ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୨୫ ହଜାର କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ,୭-୧୧: ଦେଶ ମଧ୍ୟରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ପ୍ରାୟ ୧୬୦୦ ରିୟଲ ଇଷ୍ଟେଟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଞ୍ଜି ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ୨୫ ହଜାର କୋଟି ଟଙ୍କାର ଏକ ବେଲ୍‌ ଆଉଟ୍‌ ପାଣ୍ଠି ଗଠନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ପୁଣି ଆରମ୍ଭ କରି ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ନିଷ୍ପତ୍ତି ସରକାର ଘୋଷଣା କରିଥିବା ଜଣାପଡିଛି। ଏହାକୁ ଘୋଷଣା କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌)ରେ ସରକାର ୧୦,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଦ୍ୱାରା ପୁଞ୍ଜି ବ୍ୟବସ୍ଥା କରିବେ। ଏହାବାଦ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏବଂ ଲାଇଫ୍‌ଇନସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ୧୫,୦୦୦ କୋଟି ଟଙ୍କା ଯୋଗାଇ ଦେବେ। ଏହି ଭଳି ଭାବେ ମୋଟ ୨୫,୦୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବ। ମଧ୍ୟମ ଏବଂ ନିମ୍ନ ଆୟକାରୀ ଗ୍ରୁପର ମୋଟ ବନ୍ଦ ହୋଇ ପଡିଥିବା ୧୬୦୦ ପ୍ରକଳ୍ପରେ ୪.୫୮ ଲକ୍ଷ ୟୁନିଟ ହାଉସିଂର କାର୍ଯ୍ୟ ପୁଣିଥରେ ତ୍ୱରାନ୍ବିତ ହେବ। ଘର କ୍ରେତା ବିଲ୍‌ଡରଙ୍କୁ ଘର ନେବା ଲାଗି ଅଗ୍ରୀମ ପ୍ରଦାନ କରିଛନ୍ତି। ହେଲେ ବିଭିନ୍ନ କାରଣ ଲାଗି ପ୍ରକଳ୍ପଗୁଡିକ ଅଟକି ରହିଛି। ଲୋକମାନେ ଏହାକୁ ନେଇ ଅନେକ ସମସ୍ୟା ସାମ୍ନା କରିଥିବା ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଚାର କରି ପଦକ୍ଷେପ ନିଆଯାଇଛି ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି।
ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ ରିୟଲ ଇଷ୍ଟେଟ କ୍ଷେତ୍ରର କାର୍ଯ୍ୟକଳାପ ହ୍ରାସ ଘଟିଛି। ଏହି କ୍ଷେତ୍ର ଅନେକ ଲୋକଙ୍କୁ ନିଯୁକ୍ତି ଦେଉଥିବା ବେଳେ ଗତ ୨ ବର୍ଷରୁ ଅଧିକ ସମୟ ହେବ ଧିମାସ୍ଥିତିରେ ରହିଛି। ଦେଶର କୋର୍‌ ସେକ୍ଟର ଏହା ସିଧାସଳଖ ସମ୍ପର୍କ ରଖିଥିବାରୁ ଉକ୍ତ କ୍ଷେତ୍ରର ଉନ୍ନତି ହେଲେ ଏହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସିମେଣ୍ଟ, ଲୁହା ଏବଂ ଇସ୍ପାତ ଭଳି କ୍ଷେତ୍ରରେ ଚାହିଦା ବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ। ସେହିଭଳି ପ୍ରମୁଖ କ୍ଷେତ୍ରଗୁଡିକରେ ଲାଗି ରହିଥିବା ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବାରେ ଏହା କାର୍ଯ୍ୟ କରିବ। ଏହି ପାଣ୍ଠିକୁ ସରକାର ବଢାଇବା ଲାଗି କାର୍ଯ୍ୟ କରିବେ ବୋଲି ସୂଚନା ରହିଛି। ଏଆଇଏଫ୍‌ରେ ସୋଭରେନ୍‌ ଏବଂ ପେନ୍‌ଶନ ପାଣ୍ଠିଂ ଯୋଗ ଦେବା ନେଇ ଆଶା କରାଯାଉଛି। ଏନ୍‌ପିଏ ଘୋଷଣା ହୋଇଥିବା ପ୍ରକଳ୍ପ କିମ୍ବା ଇନସଲ୍‌ଭେନ୍ସି ପ୍ରକ୍ରିୟାରେ ଥିବା ପ୍ରକଳ୍ପଗୁଡିକ ଏଆଇଏଫ୍‌ର ବ୍ୟବହାର କରିପାରିବେ ବୋଲି ନିର୍ମଳା ପ୍ରକାଶ କରିଛନ୍ତି। ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ପରବର୍ତ୍ତୀ ପର୍ଯ୍ୟାୟ ପଦକ୍ଷେପ ଶୀଘ୍ର ନିଆଯିବା ନେଇ ସେ ମଙ୍ଗଳବାର ସୂଚନା ଦେଇଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ରିୟଲ ଇଷ୍ଟେଟ ପ୍ରକଳ୍ପ ଲାଗି ପ୍ୟାକଜ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ମୋଦି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ହେଲା ବଡ଼ ଘୋଷଣା, ଓଡ଼ିଶାକୁ…

ନୂଆଦିଲ୍ଲୀ,୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri