ରେଙ୍ଗାଳି ପ୍ରକଳ୍ପ କଲୋନୀରେ ୩ ହାତୀ

କଣିହଁ।, ୭।୭ (ଡି.ଏନ୍‌.ଏ) – ଅନୁଗୋଳ ଜିଲା କଣିହଁ। ବ୍ଲକ ରେଙ୍ଗାଳି ପ୍ରକଳ୍ପ କଲୋନୀରେ ଶୁକ୍ରବାର ରାତିରେ ୩ଟି ହାତୀ ପଶି ଆସି ଉପଦ୍ରବ କରିଛନ୍ତି। ଓଏଚ୍‌ପିସି ଟୁ ଷ୍ଟାର କଲୋନୀ ଓ ଆଇଟିଆଇ ଛାତ୍ରାବାସର ପାଚେରି ଭାଙ୍ଗିବା ସହ ହାତୀ ପଲ ଆମ୍ବ ଓ ପଣସ ଖାଇ ଦେଇଛନ୍ତି। ଏନେଇ ପ୍ରକଳ୍ପ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ରେଙ୍ଗାଳି ଡ୍ୟାମର ଓସିସି କଲୋନୀ ନିକଟବର୍ତ୍ତୀ ଓଏଚ୍‌ପିସିର ଟୁ ଷ୍ଟାର ବିଲ୍ଡିଂ କଲୋନୀରେ ୩ଟି ହାତୀ ପଶିଯାଇଥିଲେ। ଏହା ପରେ ହାତୀପଲ ସ୍ଥାନୀୟ ମୁଣ୍ଡା ବସ୍ତିରେ ପଶି ଘର ଭାଙ୍ଗିବା ସହ ଚାଉଳ ଖାଇଥିବା ଅଭିଯୋଗ ହୋଇଛି। ସକାଳ ହେବା ପରେ ହାତୀପଲ ନିକଟସ୍ଥ ପାହାଡ଼ ଅଞ୍ଚଳକୁ ଚାଲିଯାଇଥିଲେ। ବନ ବିଭାଗ ତୁରନ୍ତ ପ୍ରକଳ୍ପ ଅଞ୍ଚଳରୁ ହାତୀ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ କଣିହଁ। ବନାଞ୍ଚଳ ଅଧିକାରୀ ପ୍ରତାପ ରାଉଳ କହିଛନ୍ତି, ଦେବଗଡ ସୀମାନ୍ତରୁ ହାତୀ ପଲ ଆସିଛନ୍ତି। ବର୍ତ୍ତମାନ କଣିହଁ। ପ୍ରକଳ୍ପ ବିରୁପାଳ ଅଞ୍ଚଳରେ ହାତୀ ରହିଛନ୍ତି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ...

ହତାଶ ହେଉଛନ୍ତି ହିତାଧିକାରୀ

ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ...

କୋଇଲା ଖଣିରେ ଶ୍ରମିକ ମୃତ : ଚପା ଉତ୍ତେଜନା

ତାଳଚେର,୧୮।୭( ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଏକ କୋଇଲା ଖଣିର ଜଣେ ଡମ୍ଫର ଅପରେଟରଙ୍କ ମଙ୍ଗଳବାର ସାଇଲୋ ଅଫିସ ନିକଟରେ ମୃତ୍ୟୁ ଘଟିଛି। ସେ...

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି।...

ବଅଁରପାଳ ଛାତ୍ର ରେଭେନ୍‌ଶା ଟପ୍ପର

ବଅଁରପାଳ,୯।୬(ଡି.ଏନ.ଏ.) – ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍‌ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା...

ସାତକୋଶିଆରୁ ବିସ୍ଥାପନ ସ୍ଥଗିତ

ଅନୁଗୋଳ, ୨୭।୮(ଅମିତ ସାମଲ)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବସବାସ କରୁଥିବା ପରିବାର ବିସ୍ଥାପିତ ହେବେନାହିଁ। ବିସ୍ଥାପନ ପ୍ରକ୍ରିୟାରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ...

ଶଢ଼ୁଛି ଫସଲ, ବଢ଼ୁଛି କ୍ଷତି

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) କରୋନା କଟକଣା ପାଇଁ କ୍ଷତି ସହୁଛନ୍ତି ପରିବା ଚାଷୀ। ଏକର ଏକର ଜମିରେ ସେମାନେ କରିଥିବା ପରିବା ବିକ୍ରି କଷ୍ଟକର ହୋଇପଡୁଥିବାରୁ ତାହାକୁ ନେଇ ଚିନ୍ତାରେ...

Advertisement
Archives

Model This Week