ରାହୁରେଖା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ୫ ମିନିଟ୍‌ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଝୋବାକଣ୍ଠି ମଇଲମ କରିଥିଲେ। ଶ୍ରୀଦେବୀ, ଭୁଦେବୀଙ୍କୁ ଖଟଶେଜ ଘରକୁ ବିଜେ କରାଇଥିଲେ। ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରିଥିଲେ। ବଣିଆମାନେ ସୁନା ରାହୁରେଖାକୁ ସଫା କରି ରଖିଥିଲେ। ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କୁ ରାହୁରେଖା ଲାଗି କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ପାଳିଆ ମେକାପ ରାହୁରେଖାଗୁଡ଼ିିକୁ ପତିମହାପାତ୍ରଙ୍କ ହାତକୁ ବଢାଇଥିଲେ। ସେଗୁଡ଼ିକୁ ପତିମହାପାତ୍ର ସଂସ୍କାର କରି ବଡ଼ବାଡ କ୍ରମରେ ଅର୍ଥାତ୍‌ ଶ୍ରୀବଳଭଦ୍ରଙ୍କଠାରୁ ଆରମ୍ଭ କରି ତିନିବାଡ଼ର ବାଡ଼ଗ୍ରାହୀ ଦଇତାଙ୍କୁ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଦଇତାପତି ମିଶି ଶୁଦ୍ଧସୁଆରଙ୍କଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କଠାରୁ ବଇତମ (ସଫା ଛିଣ୍ଡାକନା) ନେଇ ଠାକୁରମାନଙ୍କ ଶ୍ରୀମୁଖରେ ରାହୁରେଖା ଲାଗି କରିଥିଲେ। ପରେ ରତ୍ନସିଂହାସନ ପୋଛା ମରାଯାଇ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀଦେବୀ, ଭୁଦେବୀଙ୍କୁ ଖଟଶେଜ ଘରୁ ଆଣି ରତ୍ନସିଂହାସନରେ ବିଜେ କରାଯିବା ପରେ ଠାକୁରମାନଙ୍କ ମଇଲମ ହୋଇ ବେଶ ବଢିଥିଲା। ମଧ୍ୟାହ୍ନ ଧୂପ ପୂଜା ସରିବା ପରେ ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ ନୀତି ବଢିଥିଲା। ସନ୍ଧ୍ୟା ୬ଟା ୫ରେ ମହାସ୍ନାନ ସରିବା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା।
ସୂଚନାଯୋଗ୍ୟ, ରାହୁରେଖା ହେଉଛି ମହାପ୍ରଭୁଙ୍କ ଶ୍ରୀମୁଖକୁ ଉଦ୍‌ଭାସିତ କରୁଥିବା ଏକ ସୁବର୍ଣ୍ଣ ଅଳଙ୍କାର। ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନଚିତା ଏବଂ ରାହୁରେଖା ଓଲାଗି ହୋଇଥାଏ। ସପ୍ତାବରଣ କାର୍ଯ୍ୟ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରତ୍ନଚିତା ଏବଂ ରାହୁରେଖା ଲାଗି ହେବା ପରେ ଶ୍ରୀଅଙ୍ଗ ସ୍ବୟଂ ସମ୍ପୂର୍ଣ୍ଣ ହୋଇଥାଏ। ଚିତାଲାଗି ଅମାବାସ୍ୟରେ ରତ୍ନ ଚିତା ଓ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀରେ ରାହୁରେଖା ଲାଗି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?