Posted inଖେଳ

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ପୂର୍ବରୁ ଦଳରୁ ବାଦ୍‌ ପଡିଥିବା ଦୁଇଜଣଙ୍କୁ ବଦଳ ଖେଳଳି ଭାବେ ଦଳରେ ସାମିଲ କରାଯାଇଛି। ମହମ୍ମଦ ସାମିଙ୍କ ଶର୍ଟ ବଲ୍‌ରେ ଲିଟନ ଓ ନଇମ ଆହତ ହୋଇଥିଲେ। ଫଳରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଯଥାକ୍ରମେ ମେହିଦି ହାସନ ମିରାଜ ଓ ତାଇଜୁଲ ଇସ୍‌ଲାମଙ୍କୁ ଦଳରେ ସାମିଲ କରାଯାଇଥିଲା।
ଲିଟନଙ୍କ ମୁଣ୍ଡ ତଥା ହେଲମେଟର ଆଗରେ ବଲ୍‌ ବାଜିଥିଲା। ୨୦ତମ ଓଭରରେ ତୃତୀୟ ବଲରେ ଏହି ଘଟଣା ଘଟିଥିଲା। ସାମିଙ୍କ ଶର୍ଟ ବାଉନ୍ସରକୁ ପୁଲ କରୁଥିବାରେ ସେ ବିଫଳ ହୋଇଥିଲେ ଫଳରେ ସେ ଆହତ ହୋଇଥିଲେ। ଆହତ ହେବା ପରେ ସେ ବ୍ୟାଟିଂ ଜାରି ରଖି ଇଶାନ୍ତଙ୍କ ପର ଓଭରରେ ବାଉଣ୍ଡାରୀ ସହ ୯ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ସେ ଅସୁସ୍ଥତା ଅନୁଭବ କରି ଅମ୍ପାୟରଙ୍କୁ ଜଣାଇଥିଲେ। ଅମ୍ପାୟରଙ୍କ ସହ ଆଲୋଚାନ କରିବା ପରେ ସେ ପ୍ୟାଭିଲିୟନ ଫେରିଥିଲେ। କନ୍‌କସନ ସବଷ୍ଟିଚ୍ୟୁଟ ପାଇଁ ନିୟମ ଅନୁସାରେ ଉପଯୁକ୍ତ ମେଡିକାଲ ରିପୋର୍ଟ ମ୍ୟାଚ୍‌ ରେଫରୀଙ୍କୁ ପ୍ରଦାନ କାରାଯିବ ଦରକାର। ଏଥିସହ ବାଂଲାଦେଶ ପ୍ରଥମ ଦେଶ ଭାବେ କନ୍‌କଶନ ସବଷ୍ଟିଚ୍ୟୁଟ ନିୟମ ଅନୁସାରେ ଟେଷ୍ଟରେ ଦୁଇଜଣ ଖେଳାଳି ବଦଳ କରାଯାଇଛି।
କନ୍‌କସନ ନିୟମ ଲାଗୁ ହେବା ପରେ ଏପର୍ଯ୍ୟନ୍ତ ୫ଜଣ ଖେଳାଳି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ୫ ଜଣଙ୍କ ମଧ୍ୟରୁ ୪ ଜଣ ଖେଳାଳି ଭାରତ ବିପକ୍ଷରେ ମୁଣ୍ଡରେ ବଲ୍‌ ବାଜିବା କାରଣରୁ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ଏହା ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରତିଭା ପ୍ରଦର୍ଶନ କରୁଛି।
ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନଙ୍କୁ ସ୍ଥାନୀୟ ସିଟି ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ସ୍କାନ କରାଯାଇଛି। ସେହିପରି ସାମିଙ୍କ ବଲ୍‌ ନଇମଙ୍କ ଦେହରେ ବାଜିଥିଲା ଓ ତାଙ୍କର ଚିକିତ୍ସା କରିଥିଲେ ଭାରତୀୟ ଟିମ୍‌ ଫିଜିଓ ନିତିନ ପଟେଲ। କ୍ରିକେଟରେ କନ୍‌କଶନ ନିୟମ ଲାଗୁ ହେବା ପରେ ଏପରି ଖେଳଳି ବଦଳ ହୋଇଛି। ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସହିତ କନ୍‌କଶନ ନିୟମ ଲାଗୁ କରିଥିଲା। ଏହି ନିଇମ ଅନୁସାରେ ଆହତ ଖେଳାଳିଙ୍କ ବଦଳରେ ଆଉ ଜଣେ ବଦଳ ଖେଳାଳିଙ୍କୁ ମ୍ୟାଚ୍‌ରେ ସାମିଲ କରାଯାଇପାରିବ। ତେବେ ବଦଳ ଖେଳାଳି ଜଣକ ଆହତ ଖେଳାଳିଙ୍କ ଶୈଳୀର ହେବା ଆବଶ୍ୟକ। ଉଦାହରଣ ସ୍ବରୁପ ଜଣେ ବ୍ୟାଟ୍ସମ୍ୟାନ ବାଦ୍‌ ପଡିଲେ ଜଣେ ବ୍ୟାଟ୍ସମ୍ୟାନ ହିଁ ଦଳରେ ସାମିଲ ହେବ। ବୋଲର କିମ୍ବା ଅଲରାଉଣ୍ଡର ନୁହଁ। ଲିଟନଙ୍କ ବଦଳରେ ସାମିଲ ହୋଇଥିବା ମେହିଦି ଅଫ୍‌ ସ୍ପିନର ହୋଇଥିଲେ ମଧ୍ୟ ବୋଲିଂ କରିପାରିବେ ନାହିଁ। ଅବଶ୍ୟ ମେହିଦି ବେଶି ସମୟ ତିଷ୍ଠି ନ ପାରି ୮ ରନ କରି ଇଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ...

ଏହି ମହାନ କ୍ରିକେଟର୍‌ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କ୍ରିକେଟ୍‌ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।...

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ...

ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର୍‌

ଲଣ୍ଡନ,୨୫।୮: ଆଫଗାନିସ୍ତାନ କ୍ରିକେଟର୍‌ ରସିଦ ଖାନଙ୍କ ଚମତ୍କାର ବ୍ୟାଟିଂ ହେତୁ ସସେକ୍ସ ଦଳ ୨୦୧୮ପରେ ଟି -୨୦ ବ୍ଲାଷ୍ଟରେ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ...

ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର...

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ...

ଅଧିନାୟକ ପ୍ରଶଂସାରେ ପୋତିଲେ, କହିଲେ ‘ରିଙ୍କୁ ଭବିଷ୍ୟତର ଷ୍ଟାର’

ମୁମ୍ବାଇ,୩।୫: ଆଇପିଏଲ୍‌ ୨୦୨୨ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି। ଲଗାତର ୫ଟି ମ୍ୟାଚ୍‌ ହାରିବା...

୬ ଆଇପିଏଲ ଦଳ ସହ କୋଟାକର ସହଭାଗିତା

ଭୁବନେଶ୍ୱର, ୧।୧୦(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ‌(ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ...

Advertisement
Archives

Model This Week