ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ

ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଟି-ସିରିଜ ଷ୍ଟୋରରେ ନୂଆ ମଡେଲଟିର ଉନ୍ମୋଚନ ହୋଇଥିଲା। ରିୟଲମିର ଓଡ଼ିଶା ସେଲ୍‌ସ ମୁଖ୍ୟ ନିଷ୍କଳଙ୍କ ମହାନ୍ତି, କମ୍ପାନୀର ସୁପରଷ୍ଟକିଷ୍ଟ ସୁମିତ କୁମାର ଅଗ୍ରଓ୍ବାଲ, ଲକ୍ଷ୍ମୀ ମୋବାଇଲ ଓନର ଟି.ନକୁଳ ସୁବଦ୍ଧି, ଟି-ସିରିଜ ଷ୍ଟୋର ଓନର ଦେବାନନ୍ଦ ମିଶ୍ର ଏବଂ ବିଜିନେସ ମ୍ୟାନେଜର ଡିବି ବାଣିଭୂଷଣ ବାରିକ ଏହାର ବଜାର ପ୍ରବେଶ କରାଇଛନ୍ତି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସର୍ବୋତ୍ତମ ଫିଚରଯୁକ୍ତ ମଡେଲ ଯୋଗାଣ ନେଇ ଏହାର ଶୁଭାରମ୍ଭ କରାଯାଇଥିବା ରାଜ୍ୟମୁଖ୍ୟ ନିଷ୍କଳଙ୍କ ମହାନ୍ତି କହିଛନ୍ତି। ଏହା ସାରା ରାଜ୍ୟର ୧୭୦ରୁ ଉର୍ଦ୍ଧ୍ୱ ଆଉଟଲେଟରେ ଉପଲବ୍ଧ ହେବ। ଆଗାମୀ ୧୫ ଦିନ ମଧ୍ୟରେ ୩ ହଜାର ୟୁନିଟ ବିକ୍ରୟ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ଅନଲାଇନରେ ଉପଲବ୍ଧ ହୋଇଥିବା ବେଳେ ଭଲ ବିକ୍ରି ରେସପନ୍ସ ପାଇଛି। ମଡେଲଟିର ଅଫଲାଇନ ଉପସ୍ଥିତି ଉନ୍ନତ ରହିବ ବୋଲି ମହାନ୍ତି ଆଶା ପ୍ରକଟ କରିଛନ୍ତି। ମଡେଲଟିର ବଜାର ଦର ୫୪୪୯ ଟଙ୍କାରୁ ୭,୯୯୯ ଟଙ୍କା ରହିଛି। ଏହା ୨ଜିବି+୧୬ ଜିବି, ୨ଜିବି+୩୨ ଜିବି ଏବଂ ୩ଜିବି+୩୨ ଜିବି ଭାରିଆଣ୍ଟରେ ଉପଲବ୍ଧ।

ପ୍ରମୁଖ ଫିଚର
– ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରି
-ଡାଇମଣ୍ଡ ୩ଡି କଟ୍‌ ଡିଜାଇନ
– ୩ କଲ୍‌ର ଭାରିଆଣ୍ଟ,୬.୨ ଇଞ୍ଚ ସ୍କ୍ରିନ
-୧୩+୨ ମେଗାପିକ୍ସେଲ କ୍ୟାମେରା
– ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବଲ


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri