ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨ ହେକ୍ଟର ଜଙ୍ଗଲ ଉଜୁଡିବ। କାରଣ କୁଞ୍ଜବନଗଡ ଜଙ୍ଗଲରୁ ୭୮୬, ଛଦେଶ ରିଜର୍ଭ ଫରେଷ୍ଟରୁ ୨୦୯୯, ନିଜ ଅନ୍ଧାରକୋଟ ଜଙ୍ଗଲରୁ ୬୪୬ ଗଛ ଏପରି ମୋଟରେ ୩୫୩୧ ଗଛ କଟାଯିବାର ରହିଛି। ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷେ ଗଛ କଟାଯିବା ଓ ବୃକ୍ଷ ରୋପଣ ପାଇଁ କାମ୍ପାରେ ରେଳ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କା ଡିପୋଜିଟ୍‌ କରିଛନ୍ତି।
ଲୋପ ପାଇବ ଜଡିବୁଟି ଔଷଧୀୟ ବୃକ୍ଷ
ଜଡିବୁଟିରେ ଔଷଧ ପ୍ରସ୍ତୁତ କରି ନୟାଗଡ଼ ଜିଲାରେ ଅନେକ ଲୋକ ଜିବୀକା ନିର୍ବାହ କରୁଛନ୍ତି। ଔଷଧ ପାଇଁ ସେମାନେ ଉକ୍ତ ବୃକ୍ଷଗୁଡିକୁ ବ୍ୟବହାର କରୁଛନ୍ତି। ହେଲେ ରେଳପଥ ଯିବା ଦ୍ୱାରା ଆତୁଣ୍ଡି, ଚାର, ଗୋହିଡା, ପଳାସ, କଖଡା, ହରିଡା, ଗୋହିରା, କଇଥ, ଛୈତନା, ଦରଡା, ଦନ୍ତୁରୀ, ଖେରଖୋରୀ ପରି ଔଷଧିୟ ବୃକ୍ଷ ଦଶପଲ୍ଲା ରେଞ୍ଜ ଅର୍ନ୍ତଗତ ଜଙ୍ଗଲରୁ ଲୋପ ପାଇବ। ଅନୁରୂପ ଭାବେ ମୟୂରଚୁଳିଆ, ହସ୍ତୀଯନ୍ତା, ବଜ୍ରମୂଳି, କଣ୍ଟିକପାଳି, ରକ୍ତ ଚିତାପାରୁ, ଜଟାମଂଶୀ, ଚକ୍ର କଦମ୍ବ ପରି ଅନେକ ଔଷଧିୟ ଗଛ ବଳିପଡିବ। ଅନ୍ୟପକ୍ଷେ ଆମ୍ବ, ଶାଳ, ପିଜୁଳି, ନିମ୍ବ ପରି ଗଛ ମଧ୍ୟ କଟାଯିବ । ତେବେ ଔଷଧିୟ ଗଛଗୁଡିକ ପୁଣି ସୃଷ୍ଟି କରାଯିବା କାଠିକର ପାଠ। ଏଥିରୁ ଅଧିକାଂଶ ଗଛର ନଁ। ବନ ବିଭାଗ ଜାଣି ନ ଥିବ।
ବଦଳାଯାଉ ରେଳପଥର ଗତିପଥ
ଜଙ୍ଗଲକୁ ଛାଡି ରେଳପଥର ଗତିପଥ ବଦଳାଇବାକୁ ଦାବି ଉଠିଛି । ଏ ନେଇ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ପୋଡାଡିହର ପରିବେଶବିତ୍‌ ତଥା ସାମାଜିକ କର୍ମୀ ବିଭୂତି ଭୂଷଣ ଦାଶ କୁହନ୍ତି, ବଣପାହାଡ ଘେରା ନୟାଗଡ ଜିଲାର ଔଷଧିୟ ବୃକ୍ଷ ଓ ଜଙ୍ଗଲକୁ ଉଜୁଡା ନ ଯାଉ। ରେଳପଥ ଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଜଙ୍ଗଲକୁ ବାଦ୍‌ ଦେଇ ରେଳପଥର ପୁଣି ସର୍ଭେ କରାଯାଉ। ନଚେତ୍‌ ମୁଁ ପ୍ରଥମେ ନୟାଗଡ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବି। ସୁଫଳ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବି। ରେଳପଥ ଗଲେ ନୟାଗଡ଼ ଜିଲାର ମହାବୀର ଖୋଲଠାରୁ ବୌଦ୍ଧ ଡିଭିଜନ ସଂଲଗ୍ନ କେତେ ଗଛ କଟାଯିବ ତା’ର ଠିକ୍‌ ଉତ୍ତର ମିଳିନି। କେବଳ ନୟାଗଡ ଜିଲାର ତଥ୍ୟ ସୂଚନା ଆଇନରେ ମିଳିଛି। ଆୟୁର୍ବେଦ ଆଚାର୍ଯ୍ୟ ବୃକ୍ଷବାବା ହରିଶରଣ ମହାରାଜା କୁହନ୍ତି, ନୟାଗଡ଼ ଜିଲାର ଜୈବ ବିବିଧତା ଅତ୍ୟନ୍ତ ମନୋରମ। ହେଲେ ଏହାକୁ ସୁରକ୍ଷା କରା ନ ଯାଇ ବିକାଶ ଆଳରେ ଧ୍ୱଂସ ଚାଲିଛି। ଦଶପଲ୍ଲା ରେଞ୍ଜର ଜଙ୍ଗଲ କଟାଯିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହାକୁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ କରାଯାଉ। ତେବେ ରେଳପଥକୁ ବିରୋଧ କରା ନ ଯାଉ। ଜଙ୍ଗଲକୁ ବାଦ୍‌ ଦେଇ ରେଳପଥ କରାଯାଉ।
ସଚେତନତାର ଆବଶ୍ୟକତା
ଗଛ କଟାଯିବା ଓ ଲଗାଯିବା ପାଇଁ ଟଙ୍କା ମଞ୍ଜୁର ହୋଇଛି। ଗଛ କଟାଯିବା ସୁବିଧା କଥା। ହେଲେ ଯେଉଁ ପରିମାଣ ଓ ଯେଉଁ ପ୍ରଜାତିର ଗଛ କଟାଯିବ ସେହି ଗଛ ଲଗାଇବା ସମ୍ଭବ ନୁହେଁ। ଯେଉଁ ଗଛ ଲଗାଯିବ ସେଥିରେ କିଛି ଲୋକ ଉପକୃତ ହେବେ। ଜିଲାବାସୀଙ୍କର କିଛି ଲାଭ ହେବ ନାହିଁ। ବରଂ କ୍ଷତି ହେବ। ପୁଣି ଗଛ ଲଗାଯିବା ପରେ ବଞ୍ଚତ୍ବ କି ନାହିଁ ତାହା ମଧ୍ୟ କହିବା ମୁସ୍କିଲ। ଏଭଳିସ୍ଥଳେ ସରକାର ରେଳପଥ ନେବା ଲାଗି ଜଙ୍ଗଲ କାଟିବା ଉପରେ ଗୁରୁତ୍ୱ ନ ଦେଇ ବିକଳ୍ପ ଚିନ୍ତା କରନ୍ତୁ ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ପରିବେଶବିତ୍‌ ସଞ୍ଜୟ ସାହୁ, ଗଛ ସାର୍‌ ଅନ୍ତର୍ଯାମୀ ସାହୁ କୁହନ୍ତି, ଜଙ୍ଗଲ କଟାଯିବା ନେଇ ସଚେତନତା ସୃଷ୍ଟି କରାଯାଉ। ଜିଲାବାସୀଙ୍କ ମତାମତ ନିଆଯାଉ। ଯଦି ଲୋକ ଜଙ୍ଗଲକୁ ବଳିଦେଇ ରେଳପଥ କରିବାକୁ ଆଗ୍ରହୀ ତେବେ ନିଆଯାଉ। ନଚେତ୍‌ ଗତିପଥ ବଦଳାଯାଉ। ଆମ ମତରେ ଜଙ୍ଗଲକୁ ଧ୍ୱଂସ କରା ନ ଯାଉ। ରାସ୍ତାକଡରେ ଆଉ ଛାଇ ମିଳୁନି। ଜଙ୍ଗଲ ଲୋପ ପାଇ ଚାଲିଛି। ସରକାର ଓ ଜନସାଧାରଣ ଚିନ୍ତା କରି ରେଲପଥ କାର୍ଯ୍ୟକୁ ତ୍ୱରାନ୍ବିତ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ...

ପୂର୍ବତନ ପୋଲିସ ଏସ୍‌ଆଇଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍‌ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ...

ଆଜି ବରଗଡ଼ରେ ପହଞ୍ଚିବ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ: ୨ଟି ରାସ୍ତାରେ ୧୪୪ ଧାରା ଲାଗୁ କଲା ପ୍ରଶାସନ

ବରଗଡ଼ ଅଫିସ,୧୩।୬: ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ ବରଗଡ଼ ଅଭିମୁଖେ ଆସୁଛି। ଶନିବାର ଦିନ ପ୍ରାୟ ୨ଟା ୩୦...

ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବନ୍ତ,୧୫।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ଜେତିିବାରେ ଲାଗିଛି। ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ‘ସମ୍ଭବ ଓଡ଼ିଶା’ ଆନୁକୂଲ୍ୟରେ ମଦ...

ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ତେଲକୋଇ, ୨୮।୭(ଡି.ଏନ.ଏ.)-ଆଦିବାସୀ ବହୁଳ ତେଲକୋଇ ବ୍ଲକ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ରହିଛି। ସ୍ବତନ୍ତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବା ଯୋଗୁ ଗ୍ରାମ ମଣ୍ଡପ...

ଦକ୍ଷତା ଦେଖାଇଲେ କୁନି ବୈଜ୍ଞାନିକ

କାମାକ୍ଷାନଗର, ୨୫।୮(ଡି.ଏନ.ଏ.) – କାମାକ୍ଷାନଗର ସରସ୍ବତୀ ଶିଶୁମନ୍ଦିରରେ ଶନିବାର ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ ଶିକ୍ଷାନୁଷ୍ଠାନର ୧୩୯ ଛାତ୍ରୀଛାତ୍ର ଅଂଶଗ୍ରହଣ...

କାଟି ଦେଲେ ଶହ ଶହ ଗଛ: ଅଭିଯୁକ୍ତଙ୍କୁ ଛାଡି ଦେଲା ବନ ବିଭାଗ

ବାମରା, ୨୪।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ବନାଞ୍ଚଳରେ ପ୍ରତିଦିନ ବେଆଇନ ଭାବରେ ଗଛକଟା ଚାଲିଛି। ଏ ନେଇ ଅଭିଯୋଗ ସତ୍ତ୍ବେ ବନ ବିଭାଗ...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

Coronavirus Update


Archives

Model This Week

Why Dharitri