Advertisement
Posted inଖେଳ

ରାହୁଲ, ଧୋନୀଙ୍କ ଶତକ: ବିଜୟ ସହ ଭାରତ ଓ୍ବାର୍ମଅପ୍‌

କାର୍ଡିଫ, ୨୯।୫- ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଶତକ ପରେ ବୋଲରମାନଙ୍କ ଭଲ ପ୍ରଦର୍ଶନ ବଳରେ ଭାରତ ୯୫ ରନରେ ବାଂଲାଦେଶକୁ ହରାଇ ବିଶ୍ୱକପ ପାଇଁ ଓ୍ବାର୍ମଅପ୍‌ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ଭାରତ ପକ୍ଷରୁ ଧାର୍ଯ୍ୟ ୩୬୦ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଶୀଘ୍ର ଦୁଇ ଓପନର ଶିଖର ଧାଓ୍ବନ(୧) ଓ ରୋହିତ ଶର୍ମା(୧୯)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ବିରାଟ କୋହଲିଙ୍କ ୪୭(୪୬ ବଲ, ୫ ଚୌକା), ଲୋକେଶ ରାହୁଲଙ୍କ ୧୦୮(୯୯ ବଲ, ୧୨ ଚୌକା, ୪ ଛକା) ଓ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ରୁତ ୧୧୩(୭୮ ବଲ, ୮ ଚୌକା, ୭ ଛକା) ରନ ବଳରେ ୭ ଉଇକେଟ ହରାଇ ୩୫୯ ରନର ବିଶାଳ ସ୍କୋର କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍‌ରୁ ୨୧(୨ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଡେଜା ୪ ବଲ୍‌ରୁ ୧୧(୧ ଚୌକା, ୧ ଛକା) ରନ କରିଥିଲେ। ବାଂଲାଦେଶ ବୋଲରଙ୍କ ମଧ୍ୟରେ ରୁବେଲ ହୁସେନ ଓ ଶାକିବ ଅଲ୍‌ ହାସନ ୨ଟି ଲେଖାଏ ଏବଂ ମୁସ୍ତାଫିଜୁର ରହମାନ, ମହମ୍ମଦ ସୈଫୁଦ୍ଦିନ ଓ ସବିର ରହମନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ମୁଶ୍‌ଫିକର ରହିମଙ୍କ ୯୦(୯୪ ବଲ, ୮ ଚୌକା, ୨ ଛକା), ଲିଟନ ଦାସଙ୍କ ୭୩(୯୦ ବଲ, ୧୦ ଚୌକା) ରନ ସତ୍ତ୍ୱେ ଦଳ ପୁରା ୫୦ ଓଭର ଖେଳି ନ ପାରି ୨୬୪ ରନରେ ସୀମିତ ରହିଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୩୫୯/୭(ଧୋନୀ-୧୧୩, ରାହୁଲ-୧୦୮, କୋହଲି-୪୭, ରୁବେଲ-୨/୬୨, ଶାକିବ-୨/୫୮)। ବାଂଲାଦେଶ ୪୯.୩ ଓଭରରେ ୨୬୪/ ଅଲଆଉଟ (ମୁଶ୍‌ଫିକର-୯୦, ଲିଟନ-୭୩, କୁଲଦୀପ-୩/୪୭, ଚହଲ-୩/୫୫, ବୁମ୍‌ରା-୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଇନାଙ୍କୁ ଅତିକ୍ରମ କଲେ ଧୋନୀ

ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ...

୧୫୦୦ ମି. ଦୌଡ଼ରେ ନିଜ ରେକର୍ଡ ଭାଙ୍ଗିଲେ ଜିନ୍‌ସନ

ବର୍ଲିନ୍‌,୨।୯(ପିଟି): ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକଧାରୀ ଜିନ୍‌ସନ ଜନ୍‌ସନ ଆଇଏସ୍‌ଟିଏଏଫ୍‌ ଇଭେଣ୍ଟର ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ସହ ସୃଷ୍ଟି କରିଛନ୍ତି ନୂଆ...

ମ୍ୟାଚ୍‌ ହାରିଲେ, କିନ୍ତୁ ଜିତିଲେ ହୃଦୟ

ରାୟପୁର,୯।୩: ଚଳିତ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ମଙ୍ଗଳବାର ଖେଳାଯାଇଥିବା ଇଂଲଣ୍ଡ ଲିଜେଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କିନ୍ତୁ...

ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରଖିବାକୁ ୟୁଏସ୍‌ଏ ସୁଇମିଂର ପରାମର୍ଶ

ଲସଏଞ୍ଜେଲ୍ସ,୨୧।୩ (ଏଏଫ୍‌ପି): ଆମେରିକୀୟ ସନ୍ତରଣ ପ୍ରତିଯୋଗିତାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଏସ୍‌ଏ ସୁଇମିଂ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ସାରା ବିଶ୍ୱରେ...

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌...

ଦ୍ୱିତୀୟ ସିଡ୍‌ଙ୍କୁ ହରାଇଲେ ବୋପାନ୍ନା-ଶରନ

ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ ଲୁକାଜ...

ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ

ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସୋମବାର...

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ ଏହି ମ୍ୟାଚ୍‌

ଦୁବାଇ,୨୭।୮: ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ଏସିଆ କପ୍‌ ୨୦୨୨ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର। ଦୁବାଇ ଷ୍ଟାଡିୟମରେ...

Advertisement
Archives

Model This Week