ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀର କେ. ପାର୍ବତୀ(୨୫)। ଏବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସୂଚନାନୁଯାୟୀ, ଶୁକ୍ରବାର ସକାଳେ ପାର୍ବତୀ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ସ୍ବାମୀ, ପାର୍ବତୀ ଓ ୪ ବର୍ଷର ଶିଶୁ ଗାଁରୁ ଗାଡିରେ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ। କୋର୍ଟପେଟା ଛକରେ ସ୍ତ୍ରୀ ଓ ପୁଅକୁ ଛିଡ଼ାକରି ତାଙ୍କ ସ୍ବାମୀ ନିକଟରେ ଥିବା ବାଲାଜି ଡାଏଗ୍ନୋଷ୍ଟିକ୍‌ ସେଣ୍ଟରକୁ ଏକ ମେଡିକାଲ ରିପୋର୍ଟ ଆଣିବାକୁ ଯାଇଥିଲେ। ପାର୍ବତୀ ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ହଠାତ୍‌ ତାଙ୍କର ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ବସି ପଡିଥିଲେ। ନିକଟରେ ଠିଆହୋଇଥିବା ମହିଳାମାନେ ସେଠାରେ ରୁଣ୍ଡହୋଇ ମହିଳାଙ୍କ ଚାରିପଟେ କପଡ଼ା ଘେରାଇ ଜଗି ରହିଥିଲେ। ପରେ ପାର୍ବତୀ ସେଠାରେ ଶିଶୁକନ୍ୟା ପ୍ରସବ କରିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ କେତେଜଣ ସ୍ବେଚ୍ଛାସେବୀ ସେଠାରେ ପହଞ୍ଚିି ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଏମ୍‌କେସିଜି ମେଡିକାଲ ପଠାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଥରେ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):କୋରାପୁଟ ସଦର ଥାନା ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମ ରାସ୍ତାରେ ଭାରତମାଳା ଯୋଜନାରେ ଖୋଳାଯାଇଥିବା ଗାତରେ ପଡ଼ି ୪ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ୫...

ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ...

କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ

ଶେରଗଡ,୧୩ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକରେ କରୋନା ମୁକାବିଲା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଭୂବନ କୁମାର ଶତପଥୀ।...

ନେଳିଆବାଗରେ କଣ୍ଟେନମେଣ୍ଟ ଅବଧି ଆଉ ୭ଦିନ ବଢିଲା

ବାଲେଶ୍ୱର ଅଫିସ,୨୬।୪-ବାଲେଶ୍ୱର ପୌରାଞ୍ଚଳର ନେଳିଆବାଗ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ତରଫରୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ...

‘ରାଜ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦିଅନ୍ତୁ’

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆସନ୍ତା ୫ ତାରିଖରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।...

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌...

ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)।...

Advertisement
Archives

Model This Week