Posted inଜାତୀୟ

ରାହୁଲଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ନଡ୍ଡା: ସିଏଏର ନିୟମ ଉପରେ ୧୦ ଲାଇନ୍‌ କହି ଦେଖାନ୍ତୁ

ଇନ୍ଦୋର,୨୨।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଏଏକୁ ନେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶକୁ ବିଭାଜନ କରୁଛନ୍ତି। ଏସବୁ ଭିତରେ ତାଙ୍କୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ସଂଶୋଧିତ ନାଗରିକତ୍ୱ ଆଇନର ପ୍ରାବଧାନ ଉପରେ ରାହୁଲ ୧୦ ଲାଇନ୍‌ କହି ଦେଖାନ୍ତୁ ବୋଲି ସେ କହିଛନ୍ତି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଦେଶର ନେତୃତ୍ୱ ନେବାକୁ ଆସିଥିବା ଲୋକଙ୍କୁ ସିଏଏ ବାବଦରେ ଆଦୌ ଜଣାନାହିଁ। ଗତ ସପ୍ତାହେ ହେବ ସିଏଏକୁ ନେଇ ଯେଉଁ ହିଂସା ଘଟିଛି, ସେଥିରେ ବହୁ ସମ୍ପତ୍ତି କ୍ଷତି ଘଟିଛି। ରାହୁଲ ଏନେଇ କୌଣସି ମନ୍ତବ୍ୟ ଦେଇଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପୂର୍ବ ରାଜ୍ୟରୁ ହଟିଲା ଆଫ୍‌ସା

ନୂଆଦିଲ୍ଲୀ,୩୧।୩: ଦେଶର ଉତ୍ତରପୂର୍ବ ରାଜ୍ୟମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ନାଗାଲାଣ୍ଡ, ଆସାମ ଏବଂ ମଣିପୁର ଆଦି ଉତ୍ତରପୂର୍ବ...

ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ

ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍‌ ବିରୋଧରେ ଦିଲ୍ଲୀ ସୀମାରେ...

ଆଉ ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ...

‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’

ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା...

ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩

ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ...

ଆସାମ ଏନ୍‌ଆର୍‌ସି: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଆସାମ ଏନ୍‌ଆର୍‌ସି ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାର ପୁନଃ ଯାଞ୍ଚ୍‌ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଲେ ମୋଦି

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ହେଉଥିବା ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି, ଜାତିର ପିତା ମହାତ୍ମା...

ବିରୋଧୀଙ୍କୁ ମୋଦିଙ୍କ ଜବାବ

ପ୍ରୟାଗରାଜ,୨୧ ।୧୨: ଗୋଟିଏ ପଟେ ଝିଅଙ୍କ ବିବାହ ବୟସ ସୀମା ବଢାଇବାକୁ ନେଇ ସଂସଦରେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ...

Advertisement
Archives

Model This Week