Posted inଖେଳ

ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌; ଟପ୍‌ ୧୦ରେ ୩ ଭାରତୀୟ

ଦୁବାଇ,୩।୨(ପି.ଟି.)- ଭାରତୀୟ ଓପନର ଲୋକେଶ ରାହୁଲ ଟି୨୦ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏହା ଦର୍ଶାଇଛି ସୋମବାର ପ୍ରକାଶ ପାଇଥିବା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ରାହୁଲ ସର୍ବାଧିକ ୨୨୪ ରନ୍‌ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ଓ ଥରେ ୪୦ରୁ ଅଧିକ ରନ୍‌ କରିଥିଲେ। ତାଙ୍କ ସମେତ ଟପ୍‌ ୧୦ରେ ୩ ଭାରତୀୟ ବ୍ୟାଟ୍ସମ୍ୟାନ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା। ଉପଅଧିନାୟକ ରୋହିତ ଟପ୍‌ ୧୦କୁ ଫେରିଛନ୍ତି। ଅଧିନାୟକ କୋହଲି ୯ମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାବର ଆଜମ ପୋଲ ପୋଜିଶନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟାସ ଆୟାର (୫୫ତମ ର଼୍ୟାଙ୍କ) ଓ ମନୀଷ ପାଣ୍ଡେ (୫୮ତମ)ଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଆସିଛି। ଯଶପ୍ରୀତ ବୁମରା(୧୧), ୟୁଜବେନ୍ଦ୍ର ଚହଲ(୩୦) ଓ ଶାର୍ଦ୍ଦୂଳ ଠାକୁର (୫୭) ଯଥାକ୍ରମେ ୨୬, ୧୦ ଓ ୩୪ ସ୍ଥାନ ଉପରକୁ ଉଠିଛନ୍ତି। ନବଦୀପ ସଇନି (୭୧) ଓ ରବୀନ୍ଦ୍ର ଜାଡେଜା (୭୬) ମଧ୍ୟ ଉପରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ...

୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ଜୟସ୍ବାଲଙ୍କ ଶତକ: ଭାରତ ଏ’ ବିଜୟୀ

ହାଇଦ୍ରାବାଦ,୧୬।୧୧(ପି.ଟି.)- ଓପନର ଯଶସ୍ବୀ ଜୟସୁଆଲଙ୍କ ଦମ୍‌ଦାର ଶତକ ସହାୟତାରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ଏ’ ୭ ଉଇକେଟରେ ଭାରତ...

ଗୋଥାମଙ୍କୁ ୮ ଉଇକେଟ; ତାମିଲନାଡୁକୁ ହରାଇଲା କର୍ନାଟକ

ଡିଣ୍ଡିଗୁଲ,୧୩।୧୨(ପି.ଟି.)- ଅଫ୍‌ ସ୍ପିନର କେ. ଗୋଥାମଙ୍କ ୮ ଉଇକେଟ ସଫଳତା ଯୋଗୁ କର୍ନାଟକ ୨୬ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ...

କାଲିଫର୍ନିଆରେ ଭୂକମ୍ପ: ଏନ୍‌ବିଏ ଲିଗ୍‌ ଗେମ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୬।୭(ଏଏଫ୍‌ପି)- ନ୍ୟୁୟର୍କ କ୍ନିକ୍ସ ଓ ନ୍ୟୁ ଓର୍ଲେନ୍ସ ପଲିକାନ୍ସ ମଧ୍ୟରେ ଲାସ୍‌ ଭେଗାସଠାରେ ଖେଳାଯାଇଥିବା ପ୍ରଦର୍ଶନୀ ମ୍ୟାଚ୍‌କୁ ଅଧାରୁ ବାତିଲ କରାଯାଇଛି। କାଲିଫର୍ନିଆ ଓ...

ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ସେ ଯଥାକ୍ରମେ...

ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରିବା ଉଚିତ ନୁହଁ: ହୁସେନ

ମୁମ୍ବାଇ,୧୧।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହଁ। ଏକଥା କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର...

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରାଙ୍କ କରୋନା ରିପୋର୍ଟ କ’ଣ ବାହାରିଲା ଜାଣନ୍ତୁ…

ନୂଆଦିଲ୍ଲୀ,୬।୮: ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ସେ ପଜିଟିଭ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ...


Coronavirus Update

Archives

Model This Week

Why Dharitri