ରାହୁଲ ଜୈନଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର,୬ା୧୨(ଡି.ଏନ.ଏ)- ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ତଥା ଛତ୍ରପୁର ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଦକ୍ଷିଣାଳ ଆର୍‌ଡିସି ଟି. ଆଓ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଯୋଗଦେଇଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଏହାକୁ ସଂଯୋଜନା କରିଥିଲେ। ଏହି ସନ୍ଧ୍ୟାରେ ଖଲ୍ଲିକୋଟ ବ୍ଲକ ପଥରାର ଓଡିଶୀ ମୃଦଙ୍ଗ ବାଦନ ସଂଘ ପକ୍ଷରୁ ଗଞ୍ଜାମ ଲୋକ ନୃତ୍ୟ, ଆର୍‌ ବିଂଛଣାପଲ୍ଲୀର ଅନୁରାଗ ଫୋଲକ୍‌ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆନିମଲ ମାସ୍କ ଡ୍ୟାନ୍ସ, ଛତ୍ରପୁର କିଲର ବିଟ୍‌ , ଖଲ୍ଲିକୋଟ ଏମ. ଟି. ଡ୍ୟାନ୍ସ ଗ୍ରୁପ୍‌ , ବ୍ରହ୍ମପୁର ଲିସମ୍‌ ଡ୍ୟାନ୍ସ ଏକାଡେମୀର ମଡର୍ନ ଡ୍ୟାନ୍ସ, ଭଞ୍ଜନଗରର ମୁଭ୍‌ ଦ ୱାଲ୍ଡ ପକ୍ଷରୁ ୱେଷ୍ଟର୍ନ ଡ୍ୟାନ୍ସ, ବ୍ରହ୍ମପୁର ଓଡିଶୀ ନୃତ୍ୟୟନ ପକ୍ଷରୁ ଓଡିଶୀ, ଛତ୍ରପୁର ପ୍ରଗତି କଳା କେନ୍ଦ୍ର ପକ୍ଷରୁ ସମ୍ବଲପୁରୀ, ବଲାଙ୍ଗୀରର କୃଷ୍ଣପ୍ରିୟା କଳାପରିଷଦ ପକ୍ଷରୁ ଘୁଡୁକି ନାଚ ଓ ସ୍ବାତିଶ୍ରୀ ପଣ୍ଡାଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।
ପରେ ବଲିଉଡ୍‌ କଳାକାର ରାହୁଲ ଜୈନ ଓ ତାଙ୍କ ଟିମ୍‌ ପକ୍ଷରୁ ମେଗା ଶୋ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୧ରେ ବଳୟ ସୂର୍ଯ୍ୟୋପରାଗ: ରାଜ୍ୟର ସବୁ ସ୍ଥାନରେ ଦୃଶ୍ୟମାନ ହେବ

ଭୁବନେଶ୍ୱର, ୧୮ା୬ (ବ୍ୟୁରୋ)- ଆସନ୍ତା ୨୧ ତାରିଖରେ ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ। ଏହା ଭାରତର ସବୁ ସ୍ଥାନ, ପାକିସ୍ତାନର ଦକ୍ଷିଣ ଭାଗ,...

ନନ୍ଦନକାନନରେ ୮ ନୂଆ ଅତିଥି

ବାରଙ୍ଗ,୨୧।୧୨(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ରବିବାର ରାତି ୯ଟାରେ ନୂଆ ଅତିଥି ଆସିଛନ୍ତି। ଚଳିତବର୍ଷ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋରର କମଳା ନେହୁରୁ ପ୍ରାଣୀ ସଂଗ୍ରାହଳୟରୁ ୨ଟି...

ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ...

ଖୋଲିଲା ବାଙ୍କିଶୋଳ କୋଭିଡ୍‌ ହସ୍ପିିଟାଲ

ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲାରେ କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟସେବା ନିମନ୍ତେ ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଘରୋଇ କୋଭିଡ୍‌ ହସ୍ପିିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଜିଲାପାଳ ବିନୀତ...

ଆକାଶବାଣୀର ପୂର୍ବତନ ଉପସ୍ଥାପିକାଙ୍କ ପରଲୋକ

କଟକ ଅଫିସ, ୨୫ା୧୨: ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଉପସ୍ଥାପିକା ତଥା ‘ନାରୀମହଲ’ କାର୍ଯ୍ୟକ୍ରମର ସଞ୍ଚାଳିକା ଗୋପା ଦାସ(୭୩)ଙ୍କର ଗତ ୨୨ ତାରିଖରେ କଟକ ତୁଳସୀପୁର...

ମାଲ ବୋଝେଇ ଟ୍ରକ ଜଳିଗଲା

ଭଞ୍ଜନଗର,୩।୧(ଡି.ଏନ.ଏ): ତାରସିଂ ନିକଟ ଜଙ୍ଗଲ ରାସ୍ତାରେ ମାଲ ବୋଝେଇ ଏକ ଟ୍ରକ ଗୁରୁବାର ଭୋରରେ ଶଟ୍‌ ସର୍କିଟ୍‌ ଯୋଗୁ ଜଳିଯାଇଛି। ଭଞ୍ଜନଗର- ଦଶପଲ୍ଲା ମୁଖ୍ୟ ରାସ୍ତାରେ...

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ...

ପ୍ରତିଷ୍ଠା ହେବ ୫ ନୂଆ ହସ୍ତଶିଳ୍ପ କ୍ଲଷ୍ଟର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ହସ୍ତଶିଳ୍ପ କାରିଗରମାନଙ୍କର ବିକାଶ ସହ ଓଡ଼ିଶା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୫ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡିକ୍ରାଫ୍ଟ କ୍ଲଷ୍ଟର୍‌। ଚଳିତବର୍ଷ ନୂତନ...

Advertisement
Archives

Model This Week