମାନ ଯୋଜନା କରୁଛନ୍ତି। ରାଜସ୍ଥାନରେ ରେଲଓ୍ବେର ଏକ ପ୍ରକଳ୍ପ ଉଦଘାଟନ କରି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ମାଟିପାତ୍ର ଚା ବିକ୍ରି ହେବା ଯୋଗୁ ଏହା ପରିବେଶ ଉପଯୋଗୀ ହୋଇପାରିଛି। ଏହା ପ୍ଲାଷ୍ଟିକ ବ୍ୟବହାର କମାଇଥିବା ସେ ମତ ଦେଇଛନ୍ତି। ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଦିଗରେ ଏଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। ଏହାକୁ ବିଚାର କରି ସାରା ଦେଶରେ ରହିଥିବା ରେଳ ଷ୍ଟେଶନଗୁଡିକରେ ମାଟି ପାତ୍ରରେ ଚା ବିକ୍ରି ନେଇ ଯୋଜନା ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ସେ ପୁଣି କହିଛନ୍ତି ଯେ, ରେଲଓ୍ବେର ବିକାଶ ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ସାରା ଦେଶରେ ରେଳ ଲାଇନ ବିଦ୍ୟୁତୀକରଣ ହେଲେ ପରିବେଶ ସୁରକ୍ଷା ଏବଂ ଇନ୍ଧନ, ଅର୍ଥ ଏବଂ ସଞ୍ଚୟ ଦିଗରେ ଏହା ଯୋଗଦାନ ରଖିବ। କୃଷିଜାତ ସାମଗ୍ରୀର ପରିବହନ ଦିଗରେ ମଧ୍ୟ ରେଲଓ୍ବେର କାର୍ଯ୍ୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନାଦେଶକୁ ସ୍ବୀକାର କଲେ ରାହୁଲ

ନୂଆଦିଲ୍ଲୀ,୨।୫: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଜନାଦେଶକୁ ବିନମ୍ରତାର ସହ ଗ୍ରହଣ...

ଅନ୍‌ଲକ୍‌-୩: ମେଟ୍ରୋ-ସ୍କୁଲ୍‌ ରହିବ ବନ୍ଦ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍‌ଲକ୍‌-୨...

ସିବିଏସ୍‌ଇ ଦଶମ ପରୀକ୍ଷା ରଦ୍ଦ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।...

ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପିଙ୍କୁ କରୋନା

ପ୍ରୟାଗରାଜ,୧୬।୬: ଉତ୍ତରପ୍ରଦେଶ ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଆସିବା ପରେ ମଙ୍ଗଳବାର ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି...

ରାକେଶ ଭଦୌରିଆ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.): ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ହାଲୁକା ଲଢ଼ୁଆ ବିମାନ ତେଜସ୍‌ର ପରୀକ୍ଷାମୂଳକ...

ଦିଲ୍ଲୀ ଅଗ୍ନିକାଣ୍ଡ: ଫାୟାର ମ୍ୟାନ୍‌ ରାଜେଶ ଶୁକ୍ଳା ନିଆଁ ଭିତରୁ ୧୧ ଜଣଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଝାନ୍ସୀ ରୋଡଠାରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନିଜ...

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି...

ଦେଶ ପାଇଁ ୫ ଅଗଷ୍ଟ ଶୁଭଦିନ: ଭାଜପା

ନୂଆଦିଲ୍ଲୀ,୫ ।୮: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଦୀର୍ଘ ୪୧ ବର୍ଷ...

Advertisement


Archives

Model This Week