ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫

କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ଶୁକ୍ରବାର ଚଳିତବର୍ଷର ଶେଷ କାର୍ଯ୍ୟନିର୍ବାହୀ ବୈଠକ(ଇସି) ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଦୁଃଖର ବିଷୟ ଏହି ବୈଠକରେ ମଧ୍ୟ ଅଧ୍ୟାପକ ନିଯୁକ୍ତି ନେଇ କେହି ମୁହଁ ଖୋଲି ନ ଥିଲେ। ଏ ସମ୍ପର୍କରେ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କୁହନ୍ତି, ଡିସେମ୍ବର ଶେଷ ସୁଦ୍ଧା ଅଧ୍ୟାପକ ନିଯୁକ୍ତି କାର୍ଯ୍ୟ ଆଗେଇବ। ଏବେ ବି ଆଇନଗତ କିଛି ସମସ୍ୟା ରହିଥିବା ସେ କହିଥିଲେ।

ଗତ ଏପ୍ରିଲ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରାଯିବାକୁ ନେଇ ଚିଠି ହୋଇଥିଲା। ଗତ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟାପକ ନିଯୁକ୍ତି ନେଇ ଆଲୋଚନା ମଧ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୨୪ ପ୍ରଫେସର ପଦବୀ, ୪୫ ଆସୋସିଏଟ୍‌ ପ୍ରଫେସର ପଦବୀ ଓ ୧୦୩ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ସଂକ୍ରାନ୍ତରେ ଆଲୋଚନା ହେବ ବୋଲି କୁଳପତି ପାତ୍ର ସୂଚନା ଦେଇଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ମୋଟ ୨୬୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଏବେ ଅଛନ୍ତି ୯୫ଜଣ। ୨୦୧୪ରୁ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଉପରେ ଏକ ପ୍ରକାର ଅଙ୍କୁଶ ଲାଗିଛି। ଏଥିଯୋଗୁ ପାଠପଢ଼ାଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ ପରିଚାଳନା କରିବାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହନ୍ତସନ୍ତ ହେଉଛନ୍ତି। ଇତିମଧ୍ୟରେ ଜଣେ କୁଳପତି ମଧ୍ୟ ପରିବର୍ତ୍ତନ ହୋଇସାରିଲେଣି। ୨୦୦୮ରେ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଦେବଦାସ ଛୋଟରାୟଙ୍କ ସମୟରେ ପ୍ରଥମେ ଅଧ୍ୟାପକ ନିଯୁକ୍ତି ହୋଇଥିଲା। ପରେ ୨୦୧୩ରେ ପୂର୍ବତନ କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ଥରେ ଅଧ୍ୟାପକ ନିଯୁକ୍ତି ହୋଇଥିଲା। ଏହା ପରେ ବିଜ୍ଞପ୍ତି ପ୍ରକାଶ କରାଯାଇ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଥିଲେ ମଧ୍ୟ କେତେଜଣ ବ୍ୟକ୍ତି ଏହାକୁ ବିରୋଧକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳରେ ୨୦୧୪ ପରଠାରୁ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ୨୯ଟି ପ୍ରଫେସର ପଦବୀ ମଞ୍ଜୁରୀପ୍ରାପ୍ତ ରହିଥିବାବେଳେ ୨୪ଟି ଖାଲି ରହିଛି। ସେହିପରି ୭୧ଟି ଆସୋସିଏଟ ପ୍ରଫେସର ପଦବୀ ମଞ୍ଜୁରୀପ୍ରାପ୍ତ ରହିଥିବାବେଳେ ଆସୋସିଏଟ ପ୍ରଫେସର ଅଛନ୍ତି ୨୬ଜଣ। ସେମାନଙ୍କ ମଧ୍ୟରୁ ୧୪ଜଣ ରିଡର । ୧୬୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁରୀପ୍ରାପ୍ତ ଥିବାବେଳେ ଏବେ ୧୦୩ଟି ଖାଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri