Posted inଖେଳ

ରାୟୁଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି: ବିସିସିଆଇ

ନୂଆଦିଲ୍ଲୀ, ୧୮।୪(ପି.ଟି.)-  ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବା ପରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଟୁଇଟ୍‌ କରି ପରୋକ୍ଷରେ ଚୟନକର୍ତ୍ତାକୁ କଟୁ ସମାଲୋଚନା କରିଥିଲେ। ତେବେ ଏଥିପାଇଁ ରାୟୁଡୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ତାଙ୍କୁ ବାସନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ବୋର୍ଡ କହିଛି। ରାୟୁଡୁଙ୍କୁ ପଛରେ ପକାଇ ଚୟନକର୍ତ୍ତାମାନେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଦଳରେ ସାମିଲ କରିଥିଲେ। ଫଳରେ ଏଥିରେ ଅସନ୍ତୋଷ ଜାହିର କରି ରାୟୁଡୁ ୩ଡି ଚଷମାରେ ଏଥର ବିଶ୍ୱକପ୍‌ ଦେଖିବି ବୋଲି ପରିହାସ କରି ଟୁଇଟ୍‌ କରିଥିଲେ। ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ ଶଙ୍କର ଚୟନକୁ ଯଥାର୍ଥ ବୋଲି କହିଥିଲେ ଓ ତାଙ୍କ ପାଖରେ ଥ୍ରି- ଡାଇମେନସନାଲ କ୍ୱାଲିଟି ଅର୍ଥାତ୍‌ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ପାରଦର୍ଶିତା ରହିଛି ବୋଲି କହିଥିଲେ। ଖାସ୍‌ ଏଥିପାଇଁ ସେ ଏହି ଚସମା ବ୍ୟବହାର କରିବେ ବୋଲି କହିଥିଲେ। ରାୟୁଡୁଙ୍କ ଟୁଇଟ୍‌ ସମ୍ପର୍କରେ ଆମେ ଅବଗତ ଅଛୁ ବୋଲି ବୋର୍ଡ ତରଫରୁ କୁହାଯାଇଛି। ତେବେ ସେ ସଧାସଳଖ ଚୟନକର୍ତ୍ତାଙ୍କୁ ସମାଲୋଚନା କରିନାହାନ୍ତି ଓ ଏବେ ବିଶ୍ୱକପ୍‌ ଯୋଗୁ ପରିସ୍ଥିତ ବେଶ୍‌ ଉଷ୍ଣ ରହିଛି। ତେଣୁ ଭାବପ୍ରବଣତାକୁ ଆମେ ସମ୍ମାନ ଦେଉଛୁ ବୋଲି ବୋର୍ଡ କହିଛନ୍ତି। ଅବଶ୍ୟ ରାୟୁଡୁଙ୍କ ସମେତ ରିଷଭ ପନ୍ତ, ନୀତିନ ସଇନୀଙ୍କୁ ବିଶ୍ୱକପ୍‌ ଦଳରେ ଷ୍ଟାଣ୍ଡ ବାଇ ଖେଳାଳିଭାବେ ପରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରାୟୁଡୁ ବିଫଳ ହୋଇଥିଲେ। ଫଳରେ ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ରାୟୁଡୁଙ୍କ ଏହି ଟୁଇଟ୍‌କୁ ଏପର୍ଯ୍ୟନ୍ତ ୭୬,୦୦୦ ଲାଇକ ଓ ୧୨,୦୦୦ ଟିଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର କ୍ଲିନ ସୁଇପ୍‌, ୩ରୁ ୩ ଜିତିଲା, କୋନଓ୍ବେଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ନ୍ୟୁଜିଲାଣ୍ଡ…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜରେ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମ୍ୟାଚକୁ ଜିତିଛି।...

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ...

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ...

ଭାରତର ଐତିହାସକ ବିଜୟ ପରେ ଅଜବ କଥା ଦାବି କରି ଚର୍ଚ୍ଚାରେ ବୀରେନ୍ଦ୍ର ସେହ୍ବାଗ

ବ୍ରିସବେନ୍‌,୨୦।୧: ଯୁବ ଭାରତୀୟ ଦଳ ଅଷ୍ଟ୍ରେଲିୟ ଦଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି। ବ୍ରିସବେନ୍‌ର ଗାବା ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଅନ୍ତିମ...

ହକିରେ ଭାରତ ଏଥର ଅଲିମ୍ପିକ୍‌ ପଦକ ଜିତିବ: ଠାକୁର

ଭୁବନେଶ୍ୱର,୨୬।୨(ସ୍ପୋଟର୍‌ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା...

ଚ୍ୟାରିଟି ମ୍ୟାଚ୍‌ ଖେଳିବେ ଆକ୍ରମ, ଯୁବରାଜ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ପାକିସ୍ତାନ ଅଧିନାୟକ ଓ୍ବାସିମ ଆକ୍ରମ ଓ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ବଶଫାୟାର ରିଲିଫ ମ୍ୟାଚ୍‌ରେ ଖେଳିବେ। ଏହି ଚ୍ୟାରିଟି ମ୍ୟାଚ୍‌...

ରୋହିତ ଶର୍ମାଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି କି, ଏମିତି କରିଥିଲେ ଖର୍ଚ୍ଚ

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ତାଙ୍କର ପ୍ରଥମ ଦରମା ପାଇ ସେ କ’ଣ କରିଛନ୍ତି ତାହା...

ଭିଏତ୍‌ନାମ ଓପନ୍‌ ବ୍ୟାଡମିଣ୍ଟନ: ସୌରଭ ଚାମ୍ପିୟନ

ହୋ ଚି ମିନ୍‌ ସିଟି,୧୫।୯ (ପି.ଟି.)- ଭାରତୀୟ ଯୁବ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ...

Advertisement
Archives

Model This Week