ରେଳବାଇରୁ ଯାତ୍ରାମଞ୍ଚ

ସୁଧାଂଶୁ ଶେଖର ବସନ୍ତ! ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ ଅଭିନେତା; ଯାହାଙ୍କ ରକ୍ତରେ ଯାତ୍ରା ମିଶି ଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ମହାକାଳପଡ଼ାର କାଂଶପାଳ ଗ୍ରାମରେ ଜନ୍ମ ହୋଇଥିବା ଏହି ବ୍ୟକ୍ତି ଜଣକ ଯେମିତି ଜନ୍ମ ହୋଇଥିଲେ ଅଭିନୟ କରିବା ପାଇଁ। ପିଲାଟି ବେଳୁ ନାଚ, ଯାତ୍ରା, ଅଭିନୟ ପ୍ରତି ରୁଚି ଥିଲା। ବଡ଼ ହୋଇ ଗାଁ ଡ୍ରାମାରେ ଅଭିନୟ କଲେ। ସ୍କୁଲ୍‌, କଲେଜରେ ତାଙ୍କର ସୁନାମ ହେଲା। ଯେଉଁଠି ବି ଯାତ୍ରା ହେଉଥିଲା ସେଠାକୁ ସେ ଛୁଟି ଯାଉଥିଲେ କେବେ ଦର୍ଶକ ହୋଇ ତ କେବେ ଅଭିନେତା ହୋଇ। ଦିନକର ଘଟଣା। ସୁଧାଂଶୁ ନିଜର ସାଙ୍ଗମାନଙ୍କ ସହିତ ପାଖ ଗଁାରେ ହେଉଥିବା ଡ୍ରାମା ଦେଖିବା ପାଇଁ ଯାଇଥାନ୍ତି। ଡ୍ରାମା ହେବାକୁ ଅଳ୍ପ କିଛି ସମୟ ବାକିଥାଏ। ହଠାତ ଜଣେ କଳାକାର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ମେଡ଼ିକାଲ ନିଆଗଲା। କ’ଣ କରାଯିବ? ଡ୍ରାମା କେମିତି ହେବ? ଆୟୋଜକଙ୍କ ମୁଣ୍ଡରେ କିଛି ପଶୁ ନ ଥାଏ। ଡ୍ରାମା ନିର୍ଦ୍ଦେଶକଙ୍କ ନଜର ସୁଧାଂଶୁଙ୍କ ଉପରେ ପଡ଼ିଲା। ସେ ତାଙ୍କୁ ଆଗରୁ ଜାଣିଥିଲେ। ସେ କହିଲେ, ତୁମେ ମେକ୍‌ଅପ୍‌ ନିଅ। ଆଉ ମଞ୍ଚକୁ ଯାଅ। ପ୍ରମ୍ପଟିଂ ହେବ। ତମେ ଅଭିନୟ କରିବ। ସେଇଆ ହେଲା। ସୁଧାଂଶୁ ସେଦିନ ଅଭିନୟ କଲେ। ତେବେ ଯିଏ ପ୍ରମ୍ପଟିଂ କରୁଥିଲେ ସେ ଥିଲେ ଅଭିନେତା ଜଳଧର ସ୍ବାଇଁ। ସୁଧାଂଶୁଙ୍କ ଅଭିନୟ ତାଙ୍କୁ ବେଶ୍‌ ଭଲ ଲାଗିଲା। ପୁଣି ବିନା ରିହର୍ସାଲରେ ତାଙ୍କର ଅଭିନୟ ତାଙ୍କୁ ଚମତ୍କୃତ କରିଦେଲା। ସେ ଜାଣିଲେ, ଏଇ ଯୁବକଟି ଭିତରେ ଜଣେ ବଡ଼ କଳାକାର ଲୁଚି ରହିଛି। ସେ ହିଁ ତାଙ୍କୁ କହିଲେ, ପେସାଦାର ଯାତ୍ରାପାର୍ଟିକୁ ଆସିବା ପାଇଁ। ଖାଲି କହିଲେନି। ନିଜେ ଆଣି ‘ରଘୁନାଥ କଳାକୁଞ୍ଜ ପଞ୍ଚୁପାଣ୍ଡବ ଅପେରା’ରେ ରଖେଇଲେ। ସେଠାରେ ଜଣେ ପେସାଦାର କଳାକାର ଭାବରେ ଅଭିନୟ କଲେ ସୁଧାଂଶୁ। ଏହାପରେ ଚାରିବର୍ଷ ଗ୍ୟାପ୍‌। କାରଣ ତାଙ୍କର ଶାଳକ ରେଳବାଇର ଜଣେ ଡ୍ରାଇଭର। ସେ ତାଙ୍କୁ ନେଇ ରେଳବାଇରେ ଭର୍ତ୍ତି କରିଦେଲେ। କଷ୍ଟେମଷ୍ଟେ ଚାରିବର୍ଷ ରେଳବାଇରେ କାମ କଲେ ସୁଧାଂଶୁ। ହେଲେ ଯାହାଙ୍କର ଜନ୍ମ କଳା ପାଇଁ ସେ କ’ଣ ଅନ୍ୟ କୌଣସି କାମ କରି ନିଜକୁ ସନ୍ତୁଷ୍ଟ କରିପାରିବ। ତେଣୁ ସୁଧାଂଶୁ ସେ ଚାକିରିକୁ ବାଏ ବାଏ କରି ଫେରିଲେ ଯାତ୍ରାକୁ। ଯୋଗଦେଲେ ‘ଅମ୍ବିକା ଅପେରା’ରେ। ପରେପରେ ‘ତ୍ରିବେଣୀ ଅପେରା’, ‘ସୁକନ୍ୟା ଗଣନାଟ୍ୟ’, ‘ଅଷ୍ଟଶମ୍ଭୁ ଗଣନାଟ୍ୟ’, ‘ଦୁର୍ଗାଶ୍ରୀ’, ‘ପୃଥିବୀ ଅପେରା’, ତ୍ରିନାଥ ଗଣନାଟ୍ୟ, ‘ଶିବାନୀ ଗଣନାଟ୍ୟ’, ‘ଯାତ୍ରା ଦର୍ଶକ ମହଲ’ ଏବଂ ‘ସ୍ବର୍ଣ୍ଣ ମହଲ’ ଆଦିରେ ସେ ଯୋଗ ଦେଇଛନ୍ତି। ସେ ଅଭିନୟ କରିଥିବା ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯୋଡ଼ି ହେଇଗଲା ଭଙ୍ଗା ଆଇନା’, ‘ବିଡିଓ ବାବୁ ନମସ୍କାର’, ‘ତମ ସହରକୁ ନମସ୍କାର’, ‘ଅମଣିଷ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ହେ ଈଶ୍ୱର କୋଟି ନମସ୍କାର’, ‘ଅଗ୍ନି ପରୀକ୍ଷା’, ‘ଭୁବନେଶ୍ୱର ନୁହେଁ କାହାର’, ‘ଭଲ ମଣିଷକୁ ଭରସା ନାହିଁ’, ‘ଆଲୋ କେତକୀ ଆ ରାତିକି’ ଏବଂ ଆହୁରି ଅନେକ। ବଲିଉଡ୍‌ ମେଗାଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ନିଜର ମଡେଲ ବୋଲି ଭାବୁଥିବା ଏହି କଳାକାର ସମ୍ପ୍ରତି ଯାତ୍ରା ସ୍ବର୍ଣ୍ଣମହଲରେ ଅଭିନୟ ଜାରି ରଖିଛନ୍ତି। ସ୍ବର୍ଣ୍ଣ ମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ହେଉଛି ‘ଗୀତାକୁ ଛୁଇଁଲେ ପାପ’, ‘ପ୍ରେମ ସବାରିରେ ପ୍ରୀତି ନାୟିକା’, ‘ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା’, ‘ପ୍ରେମରେ ଲାଗିଛି ନିଅଁା’, ‘କେମିତିକା ନାରୀ ତୁ’। ଆସନ୍ତା ୨୦୧୯-୨୦ ଯାତ୍ରା ସିଜନରେ ଏହି କଳାକାରଙ୍କୁ ‘ସୂର୍ଯ୍ୟ ମହଲ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri