ରେଜିଷ୍ଟ୍ରେଶନ୍‌ ନ କରି ଫେରୁଛନ୍ତି ପ୍ରବାସୀ: ଏସ୍‌ଓପିରେ ସଂଶୋଧନ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟ ସରକାର ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ସ୍ବତନ୍ତ୍ର ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ ସହ ବସ୍‌ ଏବଂ ଟ୍ରେନ୍‌ଯୋଗେ ସେମାନଙ୍କୁ ଅଣାଯାଉଛି। ଏସବୁ ସତ୍ତ୍ୱେ କିଛି ଶ୍ରମିକ ବିନା ରେଜିଷ୍ଟ୍ରେଶନରେ ବସ୍‌ ଯୋଗେ ଫେରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଲାଗି ଏସ୍‌ଓପିରେ ସଂଶୋଧନ କରାଯାଇଛି। ଶ୍ରମିକଙ୍କୁ ନେଇ ଫେରୁଥିବା ବସ୍‌ଗୁଡ଼ିକୁ ଯାଞ୍ଚ ଲାଗି ସୀମା ଚେକ୍‌ ପଏଣ୍ଟରେ ଅପରେଶନ୍‌ ପାଇଁ ଏସ୍‌ଓପିରେ ସଂଶୋଧନ କରାଯାଇଥିବା ସୂଚନା ମିଳିଛି।

ସଂଶୋଧିତ ଏସ୍‌ଓପି ଅନୁଯାୟୀ, ରେଜିଷ୍ଟ୍ରେଶନ କରି ନ ଥିଲେ ଚେକ୍‌ ପଏଣ୍ଟରେ ଗାଡ଼ି ଡ୍ରାଇଭର ତଥ୍ୟ ଦେବେ। ଡ୍ରାଇଭରଙ୍କ ନାଁ ସହ ଲାଇସେନ୍ସ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଯାତ୍ରୀଙ୍କ ସଂଖ୍ୟା ଓ କେଉଁ ଜିଲାକୁ ଯିବେ ସେ ନେଇ ମଧ୍ୟ ତଥ୍ୟ ଦେବେ। ଆସୁଥିବା ବ୍ୟକ୍ତିଙ୍କ ନାଁ ପଞ୍ଜୀକରଣ ଯାଞ୍ଜ କରିବାକୁ ନିର୍ଦ୍ଦେଶ। ଯଦି କେହି କରି ନ ଥିଲେ ତୁରନ୍ତ ପଞ୍ଜୀକରଣ କରିବେ। ସୀମା ଚେକ୍‌ ପଏଣ୍ଟରୁ ଗନ୍ତବ୍ୟସ୍ଥଳକୁ ସିଧା ଆସିବ ବସ୍‌। ଏନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ସ୍ବତନ୍ତ୍ର ରିଲିଫ କମିଶନ ଚିଠି ଲେଖି ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ,୬ା୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ସକାଳ ୫ଟା ୧୮ମିନିଟ୍‌ରେ ଦ୍ୱାରଫିଟା ନୀତି ସମ୍ପନ୍ନ...

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌...

ମେଡିକାଲ ଅଫିସର ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ମେଡିକାଲ ଅଫିସର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ୧,୪୯୧ଜଣ ପରୀକ୍ଷା ଦେଇଥିବାବେଳେ...

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ବାଇକ୍‌ ଆରୋହୀଙ୍କ ମୃତ

ଆଠଗଡ,୨୬।୧୧(ଡି.ଏନ.ଏ.) କଟକ ଜିଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଗୁରୁବାର ରାତିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା ଗସ୍ତ ହୋଇଛି। ଏକ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ...

୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଦୁର୍ବଳ ହୋଇ ଛତିଶଗଡ଼ ଏବଂ ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଛି। ଆସନ୍ତା ୧୨...

ଯୋଡ଼ାରେ ୩ ଜଣଙ୍କ ସ୍ବାବ୍‌ ସଂଗ୍ରହ

ଯୋଡ଼ା, ୨୭।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ବାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ...

Advertisement
Archives

Model This Week