ରାସ୍ତାରେ ଅସଦାଚରଣ କରି ଛେଚା ଖାଇଲେ କନ୍‌ଷ୍ଟେବଳ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ ରାଜରାସ୍ତାରେ ଆଉ ଏକ ଖାକି କାର୍‌ନାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ହାତ ଧରି ଅସଦାଚରଣ କରିବା ଜଣେ ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଛି। ଲୋକଙ୍କ ମାଡ଼ ସହ ଅସଦାଚରଣର ଶିକାର ଯୁବତୀଙ୍କ ଯୋତା ଓ ଗୋଇଠା ମାଡ଼ରେ ତାଙ୍କର ପ୍ରେମ ନିଶା ଉତୁରି ଯାଇଛି। ରବିବାର କ୍ୟାପିଟାଲ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ (ଏସ୍‌ଏସ୍‌ବି)ର ଜଣେ କନ୍‌ଷ୍ଟେବଳ ଏପରି କାଣ୍ଡ ଘଟାଇଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି। ତାଙ୍କ ଘର ଗଞ୍ଜାମ ଗୋଳନ୍ଥରା ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ଏସ୍‌ଏସ୍‌ବି କ୍ୟାମ୍ପରେ ରହୁଥିବା ପୋଲିସ ସୂଚନା ଦେଇଛି। ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଯୁବତୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିବା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକରାଣୀଙ୍କ ଛୁରା ମାଡ଼ରେ ବୃଦ୍ଧ ଗୁରୁତର

ଭୁବନେଶ୍ୱର, ୧୯ା୭(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ଚାକରାଣୀଙ୍କ ଛୁରା ମାଡ଼ରେ ଜଣେ ୯୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ,...

ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା

ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି ।...

ସିବିକେ ମହାନ୍ତି କିମ୍ସ ଉପକୁଳପତି

ଭୁବନେଶ୍ୱର,୭।୧୧(ବ୍ୟୁରୋ): ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‌ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂର ପୂର୍ବତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ...

ଯାତ୍ରୀବାହୀ ଟ୍ରେନ୍‌ ପାଇଁ ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୧।୧୧: କେନ୍ଦ୍ରାପଡ଼ା ଜିଲା ମ‘ଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରୁ ମାଲବାହୀ ଟ୍ରେନ ଚଳାଚଳ କରୁଛି। ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ...

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାବ ପରୀକ୍ଷା

ଭଦ୍ରକ ଅଫିସ,୩୦।୪: ଭଦ୍ରକ ସହରରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯାଇଛି। ସହରର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏହି ସ୍ବାବ...

୮ଜଣଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ୩୯ତମ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୮ଜଣ ଚିତ୍ରଶିଳ୍ପୀଙ୍କୁ...

ଜଗାକୁ ଘରୁ ଦର୍ଶନ କରିବାର ଅଧିକାର କେହି ଛଡ଼ାଇ ନେଇପାରିବେନି

‘ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ’ ପ୍ରଶାସନ କୌଣସି ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କରିପାରିବ। ମାତ୍ର ଘରେ ରହି ଦାଣ୍ଡକୁ ଚାହିଁବାର ଅଧିକାର କିଭଳି ଛଡ଼ାଇ ନିଆଯିବ।...

ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ...

Advertisement
Archives

Model This Week