ରେଳବାଇରୁ ଯାତ୍ରାମଞ୍ଚ

ସୁଧାଂଶୁ ଶେଖର ବସନ୍ତ! ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ ଅଭିନେତା; ଯାହାଙ୍କ ରକ୍ତରେ ଯାତ୍ରା ମିଶି ଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ମହାକାଳପଡ଼ାର କାଂଶପାଳ ଗ୍ରାମରେ ଜନ୍ମ ହୋଇଥିବା ଏହି ବ୍ୟକ୍ତି ଜଣକ ଯେମିତି ଜନ୍ମ ହୋଇଥିଲେ ଅଭିନୟ କରିବା ପାଇଁ। ପିଲାଟି ବେଳୁ ନାଚ, ଯାତ୍ରା, ଅଭିନୟ ପ୍ରତି ରୁଚି ଥିଲା। ବଡ଼ ହୋଇ ଗାଁ ଡ୍ରାମାରେ ଅଭିନୟ କଲେ। ସ୍କୁଲ୍‌, କଲେଜରେ ତାଙ୍କର ସୁନାମ ହେଲା। ଯେଉଁଠି ବି ଯାତ୍ରା ହେଉଥିଲା ସେଠାକୁ ସେ ଛୁଟି ଯାଉଥିଲେ କେବେ ଦର୍ଶକ ହୋଇ ତ କେବେ ଅଭିନେତା ହୋଇ। ଦିନକର ଘଟଣା। ସୁଧାଂଶୁ ନିଜର ସାଙ୍ଗମାନଙ୍କ ସହିତ ପାଖ ଗଁାରେ ହେଉଥିବା ଡ୍ରାମା ଦେଖିବା ପାଇଁ ଯାଇଥାନ୍ତି। ଡ୍ରାମା ହେବାକୁ ଅଳ୍ପ କିଛି ସମୟ ବାକିଥାଏ। ହଠାତ ଜଣେ କଳାକାର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ମେଡ଼ିକାଲ ନିଆଗଲା। କ’ଣ କରାଯିବ? ଡ୍ରାମା କେମିତି ହେବ? ଆୟୋଜକଙ୍କ ମୁଣ୍ଡରେ କିଛି ପଶୁ ନ ଥାଏ। ଡ୍ରାମା ନିର୍ଦ୍ଦେଶକଙ୍କ ନଜର ସୁଧାଂଶୁଙ୍କ ଉପରେ ପଡ଼ିଲା। ସେ ତାଙ୍କୁ ଆଗରୁ ଜାଣିଥିଲେ। ସେ କହିଲେ, ତୁମେ ମେକ୍‌ଅପ୍‌ ନିଅ। ଆଉ ମଞ୍ଚକୁ ଯାଅ। ପ୍ରମ୍ପଟିଂ ହେବ। ତମେ ଅଭିନୟ କରିବ। ସେଇଆ ହେଲା। ସୁଧାଂଶୁ ସେଦିନ ଅଭିନୟ କଲେ। ତେବେ ଯିଏ ପ୍ରମ୍ପଟିଂ କରୁଥିଲେ ସେ ଥିଲେ ଅଭିନେତା ଜଳଧର ସ୍ବାଇଁ। ସୁଧାଂଶୁଙ୍କ ଅଭିନୟ ତାଙ୍କୁ ବେଶ୍‌ ଭଲ ଲାଗିଲା। ପୁଣି ବିନା ରିହର୍ସାଲରେ ତାଙ୍କର ଅଭିନୟ ତାଙ୍କୁ ଚମତ୍କୃତ କରିଦେଲା। ସେ ଜାଣିଲେ, ଏଇ ଯୁବକଟି ଭିତରେ ଜଣେ ବଡ଼ କଳାକାର ଲୁଚି ରହିଛି। ସେ ହିଁ ତାଙ୍କୁ କହିଲେ, ପେସାଦାର ଯାତ୍ରାପାର୍ଟିକୁ ଆସିବା ପାଇଁ। ଖାଲି କହିଲେନି। ନିଜେ ଆଣି ‘ରଘୁନାଥ କଳାକୁଞ୍ଜ ପଞ୍ଚୁପାଣ୍ଡବ ଅପେରା’ରେ ରଖେଇଲେ। ସେଠାରେ ଜଣେ ପେସାଦାର କଳାକାର ଭାବରେ ଅଭିନୟ କଲେ ସୁଧାଂଶୁ। ଏହାପରେ ଚାରିବର୍ଷ ଗ୍ୟାପ୍‌। କାରଣ ତାଙ୍କର ଶାଳକ ରେଳବାଇର ଜଣେ ଡ୍ରାଇଭର। ସେ ତାଙ୍କୁ ନେଇ ରେଳବାଇରେ ଭର୍ତ୍ତି କରିଦେଲେ। କଷ୍ଟେମଷ୍ଟେ ଚାରିବର୍ଷ ରେଳବାଇରେ କାମ କଲେ ସୁଧାଂଶୁ। ହେଲେ ଯାହାଙ୍କର ଜନ୍ମ କଳା ପାଇଁ ସେ କ’ଣ ଅନ୍ୟ କୌଣସି କାମ କରି ନିଜକୁ ସନ୍ତୁଷ୍ଟ କରିପାରିବ। ତେଣୁ ସୁଧାଂଶୁ ସେ ଚାକିରିକୁ ବାଏ ବାଏ କରି ଫେରିଲେ ଯାତ୍ରାକୁ। ଯୋଗଦେଲେ ‘ଅମ୍ବିକା ଅପେରା’ରେ। ପରେପରେ ‘ତ୍ରିବେଣୀ ଅପେରା’, ‘ସୁକନ୍ୟା ଗଣନାଟ୍ୟ’, ‘ଅଷ୍ଟଶମ୍ଭୁ ଗଣନାଟ୍ୟ’, ‘ଦୁର୍ଗାଶ୍ରୀ’, ‘ପୃଥିବୀ ଅପେରା’, ତ୍ରିନାଥ ଗଣନାଟ୍ୟ, ‘ଶିବାନୀ ଗଣନାଟ୍ୟ’, ‘ଯାତ୍ରା ଦର୍ଶକ ମହଲ’ ଏବଂ ‘ସ୍ବର୍ଣ୍ଣ ମହଲ’ ଆଦିରେ ସେ ଯୋଗ ଦେଇଛନ୍ତି। ସେ ଅଭିନୟ କରିଥିବା ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯୋଡ଼ି ହେଇଗଲା ଭଙ୍ଗା ଆଇନା’, ‘ବିଡିଓ ବାବୁ ନମସ୍କାର’, ‘ତମ ସହରକୁ ନମସ୍କାର’, ‘ଅମଣିଷ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ହେ ଈଶ୍ୱର କୋଟି ନମସ୍କାର’, ‘ଅଗ୍ନି ପରୀକ୍ଷା’, ‘ଭୁବନେଶ୍ୱର ନୁହେଁ କାହାର’, ‘ଭଲ ମଣିଷକୁ ଭରସା ନାହିଁ’, ‘ଆଲୋ କେତକୀ ଆ ରାତିକି’ ଏବଂ ଆହୁରି ଅନେକ। ବଲିଉଡ୍‌ ମେଗାଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ନିଜର ମଡେଲ ବୋଲି ଭାବୁଥିବା ଏହି କଳାକାର ସମ୍ପ୍ରତି ଯାତ୍ରା ସ୍ବର୍ଣ୍ଣମହଲରେ ଅଭିନୟ ଜାରି ରଖିଛନ୍ତି। ସ୍ବର୍ଣ୍ଣ ମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ହେଉଛି ‘ଗୀତାକୁ ଛୁଇଁଲେ ପାପ’, ‘ପ୍ରେମ ସବାରିରେ ପ୍ରୀତି ନାୟିକା’, ‘ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା’, ‘ପ୍ରେମରେ ଲାଗିଛି ନିଅଁା’, ‘କେମିତିକା ନାରୀ ତୁ’। ଆସନ୍ତା ୨୦୧୯-୨୦ ଯାତ୍ରା ସିଜନରେ ଏହି କଳାକାରଙ୍କୁ ‘ସୂର୍ଯ୍ୟ ମହଲ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

ସଞ୍ଜୟଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏବେ ସେ ତାଙ୍କ...

ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ

ଟିଭି ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍‌ ବସ୍‌’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍‌ ବସ୍‌ ଘରେ...

୫ମ ମହଲାରୁ ଖସିପଡ଼ି ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତ୍ୟୁ

ବମ୍ବେ: ହୋଲିରେ ଅଘଟଣ। ଗୋଟିଏ ପଟେ ଯେଉଁଠି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏଭଳି ଦିନରେ ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ଗିରିଶ...

‘ବେଲା ହେଡିଡ୍‌’ ବିଶ୍ୱର ସବୁଠୁ ସୁନ୍ଦରୀ

ନୂଆଦିଲ୍ଲୀ: ଗ୍ରୀକ୍‌ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍‌ ମଡେଲ୍‌ ବେଲା ହେଡିଡ୍‌ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍‌ଡେନ୍‌ ରେସିଓ ଅଫ୍‌ ବିଉଟି...

ବିବାହ ଡ୍ରେସ୍‌କୁ ନେଇ ଟ୍ରୋଲ ହେଲେ ନେହା କକ୍କର, କହିଲେ ସବ୍ୟସାଚୀ ଦେଇଛନ୍ତି ଉପହାର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଚଳିତବର୍ଷର ଚର୍ଚ୍ଚିତ ବିବାହ। ଏହି ବିବାହ ଉତ୍ସବରେ ନେହାଙ୍କ ପରିବାରବର୍ଗ...

ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ...

ମଧୁବାଲାଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବେ ଇମ୍‌ତିଆଜ୍‌ ଅଲ୍ଲୀ

ବମ୍ବେ: ବେଗମ୍‌ ମୁମତାଜ ଜେହାନ ଦେହଲବୀ ଓରଫ ମଧୁବାଲାଙ୍କ ଜୀବନକାହାଣୀ ଉପରେ ନିର୍ମିତ ହେବ ବାୟୋପିକ୍‌। ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିଆଜ ଅଲ୍ଲୀ ଏହାକୁ ନିର୍ମାଣ...

Advertisement
Archives

Model This Week