ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀର କେ. ପାର୍ବତୀ(୨୫)। ଏବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସୂଚନାନୁଯାୟୀ, ଶୁକ୍ରବାର ସକାଳେ ପାର୍ବତୀ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ସ୍ବାମୀ, ପାର୍ବତୀ ଓ ୪ ବର୍ଷର ଶିଶୁ ଗାଁରୁ ଗାଡିରେ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ। କୋର୍ଟପେଟା ଛକରେ ସ୍ତ୍ରୀ ଓ ପୁଅକୁ ଛିଡ଼ାକରି ତାଙ୍କ ସ୍ବାମୀ ନିକଟରେ ଥିବା ବାଲାଜି ଡାଏଗ୍ନୋଷ୍ଟିକ୍‌ ସେଣ୍ଟରକୁ ଏକ ମେଡିକାଲ ରିପୋର୍ଟ ଆଣିବାକୁ ଯାଇଥିଲେ। ପାର୍ବତୀ ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ହଠାତ୍‌ ତାଙ୍କର ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ବସି ପଡିଥିଲେ। ନିକଟରେ ଠିଆହୋଇଥିବା ମହିଳାମାନେ ସେଠାରେ ରୁଣ୍ଡହୋଇ ମହିଳାଙ୍କ ଚାରିପଟେ କପଡ଼ା ଘେରାଇ ଜଗି ରହିଥିଲେ। ପରେ ପାର୍ବତୀ ସେଠାରେ ଶିଶୁକନ୍ୟା ପ୍ରସବ କରିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ କେତେଜଣ ସ୍ବେଚ୍ଛାସେବୀ ସେଠାରେ ପହଞ୍ଚିି ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଏମ୍‌କେସିଜି ମେଡିକାଲ ପଠାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri