Posted inଜାତୀୟ

ରାସ୍ତା କଡ଼ରେ ଗାଡ଼ିରେ ବସି ମୋବାଇଲ୍‌ରେ ଗପିଲେ ବି କଟିବ ଚାଲାଣ

ଚଣ୍ଡିଗଡ଼,୧୬।୧: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ ଗପିଲେ ଚାଲାଣ କଟିବାର ବ୍ୟବସ୍ଥା ରହିଛି। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ମୋବାଇଲ୍‌ରେ କଥାହେଲେ ଏବେ ଜରିମାନା ଦେବାକୁ ପଡ଼ିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ଆସନ୍ତା ଫେବୃୟାରୀଠାରୁ ଚଣ୍ଡିଗଡ଼ରେ ଏଭଳି ଆଇନ ଲାଗୁ ହେବାକୁ ଯାଉଛି। ପ୍ରଥମ ଥର ଏଭଳି କରିଥିବା ଗାଡ଼ି ଚାଳକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏହାପରେ ଦ୍ୱିତୀୟ ଥର ଏଭଳି କରିଥିବା ଗାଡ଼ି ଚାଳକଙ୍କଠାରୁ ଏକ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ରାସ୍ତା କଡ଼ରେ ଗାଡ଼ି ରଖି ମୋବାଇଲ୍‌ରେ ଗପିଲେ ମଧ୍ୟ ଯଦି ଏହାଦ୍ୱାରା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥାଏ ତେବେ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ...

ଯୋଗ୍ୟ ଭିନ୍ନକ୍ଷମଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କର: ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ୨୬।୮(ପି.ଟି.): ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତୁରନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ କରି ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବା ଲାଗି କେନ୍ଦ୍ର ସରକାର...

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା...

ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା

ଯୋଧପୁର,୧୭।୨: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ଏହି କାରଣରୁ ଆଶାରାମଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି।...

ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି।...

ୟୁପି ସୀମାରୁ ଫେରିଲା କଂଗ୍ରେସ ବସ୍‌

ଜୟପୁର,୨୧ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ଦଳ ପକ୍ଷରୁ ପାଖାପାଖି ୪୦୦ ବସ୍‌ ପଠାଯାଇଥିଲା। ଉତ୍ତରପ୍ରଦେଶ ସରକାର...

ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ଧମକ

ନୂଆଦିଲ୍ଲୀ,୧୭ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଦେଇଛି ଆକ୍ରମଣ ଧମକ। ହତ୍ୟାକାରୀମାନଙ୍କୁ କ୍ଷମା ଦିଆଯିବ...

ହାଥରସ ମାମଲା: ୟୁପି ସରକାରଙ୍କୁ ଯାଞ୍ଚ ରିପୋର୍ଟ ଦେଲା ଏସ୍‌ଆଇଟି

ହାଥରସ,୨ ।୧୧: ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଆଇଟି) ସୋମବାର ଏହାର ଯାଞ୍ଚ ରିପୋର୍ଟ ଉତ୍ତର ପଦେଶ ସରକାରଙ୍କୁ ଦେଇଛନ୍ତି...

Play 250+ Trending Games
Archives

Model This Week

Why Dharitri