ରେଳ ବିଭାଗ ସାଇଟ୍‌କୁ ହ୍ୟାକ୍‌ କରି ଟିକେଟ ବିକ୍ରି ଧରାପଡ଼ିଲା: ବାଲିଆପାଳରୁ କ୍ୟାଫେ ମାଲିକ ଗିରଫ

ବାଲିଆପାଳ, ୩।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳର ଏକ ଇଣ୍ଟରନେଟ୍‌ କ୍ୟାଫେ୍‌ ଉପରେ ରେଳବାଇ ପୋଲିସ ରବିବାର ପୂର୍ବାହ୍ନରେ ଚଢ଼ାଉ କରି ଏହାର ମାଲିକ ଗୁରୁ ପ୍ରସାଦ ଦାସଙ୍କୁ ଗିରଫ କରିଛି। ସେଠାରେ ରେଳ ବିଭାଗର ସାଇଟ୍‌କୁ ହ୍ୟାକ୍‌ କରି ବିଭିନ୍ନ ଟ୍ରେନର ଟିକେଟ କାଟି ବେଆଇନ ଭାବେ ଚଢାଦରରେ ବିକ୍ରି କରାଯାଉଥିଲା। ଏ ସଂକ୍ରାନ୍ତ ସୂଚନାକୁ ଆଧାର କରି ରେଳବାଇ ଖଡ଼ଗପୁର ଡିଭିଜନ ଟାସ୍କଫୋର୍ସ ଅଧିକାରୀ କେ. ସମଜଦାର, ବାଲେଶ୍ୱର ରେଳ ବିଭାଗ ପୋଲିସ ଜେ.କେ. ମହାପାତ୍ର ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରି ଯାଞ୍ଚ କରିଥିଲେ। ଚଢାଉ ବେଳେ ସେଠାରୁ କମ୍ପ୍ୟୁଟର ଏବଂ ପ୍ରିଣ୍ଟର ଆଦି ଜବତ ହୋଇଛି। ଗିରଫ କ୍ୟାଫେ ମାଲିକ ଗୁରୁ ପ୍ରସାଦଙ୍କୁ ପ୍ରଥମେ ବାଲିଆପାଳ ଥାନା ଏବଂ ପରେ ବାଲେଶ୍ୱର ରେଳବାଇ ଥାନାକୁ ନିଆଯାଇ ପଚରାଉଚୁରା କରାଯାଉଥିବା ରେଳବାଇ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପୁଆ ନଦୀ ପ୍ରଦୂଷଣ ମୁକ୍ତ ଦାବି

ଆଠଗଡ,୪ା୭(ସ୍ବ.ପ୍ର.): ସାପୁଆ ନଦୀକୁ ପ୍ରଦୂଷଣ ମୁକ୍ତ ଓ ଗୋଡ଼ିଝରିଆ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟଜଳ ଯୋଗାଇବାକୁ ଆଠଗଡ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ଏନେଇ...

ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି।...

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଜିଲା ଓକିଲ ସଂଘ ବିଗତ ସାତ ବର୍ଷ ହେଲା ଆନ୍ଦୋଳନ ଚଳାଇଆସିଛି। ଏ ନେଇ ମଙ୍ଗଳବାର...

ବାଘମରା କ୍ରଶର ଉପରେ ଚଢ଼ାଉ:  ଲାଲ୍‌ ପତାକା ଲଗାଇଲେ ତହସିଲଦାର

ସଜନାଗଡ଼, ୨୦।୩(ଡି.ଏନ.ଏ.)-ନୀଳଗିରି ତହସିଲ ଅଧୀନରେ ଚାଲିଥିବା ବେଆଇନ ଖାଦାନ ଏବଂ କ୍ରଶରକୁ ସାବାଡ଼ କରିବାକୁ ପ୍ରଶାସନ ଉଦ୍ୟମ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରାରେ ଥିବା...

ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।...

ଭାରତ ବନ୍ଦରେ ଆଗୁଆ ଶୋଭାଯାତ୍ରା

ଭୋଗରାଇ, ୮।୧୨(ଡି.ଏନ୍‌.ଏ): ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ପାଞ୍ଚ ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନକରି ବାଲେଶ୍ୱର ଜିଲା...

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି...

ଝାଡ଼ଖଣ୍ଡ ଗଲେ ୧୨୪ ଜଣ

ଅନୁଗୋଳ ଅଫିସ/ ଛେଣ୍ଡିପଦା, ୬।୫ – ଅନୁଗୋଳ ଜିଲାରେ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ଶ୍ରମିକମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଅନୁଗୋଳ ଜିଲା ପ୍ରଶାସନ...

Advertisement
Archives

Model This Week