ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ ତେବେ ତା’ଦ୍ୱାରା କେତେ ଉପକାର ମିଳେ ତାହା ଅନୁଭବୀ ହିଁ ଜାଣେ। କେତେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣିବାକୁ ଭଲ ପାଆନ୍ତି। କାନରେ ଇୟର ଫୋନ୍‌ ଦେଇ ଓ୍ବାକିଂ, ଜଗିଂ କରୁଥିବାର ଅନେକଙ୍କୁ ଦେଖିବାକୁ ମିଳୁଛି। ହେଲେ ବ୍ୟାୟାମ ସମୟରେ ଗୀତ ଶୁଣିବା ଏକ ଭଲ ଅଭ୍ୟାସ ଏବଂ ତାହାର ସୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ ‘ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହିବା ସହ ମସ୍ତିଷ୍କର କାର୍ଯ୍ୟଧାରା ଆହୁରି ସକ୍ରିୟ ରହିଥାଏ। ଯଦି ଅଧିକ ସମୟ ବ୍ୟାୟାମ କରୁଛନ୍ତି ତେବେ ଥକା ଲାଗିବା ସ୍ବାଭାବିକ। ଏହି ସମୟରେ ମନରେ ପ୍ରଫୁଲ୍ଲତା ଭରିଦିଏ ଗୀତ ଶୁଣିବା। ବ୍ୟୟାମ ସମୟରେ ଗୀତ ଶୁଣୁଥିବା କେତେକ ବ୍ୟକ୍ତିଙ୍କ ଉପରେ ଗବେଷଣା କରି ସେମାନେ ଏପରି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାଠାରୁ କେତେ ସୁରକ୍ଷିତ ପ୍ରତିଦିନ କିଣୁଥିବା କ୍ଷୀର ପ୍ୟାକେଟ୍‌: ଜାଣନ୍ତୁ..

ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଛି। ଏଭଳି ସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ନୁହେଁ। ଯାହାକୁ ନେଇ ବଜାରରୁ ଆସୁଥିବା ଜିନିଷକୁ ନେଇ...

ଏହାକୁ ଖାଇଲେ ନିୟନ୍ତ୍ରଣ ହୋଇଥାଏ ଓଜନ

ସାଧାରଣତଃ ଆମ ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ, ଯେଉଁଥିରେ ଔଷଧୀୟ ଗୁଣ ଭରି ରହିଥାଏ। ମାତ୍ର ଆମେ ତାହା ଜାଣିପାରି ନ ଥାଉ।...

ଏକୁଟିଆପଣ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍‌ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ...

ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ...

ଲିପ୍‌ଷ୍ଟିକ୍‌ ଲଗାଇବା ଯୋଗୁ ହୋଇପାରେ ଏହିସବୁ ସମସ୍ୟା

ଚେହେରାର ସୌନ୍ଦର୍ଯ୍ୟ ପାଇଁ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଓଠର ଆକର୍ଷଣ ପାଇଁ ଲିପ୍‌ଷ୍ଟିକ୍‌ର ବହୁତ ବଡ଼ ଯୋଗଦାନ ଥାଏ। ସ୍କିନ୍‌ର ରଙ୍ଗ ଅନୁସାରେ ଓ...

ରକ୍ତଚାପ ସମସ୍ୟା ଥିଲେ କରନ୍ତୁ ଏପରି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ...

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ...

ହାତ କୁଣ୍ଡାଇ ହେବାଠାରୁ ପେଚା ଦେଖିବା ଯାଏ; ଜାଣନ୍ତୁ ଧନପ୍ରାପ୍ତିକୁ ନେଇ ଏହି ୧୦ ସଙ୍କେତ

ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ...

Advertisement
Archives

Model This Week