ରେଡିଓର ଜୟଯାତ୍ରା

ବସନ୍ତ କୁମାର ଦାସ
ପ୍ରକୃତରେ ସକାଳର ରେଡିଓ ତା’ର ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଯେଉଁ ସ୍ବର ପ୍ରସାରିତ ହୋଇଥାଏ, ସେଥିସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁପରିଚିତ। ମାର୍କୋନୀଙ୍କୁ ରେଡିଓର ଜନକ ଭାବେ ସମସ୍ତେ ଜାଣନ୍ତି, କିନ୍ତୁ ବାସ୍ତବରେ ରେଡିଓର ଜନକ ଆମ ଦେଶର ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ । ସରଳ, ସୁନ୍ଦର ସୂଚନା ପ୍ରଦାନକାରୀ ମାଧ୍ୟମ ହେଉଛି ରେଡିଓ। ରେଡିଓରୁ କଥା, କାହାଣୀ ଭାସିଆସିବା ବେଳେ ଲୋମ ଟାଙ୍କୁରି ଉଠେ। କାରଣ ଶିକ୍ଷା, ସୂଚନା ଓ ମନୋରଞ୍ଜନକୁ ନୂଆ ସ୍ବରରେ ଭିନ୍ନ ଢଙ୍ଗରେ ପରିବେଷଣ ସମସ୍ତଙ୍କ ମନ ମୋହିନିଏ। ଆମେ ଖାଦ୍ୟ ମେଳା, ମକର ମେଳା, ଭଳି ବହୁ ମେଳା କଥା ଶୁଣିଛେ। ହେଲେ ‘ରେଡିଓ ମେଳା’ ଏକ ନିଆରା ମେଳା। ଆଜିଠାରୁ ଦୁଇଦିନ ଧରି ଆମ ରାଜଧାନୀ ଭୁବନେଶ୍ୱରରେ ଏହା ଅନୁଷ୍ଠିତ ହେଉଛି ଓ ଏହା ହେଉଛି ଷଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା। ଏହା ବିଶ୍ୱ ରେଡିଓ ଦିବସ ଅବସରରେ ପାଳନ କରାଯାଉଛି।
ଚଳିତବର୍ଷ ଏହି ମେଳାର ମୁଖ୍ୟ ବିଷୟ ହେଉଛି ‘ସଂଳାପ, ସହନଶୀଳତା ଓ ଶାନ୍ତି’। ଏଥିରେ ଜାପାନ, ଆମେରିକା ଓ ବାଂଲାଦେଶର ରେଡିଓ ଷ୍ଟେଶନ ଭାଗନେବେ ଓ ଅନେକ ପରୁଣା ରେଡିଓର ବିରଳ ମଡେଲ୍‌ ପ୍ରଦର୍ଶିତ ହେବ। ଆଜିକାଲିର ମୋବାଇଲ ଯୁଗରେ ଏବେ ବି ରେଡିଓ ୯୯% ଲୋକଙ୍କ ପାଖରେ ପହଞ୍ଚିପାରିଛି ଓ ୨୦୧୮ ମସିହା ପରଠାରୁ ଏହାର ଶ୍ରୋତାମାନଙ୍କ ସଂଖ୍ୟା ୮% ବୃଦ୍ଧିପାଇଛି। ଏବେ ବି ମୋବାଇଲ ମାଧ୍ୟମରେ ଅନେକେ ରେଡିଓ ପ୍ରସାରଣ, ଏଫ୍‌ଏମ୍‌, ଏମ୍‌ଡବ୍ଲ୍ୟୁ (ମିଡିୟମ ଓ୍ବେଭ୍‌), ଏସ୍‌ଡବ୍ଲ୍ୟୁ (ଶର୍ଟ ଓ୍ବେଭ୍‌) ଓ କମ୍ୟୁନିଟି ରେଡିଓର କଥା ଓ ଗାଥା ଶୁଣି ପାରୁଛନ୍ତି। ରେଡିଓରୁ ଝଙ୍କୃତ ଶାରଦୀୟ ଚଣ୍ଡୀପାଠ, ଖବର, ସଙ୍ଗୀତ, ଧାରାବିବରଣୀ, ନାଟକ, ରୂପକ, ଧାରାବାହିକ ପାଲା, ଦାସକାଠିଆ, ଘୋଡ଼ାନାଚ, କେନ୍ଦରା ଓ ଖଞ୍ଜଣି ଗୀତ, ଧୁଡ଼ୁକି ଗୀତ, ବଂଶୀସ୍ବନ, ସୁଭାଷ ବୋଷ, ମହାତ୍ମା ଗାନ୍ଧୀଙ୍କ ଭଳି ରାଷ୍ଟ୍ରନେତାମାନଙ୍କ ଅବିକଳ କଣ୍ଠସ୍ବର ବେଶ୍‌ ମନୋଲୋଭା। ନିମାଇଁ ହରିଚନ୍ଦନ, ସୁନନ୍ଦା ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଭିକାରି ବଳ, ବାଳକୃଷ୍ଣ ଦାଶ, ଭୁପେନ୍‌ ହଜାରିକାଙ୍କ କଣ୍ଠସ୍ବର ସେମାନଙ୍କୁ ରେଡିଓ ଯୋଗୁ ଅମର କରି ରଖିଛି ଓ ରଖିଥିବ ମଧ୍ୟ। ଯତୀନ୍‌ ଦାସ ଓ ଅମୀନ୍‌ ସାହାଣୀଙ୍କ ସ୍ବରର ଲାଳିତ୍ୟ ଓ ମାଧୁର୍ଯ୍ୟ ସମ୍ମୋହନକାରୀ। ଅନେକ ସ୍ବର୍ଗୀୟ ନେତା, ସମାଜ ସଂସ୍କାରକ ଓ ସ୍ବାଧୀନତା ସଂଗ୍ରାମୀଙ୍କ କଣ୍ଠସ୍ବର ଆମକୁ ନେଇଯାଏ ଅନେକ ପଛକୁ ଓ ଅତୀତର ଲୋମହର୍ଷଣକାରୀ ଘଟଣାକୁ ମାନସପଟରେ ନୂଆ ରୂପ, ରସ ଓ ରଙ୍ଗ ଦେଇଥାଏ।
ଅନେକ ନୂଆ ପୁରୁଣା ରେଡିଓ, ହାମ୍‌ ରେଡିଓ ଓ ଗ୍ରାମୋଫୋନ୍‌ ଏହି ମେଳାରେ ସମସ୍ତଙ୍କ ପାଇଁ ପ୍ରଦର୍ଶିତ ହେବ। କଲ୍‌ସାଇନ୍‌ ମାଧ୍ୟମରେ ବିଭିନ୍ନ ହାମ୍‌ ରେଡିଓ ଅପରେଟର ଜରୁରିକାଳୀନ ପରିସ୍ଥିତି ତଥା ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ବାର୍ତ୍ତା ପ୍ରେରଣ କରାଯାଇପାରିବ ତାହା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ହାମ୍‌ ରେଡିଓର ଗୁରୁତ୍ୱାରୋପ କରିବେ। ରେଡିଓ ପ୍ରସାରକ, ଶ୍ରୋତା ଓ ଜକିଙ୍କୁ ପୁରସ୍କୃତ କରାଯିବ। ଏହି ସୁବିଧା ସମସ୍ତେ ନେଲେ ରେଡିଓ ମନୋରଞ୍ଜନ ଓ ଜ୍ଞାନବିଜ୍ଞାନର ପ୍ରମୁଖ ମାଧ୍ୟମ ହୋଇପାରିବ।
ନେତାଜୀ ସୁଭାଷ ବୋଷ ପ୍ରଥମେ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରି ଆଜାଦ୍‌ ହିନ୍ଦ ଫୌଜକୁ ସ୍ବାଧୀନତା ପୂର୍ବରୁ ବିଭିନ୍ନ ବାର୍ତ୍ତା ପ୍ରେରଣ କରି ଦେଶର ପ୍ରଥମ ପ୍ରସାରକଙ୍କ ଭୂମିକା ନିର୍ବାହ କରିଥିଲେ। ଆମ ଦେଶରେ ତା’ପରେ ୧୯୪୭ରେ ୬ଟି ସହର ଯଥା: ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ୍‌, ଲକ୍ଷ୍ନୌ ଓ ତ୍ରିଚିନାପଲ୍ଲୀଠାରେ ସରକାରଙ୍କ ତରଫରୁ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରାଯାଇଥିଲା। ୧୯୨୦ ନଭେମ୍ବର ୨ରେ ପ୍ରଥମେ ରେଡିଓ ଘୋଷକ ଲିଓ ରୋଜରବର୍ଗଙ୍କ ବାଣୀ ରେଡିଓରେ ବିଶ୍ୱବାସୀଙ୍କୁ ଶୁଣିବାକୁ ମିଳିଥିଲା। ଏହି ରେଡିଓ ମେଳା ବେସରକାରୀ ସ୍ତରରେ ହେଉଥିଲେ ହେଁ ସମଗ୍ର ଦେଶରେ ଏହା ଅଦ୍ୱିତୀୟ। ଫେବୃୟାରୀ ୧୬ ତାରିଖରେ କଟକଠାରେ ଅନ୍ୟ ଏକ ରେଡିଓ ଶ୍ରୋତା ସମ୍ମିଳନୀ ଅନୁଷ୍ଠିତ ହେବ। ସତରେ ଧୁଡିକିରୁ ଖଞ୍ଜଣି, ଚାଷରୁ ନିବେଶ, ଗାଈଚରାଳିରୁ ଚା ବିକାଳି, ଗଳ୍ପରୁ ଶିଳ୍ପ, କଣ୍ଠରୁ ଘଣ୍ଟ, ମାଟିରୁ ଆକାଶ, ମନ୍ତ୍ରୀରୁ ଯନ୍ତ୍ରୀ, ପୁରାଣରୁ ପରିବେଶ, ଧର୍ମରୁ ସଂସ୍କୃତି ପରି ବହୁ ବିଭାଗର କଥା ଓ ଗାଥା ରେଡିଓ ପରିବେଷଣ କରିଆସୁଛି ଓ ଆସୁଥିବ।
ସ୍ମାର୍ଟ ଫୋନ ଦ୍ୱାରା ଆପ୍‌ ଡାଉନଲୋଡ୍‌ କରି ମଧ୍ୟ ଏଥିରୁ ରେଡିଓ ଷ୍ଟେଶନଗୁଡ଼ିକର କାର୍ଯ୍ୟକ୍ରମ ଶୁଣିହେଉଛି। କାର ତଥା ମୋଟର ଗାଡିରେ ମଧ୍ୟ ରେଡିଓ କାର୍ଯ୍ୟକ୍ରମ ଯାତ୍ରା କରିବା ସମୟରେ ଶୁଣିହେବ। ଏହି ବିଶ୍ୱ ରେଡିଓ ଦିବସ ଅବସରରେ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଏକ ଫୋନ୍‌ ଇନ୍‌ କାର୍ଯ୍ୟକ୍ରମ ୧୦ଟା ୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। ଯେକୌଣସି ବ୍ୟକ୍ତି ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ନିଷ୍ପାଦନ କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବାର ସୁଯୋଗ ରହିଛି। ପୂର୍ବାପେକ୍ଷା ଏବର ରେଡିଓ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅଂଶଗ୍ରହଣ ଅଧିକ ଜୀବନ୍ତ ମନେହେଉଛି। ରେଡିଓ ଦୀର୍ଘାୟୁ ହେଉ ଓ ଏହାର ଜୟଯାତ୍ରା ଅବ୍ୟାହତ ରହୁ।
(ବିଶ୍ୱ ରେଡିଓ ଦିବସ ଉପଲକ୍ଷେ)
ଦାମନଯୋଡ଼ି,କୋରାପୁଟ, ମୋ-୯୪୩୭୯୧୧୫୮୫


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri