ରାସ୍ତା ପାଇଁ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର

କୁନ୍ଦୁରା,୨୮ା୨(ଡି.ଏନ୍‌.ଏ.) – କୁନ୍ଦୁରା ବ୍ଳକ ଅଧୀନସ୍ଥ ଡଙ୍ଗରପାଉଁଶି ପଞ୍ଚାୟତ ସଦର ଓ ଫୁପୁଗାଁ ପଞ୍ଚାୟତ ସଦର ରାସ୍ତା ବର୍ତ୍ତମାନ ଏତେ ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି ଯେ, କେହି ବି ସେହି ରାସ୍ତା ଦେଇ ଯିବାକୁ ଇଚ୍ଛା କରୁନାହାନ୍ତି। ୨୦୧୮-୧୯ରେ ଡଙ୍ଗରପାଉଁଶୀ ପଞ୍ଚାୟତ ସଦର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଭାବେ ତିଆରି ହୋଇଛି। କିନ୍ତୁ ପ୍ରତିଦିନ କ୍ଷମତାଠାରୁ ଅଧିକ ବାଲି ଚାଲାଣ କରୁଥିବା ଭାରିଯାନ ଚଳାଚଳ ଯୋଗୁ ୫ କିମି ରାସ୍ତା ନଷ୍ଟ ହୋଇଛି। ଏହି ରାସ୍ତା ଉପରେ ଡଙ୍ଗରପାଉଁଶି, ଭେଜାହାଣ୍ଡି, ବେଢ଼ାପାଉଁଶି, ମୁଣ୍ଡିଗୁଡ଼ା, ଦୋରାଗୁଡ଼ା ଓ ଜିରାଗୁଡ଼ା ଗ୍ରାମବାସୀ ନିର୍ଭର କରୁଛନ୍ତି। ଭାରିଯାନରେ ୧୦ ଚକିଆ ହାଇଓ୍ବା ଯିବା ଆସିବା କରିବା ଫଳରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଓଜନ ଚାପରେ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୁଇପଟେ ଖାଲ ହୋଇଗଲାଣି। ଜିଲା କିମ୍ବା ଉପଖଣ୍ଡର ଅଧିକାରୀ ଏହି ରାସ୍ତା ଦେଇ ଡଙ୍ଗରପାଉଁଶି କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସମସ୍ତେ ନିରବ। ସଦରରୁ ଦେଢ଼ କିମି ଦୂର କୋଲାବ ନଦୀରେ ବାଲି ଉତ୍ସ ପାଇଁ ଟେଣ୍ଡର କରାଯାଇଥିବା ବେଳେ ସେଠାରେ ଯେଉଁ ଗାଡ଼ିଗୁଡିକୁ ବ୍ୟବହାର ହେବା କଥା, ତା’ ବଦଳରେ ଭାରିଯାନ ବ୍ୟବହାର କରାଯାଉଛି। ଫଳରେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ହୋଇଛି। ଗତ ଦିନରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଏହି ରାସ୍ତା ଦେଖି ବିରକ୍ତ ହୋଇଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏହି ରାସ୍ତା ଦେଖି ସାରିବା ପରେ ଅତି ଶୀଘ୍ର ମରାମତି ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ୩ ମାସ ପୂରିଲାଣି। କିନ୍ତୁ କିଛି ଫଳ ହୋଇନାହିଁ। ଫୁପୁଗାଁ ପଞ୍ଚାୟତକୁ ୨୦୦୮ରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ତାହାର ମରାମତି ଏଯାବତ୍‌ ହୋଇପାରିନାହିଁ। ୧୨ ବର୍ଷ ତଳର ରାସ୍ତା ଏବେ କେଉଁ ଅବସ୍ଥାରେ ଥିବା, ତାହା ସହଜରେ ଅନୁମେୟ । ଫୁପୁଗାଁ ଠାରୁ ଡଙ୍ଗରପାଉଁସୀ ଛକ ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ରହିଥିବା ବେଳେ ଏହା ଉପରେ ଫୁପୁଗାଁଁ ଚନ୍ଦାମୁଣ୍ଡିଗୁଡ଼ା, କରଣଗୁଡ଼ା, ଯୁବାପାତ୍ରପୁଟ ଗ୍ରାମବାସୀ ନିର୍ଭର କରନ୍ତି । ଏହାକୁ ଗତ ଦିନରେ ଜିଲାପାଳଙ୍କ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କୁନ୍ଦୁରାରେ ଅଭିଯୋଗ କରାଯାଇଥିବା ବେଳେ ଏହା ଅତିଶୀଘ୍ର ହେବ ବୋଲି ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ସବୁ ପାଣିର ଗାର ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଆହୁରି ବଢ଼ିବ ତାତି ୪୪ ଡିଗ୍ରୀକୁ ଛୁଇଁବ ପାରଦ

ଭୁବନେଶ୍ୱର,୨୨ା୩(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଆସନ୍ତା ୨୫ ତାରିଖରୁ ସମଗ୍ର ରାଜ୍ୟ ଆହୁରି ଉତ୍ତପ୍ତ ହେବ। ଦିନର...

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା...

କେନ୍ଦୁଝର ଗସ୍ତରେ ଡିଆରଏମ: ରେଳ ଚଳାଚଳ ନେଇ ଦାବିପତ୍ର

କେନ୍ଦୁଝର,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରସ୍ତରେ ଆସିଥିବା ଡିଆର୍‌ଏମ୍‌ (ଡିଭିଜନାଲ ରେଲଓ୍ବେ ମ୍ୟାନେଜର) ଖୋର୍ଦ୍ଧା ଡିଭିଜନଙ୍କୁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ବରଦା...

ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ...

ରାଜା ବାହାଦୁର ନିଷ୍ଠାପର ଜନସେବକ ଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଖଲ୍ଲିକୋଟର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ। ଉଭୟ ରାଜତନ୍ତ୍ର ଏବଂ ଗଣତନ୍ତ୍ରରେ ସେ ସଫଳତାର ସହ ଦାୟିତ୍ୱ...

କରୋନା ମୁକାବିଲା ସମୀକ୍ଷା କଲେ ବିଧାୟିକା

ବେଗୁନିଆପଡା୨ା୪(ଡି.ଏନ.ଏ.)-କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗୁରୁବାର କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁରରେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନାଧିକାରୀ, ମେଡିକାଲ ଅଫିସର, ଏନ୍‌ଏସି ଅଧିକାରୀଙ୍କୁ ନେଇ କରୋନା...

ଆସିଲା ମୌସୁମୀ, ଘାରିଲା ଜଳବନ୍ଦୀ ଚିନ୍ତା: କଣ୍ଟ ପୂରିଲା, କାମ ସରିଲାନି

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବର୍ଷରେ ଥରେ ଡ୍ରେନ ସଫା କରିବାକୁ ମନେପଡ଼େ। ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନେଜ୍‌ ବିଭାଗୀୟ...

ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆଉ ନାହାନ୍ତି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷ। ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ...

Advertisement
Archives

Model This Week