ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ନିରାଶ ହୋଇ ଫେରୁଛନ୍ତି ଯାତ୍ର୍ରୀ, ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ରୂପ୍‌ସା, ୧୫।୭(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା ରେଳ ଜଙ୍କସନ ଓ ଷ୍ଟେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଷ୍ଟେଶନରେ ଥିବା ୨ଟି ବୁକିଂ କାଉଣ୍ଟର ମଧ୍ୟରୁ ଗୋଟିଏ ବନ୍ଦ ରଖାଯିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଗୋଟିଏ କାଉଣ୍ଟରରୁ ପ୍ରତ୍ୟହ ରିଜର୍ଭେଶନ, ତତ୍କାଳ ଟିକେଟ ସାଙ୍ଗକୁ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତାୟାତ ପାଇଁ ଟିକେଟ କାଟିବାକୁ ମହିଳା, ପୁରୁଷଙ୍କ ସମେତ ବରିଷ୍ଠ ନାଗରିକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥାନ୍ତି।
ସୋମବାର ଟିକେଟ କାଉଣ୍ଟରରୁ ୨ନଂ. ପ୍ଲାଟଫର୍ମ ପର୍ଯ୍ୟନ୍ତ ଶତାଧିକ ଯାତ୍ରୀଙ୍କ ଧାଡ଼ି ଲାଗିଥିଲା। ଏକ ସମୟରେ ବାରିପଦା-ଭୁବନେଶ୍ୱର ସୁପରଫାଷ୍ଟ ଓ ଡାଉନ ବାଘାଯତୀନ ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ଲାଇନ୍‌ରେ ଛିଡ଼ା ହୋଇଥିବା ଯାତ୍ରୀମାନେ ଟିକେଟ କାଟିବା ପାଇଁ ବ୍ୟସ୍ତ ହୋଇପଡିଥିଲେ। ଯାତ୍ରୀମାନେ ନିଜ ନିଜ ମଧ୍ୟରେ ଠେଲାପେଲା ହୋଇଥିଲେ। ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଟିକେଟ ନ ପାଇ ଫେରିଯାଇଥିଲେ। ଜରୁରୀ ପରିସ୍ଥିତିରେ କେତେକ ଯାତ୍ରୀ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ।
ଗତ ୨୦୧୭ ଅକ୍ଟୋବର ୫ତାରିଖରୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁ ଗୋଟିଏ କାଉଣ୍ଟର ବନ୍ଦ ରଖାଯାଇଛି। ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ଅଭିଯୋଗକୁ ଭିତ୍ତି କରି ଡିଆରଏମ୍‌ଙ୍କ ନିର୍ଦ୍ଦେଶମତେ ପୁଣି କାଉଣ୍ଟର ଖୋଲା ଯାଇଥିଲା। ଯାତ୍ରୀମାନେ ସୁବିଧାରେ ଟିକେଟ କାଟି ଯାତାୟାତ କରିପାରୁଥିଲେ। କିଛିଦିନ ଯିବା ପରେ ପୁଣି ଟିକେଟ କାଉଣ୍ଟର ବନ୍ଦ ରଖାଯାଇଥିଲା। ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସମ୍ପାଦକ ସୁଧାକର ଗିରି, କର୍ମକର୍ତ୍ତା ନିରଞ୍ଜନ ବାରିକ ଓ ବିଧାନ ରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତଙ୍କୁ ପଚରାଯିବାରୁ କର୍ମଚାରୀ ଅଭାବ ଯୋଗୁ ଗୋଟିଏ ଟିକେଟ କାଉଣ୍ଟର ଖୋଲାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମାମୀ ଜଗନ୍ନାଥ ମନ୍ଦିର ୫ମ ପ୍ରତିଷ୍ଠା ଉତ୍ସବ: ୭୦ ଯୋଡ଼ିଙ୍କ ହାତଗଣ୍ଠି ପଡିଲା

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥ...

ଗ୍ରାମ ଜମିକୁ ନେଇ ବିବାଦ: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଜଳେଶ୍ୱର, ୪।୬(ସ୍ବ.ପ୍ର.)-ବହୁ ବର୍ଷ ପୂର୍ବରୁ ସୁବର୍ଣ୍ଣରେଖା ନଦୀ କେଶପୁରା ଗ୍ରାମ ଦେଇ ବହିଯାଇଥିଲା। ନଦୀ ଗତିପଥ ବଦଳାଇ ଥିବାରୁ ପୁରୁଣା ସ୍ଥାନରେ ପାଇକସିଦା ଓ କେଶପୁରା...

ସହରମୁହାଁ ହାତୀ, ବନ ବିଭାଗର ନିଦ ଭାଙ୍ଗୁନି

ବାଲେଶ୍ୱର ଅଫିସ,୨୭ା୬: ଜଙ୍ଗଲ ଛାଡ଼ି ସହରରେ ବୁଲୁଛି ଏକ ହାତୀ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବା...

୧୦ବର୍ଷର ପୁଅ ହୃତ୍‌ପିଣ୍ଡରେ ଛିଦ୍ର

ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ...

ରାସ୍ତା ବନ୍ଦ କରିବା ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୨୫।୮-ବାଲେଶ୍ୱର ସହରର ଉତ୍ତର-ପୂର୍ବ ଦିଗ ଓଟିରୋଡ୍‌ରେ ଥିବା ସରକାରୀ ଆଇଟିଆଇ କଲେଜ ପରିସରରେ ଦେଇ ଯାଇଥିବା ପକ୍କା ରାସ୍ତାକୁ ବନ୍ଦ କରିବା ଲାଗି...

୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍‌ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର...

ପାଣି ପିଇବା ବାହାନରେ ସୁନାଚେନ୍‌ ଲୁଟ୍‌ ଉଦ୍ୟମ: ଲୋକେ ନିର୍ଧୁମ ପିଟିବା ପରେ ପୋଲିସ ଜିମା ଦେଲେ

ବାହାନଗା, ୧୬ା୮(ଡି.ଏନ.ଏ.)-ବାହାନଗା ଦରଡିଆସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଘରକୁ ଜଣେ ଯୁବକ ପାଣି ପିଇବା ବାହାନାରେ ଯାଇ ଜଣେ ମହିଳାଙ୍କ...

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ...

Advertisement
Archives

Model This Week