ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟନା: ପରୀକ୍ଷା ଲାଗି ନମୁନା ବାହାରକେ ପଠାଗଲା

 

ଗୁଡ଼ଭେଲା,୨୭ା୮(ଡି.ଏନ୍‌.ଏ.):
ଗଲା ୧୯ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ସେନ୍‌ତା ୨୧ ତାରିଖ ବୁଧୁବାର ଧରିତ୍ରୀରେ ଫେନ୍‌ଘାଏ ଇ ଘଟନା ବାବ୍‌ଦେ ‘ଗଁାରେ ପୁହୁଁଚିଲେ ଡାକ୍‌ତରୀ ଦଲ’ ଶୀରଷକ୍‌ରେ ଖବର ବାହାରିଥିଲା। ସ୍ବାସ୍ଥ୍ୟ ବିଭାଗ୍‌ ଘଟନାକେ ଗୁରୁତ୍‌ ଦେଇ ଥିଲା। ଗଲା ୧୯ ତାରିଖ ସୋମବାର ଗୁଡ଼ଭେଲା ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ବିବେକାନନ୍ଦ ଧରୁଆକଁର ଦେଖ୍‌ରେଖରେ ଗୁଟେ ଡାକ୍‌ତରୀ ଦଲ୍‌ ରୂପେଲିକଁର ଘରେ ପୁହୁଁଚିଥିଲା। ଡାକ୍‌ତରୀ ଦଲ୍‌ ରୂପେଲିର ଦିହିପା ପରୀକ୍ଷା ନିରୀକ୍ଷା କରି ତାହାକୁ ଉଚ ଚିକିଛା ଲାଗି ବଲାଙ୍ଗୀର ଜିଲା ସହଜ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିସତ୍ା କେନ୍ଦ୍ର (ଡିଇଆଇସି)କେ ନେଇଥିଲା। ଘଟନା ବାବ୍‌ଦେ ଜିଲା ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କର୍ଯ୍ୟକ୍ରମର ପରିଚାଳକ କୃଷ୍ଣ ପ୍ରଧାନକୁଁ ପଚରାଲାରୁ ଶିଶୁ ବିଶେଷଜ୍ଞ ଡା.ସରୋଜ ତିହାଡ଼ି ରୂପେଲିର ଚିକିଛା କରୁଥିଲେ। ରୂପେଲିର ଅନେକ ପରୀକ୍ଷା ନିରୀକ୍ଷା ଲାଗି ରକତ୍‌ ନମୁନା ଠୁଲାଯାଇଛେ, ଏକ୍ସ-ରେ କରାଯାଇଛେ। ଇ ସବୁ ନମୁନାର ପରୀକ୍ଷା ଲାଗି ବାହାରକେ ପଠାଯାଇଛେ, ସେଠାନୁ ରିପୋର୍ଟ ଆଏଲା ଉତାରୁ ରୂପେଲିକେ କେନ୍‌କେ ଉଚ ଚିକିଛା ଲାଗି ପଠାଯିବା ସେଟା ଥିର କରାଯିବା ବଲି ସେ କହିଥିଲେ।
ପୂରବର ସୂଚନା ହିସାବେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ମେଘନାଦ ରଣାକଁର ଝି’ ହେଉଛନ୍‌ ରୂପେଲି(୩)। ସେ ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର ଦିହିପା ଖରାପ ହେଲା। ମା’ବାପ୍‌ ଝି’କେ ଅନେକ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଲେ। ଇଆଡ଼େ ରୂପେଲିର ମୁଡ଼ ବଢ଼ୁଥିଲାବେଲେ ସେ ହିସାବେ ଗୋଡ଼ହାତ୍‌ ନାଇଁ ବଢ଼ବାର। ବଏସ୍‌ ବଢ଼ୁଥିଲେ ବି ସେ ଚାଲବୁଲ କି କଥାବାରତା ନାଇଁ କରିପାରବାର। ସେନ୍‌ତା ତାହାକୁ ସବୁବେଲେ ସଜେ ବତ୍‌ରେ ପାଇ କଲେଯାଇ, ନାଇଁ ହେଲେ ଅନେକ ସମିଆରେ ତାକର ଗୋଡ଼ହାତ୍‌ ଭାଂଗି ଯାଉଛେ ଆର ଦିନାକେତେ ଉତାରୁ ତାର ମନ୍‌କେ ଯୁଡ଼ି ହେଇଯାଉଛେ। ଇଆଡ଼ ମେଘନାଦ କୁଲି ମଜୁରି କରି ଦୁଇ ପଏସା ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ସେ ଝି’ର ଉଚ ଚିକିଛା କଥା ଚିନ୍‌ତା କରି ନାଇଁପାରବାର। ସେନ୍‌ତା ଇ ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ବି ସାମିଲ ନାଇଁ ହେଇପାରି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

ପୁରୀରେ ସ୍କୁଲ ଛୁଟି ବଢ଼ିଲା, ଖୋର୍ଦ୍ଧାରେ ବଦଳିଲା ସମୟ

ପୁରୀ/ଖୋର୍ଦ୍ଧା,୧୮ା୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ ରହିଛି କାର୍ଯ୍ୟସୂଚୀ…

ଭୁବନେଶ୍ୱର,୧୮ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri