ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଗଞ୍ଜାମ, ୩୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଏବଂ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ମୃତକ ଜଣକ ଖଲିକୋଟ ଥାନା କୁସିଡେପା ଗ୍ରାମର ଅଶ୍ୱିନୀ କୁମାର ମିଶ୍ର ବୋଲି ଜଣାପଡ଼ିଛି। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଜଣେ ଡେମୋନ୍‌ଷ୍ଟ୍ରେଟର ଥିଲେ। ମୃତଦେହ ନିକଟରେ ଏକ କଳା ରଙ୍ଗର ବୁଲେଟ୍‌ ପଡ଼ିଥିବାବେଳେ ମୃତକ ଅଶ୍ୱିନୀଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ବଡ଼ଭାଇଙ୍କ ଏତଲା କ୍ରମେ ପୋଲିସ କେସ ନଂ ୨୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଙ୍କ ହତ୍ୟାର ୧୩ ଦିନରେ ଜୀବନ ହାରିଲେ ପୁଅ

ଛତ୍ରପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁରେ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ୧୩ ଦିନ...

ଗଞ୍ଜାମର ୨,୩୨୮ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ଛତ୍ରପୁର,୨୪ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ୫,୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହଥିବା ବେଳେ ସେଥିମଧ୍ୟରୁ ୨,୩୨୮ ଟି କେନ୍ଦ୍ରରେ ଗତ ୩ ଦିନ ହେଲା ତାଲା ପଡିଛି ।...

ଦିଗପହଣ୍ଡି କୋର୍ଟରେ ଜାତୀୟ ଲୋକ ଅଦାଲତ: ୨୫ ମାମଲାର ହେଲା ଫଇସଲା

ଦିଗପହଣ୍ଡି,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତର ମାଜିଷ୍ଟ୍ରେଟ ସଞ୍ଜୟ କୁମାର...

ଭାଜପା ଶାସନରେ ଦେଶର ଗଣତନ୍ତ୍ର ବିପନ୍ନ: କଂଗ୍ରେସ

ବ୍ରହ୍ମପୁର ଅଫିସ/ଫୁଲବାଣୀ ଅଫିସ, ୧ା୪: ଭାଜପା ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଚାଲିଛି। ପ୍ରତିବାଦ ଓ ବିରୋଧ କଲେ କେନ୍ଦ୍ରୀୟ ତଦନ୍ତ...

ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଚନ୍ଦ୍ରଗିରି,୧୮।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧୀନ ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଅଜଣା ମହିଳାଙ୍କ ମୃତଦେହ...

ବ୍ଲକ, ଏନ୍‌ଏସି ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭଞ୍ଜନଗର,୧୬।୨(ଡି.ଏନ.ଏ)-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ହିତାଧିକାରୀଙ୍କ ୧୦ କେଜି ଚାଉଳରୁ ୫ କେଜି କଟିବା ପ୍ରତିବାଦରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି...

ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌...

ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ...

Advertisement
Archives

Model This Week