ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେଣୁ ନିୟମ ଉଲ୍ଲଂଘନ କରି ମନଇଚ୍ଛା ପାର୍କିଂ କରୁଥିବା ଗାଡ଼ି ଚାଳକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୋଲିସ। ଏଣିକି ବେଆଇନ ଭାବେ ରାସ୍ତାରେ ପାର୍କିଂ କଲେ ଗାଡ଼ି ଉଠାଇ ନେବ ଟ୍ରାଫିକ ପୋଲିସ। ଗାଡ଼ି ମାଲିକଙ୍କୁ ଗଣିବାକୁ ହେବ ଦୁଇଥର ତଣ୍ଡ। ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦେବାସହ ଗାଡ଼ି ଉଠାଇନେବା ଖର୍ଚ୍ଚ ମଧ୍ୟ ଗଣିବେ।
ଅର୍ବାନ ପୋଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ରୁଲ୍‌ ୨୦୦୮ ଧାରା ୧୯ ଓ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କମିଶନରେଟ ପୋଲିସ ପକ୍ଷରୁ ୬ ରାସ୍ତା ଉପରେ କଟକଣା ଲଗାଯାଇଛି। ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ ଛକରୁ ଜୟଦେବ ବିହାର ଛକ, ଶ୍ରୀୟା ଛକରୁ ପିଏଚ୍‌ଡି କାର୍ଯ୍ୟାଳୟ ଏବଂ ବାପୁଜୀନଗର। ଏସବୁ ରାସ୍ତାରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। କିନ୍ତୁ ଅନ୍ୟସ୍ଥାନରେ ବେଆଇନ ଗାଡ଼ି ପାର୍କିଂ କଲେ ମୋଟରଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ଡିସିପିଙ୍କ ସୂଚନାନୁସାରେ, ବାଇକ ପାଇଁ ଜରିମାନା ୫ଶହ ଟଙ୍କା ଥିବାବେଳେ ଗାଡ଼ି ବୋହିନେବା ପାଇଁ କ୍ରେନ୍‌ ଭଡା ୩ଶହ ଟଙ୍କା ଦେବାକୁ ପଡିବ। ସେହିପରି ୪ ଚକିଆ ହେଉ ଅବା ୧୦ ଚକିଆ ବେଆଇନ୍‌ ପାର୍କିଂ କଲେ ଜରିମାନା ୫ଶହ ଟଙ୍କା ଓ କ୍ରେନ୍‌ ଭଡ଼ା ୭ଶହ ଟଙ୍କା ଗଣିବେ ମାଲିକ। ତେଣୁ ବାଇକ ଚାଳକ ୮ଶହ ଟଙ୍କା ଓ ଚାରିରୁ ଅଧିକ ଚକିଆ ଯାନ ପାଇଁ ୧୨ଶହ ଟଙ୍କା ତଣ୍ଡ ଗରିବାକୁ ପଡ଼ିବ।

ଗାଡ଼ି ଉଠାଇବାକୁ ଘରୋଇ ସଂସ୍ଥାକୁ ଦାୟିତ୍ୱ
ବେଆଇନି ପାର୍କିଂ କରିଥିବା ଗାଡ଼ିକୁ ଉଠାଇ ନେବା ପାଇଁ କମିଶନରେଟ ପୋଲିସ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇଛି। ଏହି ସଂସ୍ଥା ନିଜ କ୍ରେନ୍‌ ଓ କର୍ମଚାରୀଙ୍କ ସହାୟତାରେ ଉକ୍ତ ଗାଡ଼ିକୁ ଉଠାଇ ଥାନାକୁ ଆଣିବ। ଗାଡ଼ି ମାଲିକ କ୍ରେନ୍‌ ଭଡା ଉକ୍ତ ଘରୋଇ ସଂସ୍ଥାକୁ ଓ ବେଆଇନ ପାର୍କିଂ ପାଇଁ ଜରିମାନା ଟ୍ରାଫିକ୍‌ ପୋଲିସକୁ ଦେଇ ରସିଦ୍‌ ନେବେ।
ପ୍ରଥମ ଦିନରେ ୪୧ ଗାଡ଼ି ରାସ୍ତାରୁ ଉଠିଲା
ବେଆଇନ ପାର୍କିଂ ଉପରେ କମିଶନରେଟ ପୋଲିସ ମଙ୍ଗଳବାରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ଚନ୍ଦ୍ରଶେଖପୁର ଓ ଏଜିଛକ ଟ୍ରାଫିକ ଥାନା ୪୧ ଗାଡି ଉଠାଇନେଇଥିବା ଜଣାପଡିଛି। ଆଗାମୀ ଦିନରେ ଏଭଳି ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଟ୍ରାଫିକ ଡିସିପି ନାଥ ସୂଚନା ଦେଇଛନ୍ତି।
ମାଳମାଳ ଯୋଜନା, ଫଳ ଶୂନ
ରାଜଧାନୀରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏପରି କି ନୋ ଓଭରଟେକିଂ ଜୋନ୍‌ କରିବା ସହ ଡ୍ରୋନ ଉଡାଇ ବେପରୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ବ୍ୟବସ୍ଥା ରହିଛି। ହେଲେ କିଛିଦିନ ଗଣମାଧ୍ୟମ ସମ୍ମୁଖରେ ଟ୍ରୋନ ଉଡାଇବା ପରେ ତାହାକୁ ଆଉ ଦେଖିବାକୁ ମିଳୁନି। ସେହିପରି ବାପୁଜୀନଗରକୁ ଯିବା ପାଇଁ ଓ୍ବାନ୍‌ ଓ୍ବେ କରାଗଲା। ହେଲେ ନିୟମକୁ ନିୟମିତ ପାଳନ ପାଇଁ ପଦକ୍ଷେପ ନିଆଯାଉନି କି ଏହାକୁ ଏବେ କେହି ମାନୁନାହାନ୍ତି। ସେହିପରି ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଦୁଇ ଚକିଆ ପାର୍କିଂ କରାଯାଇପାରିବ ନାହିଁ ବୋଲି କୁହାଗଲା। ହେଲେ ଏବେ ମଧ୍ୟ ବାଇକ ରଖାଯାଉଥିବା ଦେଖିବାକୁ ମିଳୁଛି। ତେଣୁ ସବୁଯୋଜନା ଭଳି ଏହି ନିୟମ ମଧ୍ୟ ଫୁର୍‌ ହୋଇଯିବନି ତ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri