Posted inଖେଳ

ରେକର୍ଡ ଭାଙ୍ଗିବାରୁ କୋହଲି, ବାବରଙ୍କୁ କ୍ଷମା ମାଗିଲେ ବ୍ୟାଟ୍ସମ୍ୟାନ

ଆମଷ୍ଟରଡାମ,୪।୧୦: ନେଦରଲାଣ୍ଡ କ୍ରିକେଟର ରାୟାନ ଟେନ୍‌ ଡୋସଚେଟଙ୍କଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପାକିସ୍ତାନ ସେନସେଶନ ବାବର ଆଜମ ପଛରେ ରହିଛନ୍ତି। ଦିନିକିଆ କ୍ରିକେଟରେ ଅତିକମ୍‌ରେ ଏକ ହଜାର ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡୋସଚେଟଙ୍କ ଆଭରେଜ ସର୍ବାଧିକ। ନିର୍ଦ୍ଦିଷ୍ଟ ଏହି ତାଲିକାରେ କୋହଲି ଦ୍ୱିତୀୟ ଓ ଆଜମ ୩ୟ ସ୍ଥାନରେ ରହିଛନ୍ତି। ଏ ନେଇ ନେଦରଲାଣ୍ଡର ସିନିୟର ବ୍ୟାଟ୍ସମ୍ୟାନ ଟୁଇଟ୍‌ କରି ଜଣାଇଛନ୍ତି। ନେଦରଲାଣ୍ଡ ପାଇଁ ୩୩ ମ୍ୟାଚ୍‌ ଖେଳିଥିବା ଡୋସଚେଟ ୬୭.୦୦ ଆଭରେଜରେ ୧୪୪୧ ରନ୍‌ କରିଛନ୍ତି। ତାଙ୍କ ପଛକୁ ଥିବା କୋହଲି ୬୦.୩୧ ହାରରେ ୧୧,୫୨୦ ରନ୍‌ କରିଥିବାବେଳେ ପାକିସ୍ତାନର ଆଜମ ୫୪.୫୫ ହାରରେ ୩୩୨୮ ରନ୍‌ କରିଛନ୍ତି। ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ପଛରେ ଥିବାରୁ ଡୋସଚେଟ କ୍ଷମାପ୍ରାର୍ଥନା କରିଛନ୍ତି। ଉଲ୍ଲେଖଥାଉ କି, ଡୋସଚେଟଙ୍କ ଦିନିକିଆ କ୍ୟାରିୟରରେ ୫ ଶତକ ରହିଛି। ତନ୍ମଧ୍ୟରୁ ଦୁଇ ଶତକ ୨୦୧୧ ବିଶ୍ୱକପ୍‌ରେ ଲଗାଇଥିଲେ। ସେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ପାଇଁ ୨୦୦୧୧ରୁ ୧୪ ପର୍ଯ୍ୟନ୍ତ ଖେଳିଥିଲେ। ୨୦୧୧ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟରୁ ହଠାତ୍‌ ଅବସର ନେଇଥିଲେ। ଚଳିତବର୍ଷ ଫେବୃୟାରୀରେ ଏହି ଅଲରାଉଣ୍ଡର ଅନ୍ତିମ ଟି୨୦ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଅଷ୍ଟ୍ରେଲିଆ ଟୁର୍‌ ପ୍ରଭାବିତ ହୋଇପାରେ

ନୂଆଦିଲ୍ଲୀ, ୩୦ା୩ (ପି.ଟି.)-କୋଭିଡ୍‌-୧୯ ମହାମାରୀ ବ୍ୟାପିବା ଆଶଙ୍କାରେ ଅଷ୍ଟ୍ରେଲିଆ ଏହାର ସୀମାକୁ ୬ମାସ ପାଇଁ ସିଲ୍‌ କରିଦେଇଛି। ଏହାଦ୍ୱାରା ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଟୁର୍‌...

ଗୋଟିଏ ମ୍ୟାଚ୍‌ରେ ଏକାଧିକ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍‌

ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପ୍ରଦର୍ଶନ ସହିତ ପ୍ରମାଣ କରିଛନ୍ତି ଯେ, ସିଂହ କେବେ ପୁରୁଣା ହୁଏ ନାହିଁ। ନ୍ୟୁଜିଲାଣ୍ଡ...

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି...

ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କୋଚି, ୨୧ା୧୦- ଇଣ୍ଡିଆନ ସୁପର ଲିଗ୍‌ ୨୦୧୯-୨୦ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ରନର୍ସ ଅପ୍‌ କେରଳ ବ୍ଲାଷ୍ଟର୍ସ ବିଜୟ ଲାଭ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ...

କ୍ଲିନ୍‌ ବୋଲ୍ଡ ହେବା ପରେ ରାଗରେ ନିଆଁବାଣ ହୋଇଗଲେ ଈଶାନ, କରିଦେଲେ ଏପରି କାମ ଯେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ ଜାରି ରଖିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ୧୮ ରନ୍‌ରେ...

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ...

ପ୍ରମୋଦଙ୍କୁ ହରାଇବା କଷ୍ଟକର: ଦିଲ୍ଲେଶ୍ୱର

ଭୁବନେଶ୍ୱର, ୩୦।୮- ପ୍ରମୋଦଙ୍କୁ ଏବେ ହରାଇବା କଷ୍ଟକର ବୋଲି ତାଙ୍କ ଡବଲ୍ସ ପାର୍ଟନର ଦିଲ୍ଲେଶ୍ୱର ରାଓ କହିଛନ୍ତି। ଏବେ ସେ ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ...

Advertisement
Archives

Model This Week