ରାସ୍ତାକଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ପ୍ରଶାସନ

ସଜନାଗଡ଼,୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ ଅଫିସ୍‌ଠାରୁ ମାତ୍ର ୫୦୦ ମିଟର ଦୂର ବିଚ୍‌ ଦୁର୍ଗାମଣ୍ଡପ ରାସ୍ତାକଡ଼ରେ ୨ଦିନ ଧରି ଏକ ନିରାଶ୍ରୟା ବୃଦ୍ଧା ଖାଇବାକୁ ନ ପାଇ ପଡିରହିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଶନିବାର ତାଙ୍କୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଉଛନ୍ତି ନୀଳଗିରି ଏନ୍‌ଏସିର ୬ନଂ. ୱାର୍ଡ଼ର ପମା ମୁର୍ମୁ (୮୦)।
ତାଙ୍କ ପରିବାରରେ କେହି ନ ଥିବାରୁ ସେ ଘୁଷୁରି ଘୁଷୁରି ଦୋକାନ ବୁଲି ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ସେ ପାରାଲିସସ୍‌ ରୋଗରେ ଆକ୍ରାନ୍ତ ହେବା ପରେ ୨ଦିନ ହେଲଶ ପଡି ରହିଥିଲେ। କାହ୍ନୁ ନାମକ ଜଣେ ହୋଟେଲ ମାଲିକ ପ୍ରତିଦିନ ଖାଦ୍ୟ ଆଣି ପମାଙ୍କୁ ଦେଇଥାନ୍ତି। ଗଣମାଧ୍ୟମର ପ୍ରତିନିଧିମାନେ ଏହା ଜାଣିବା ପରେ ନୀଳଗିରି ଉପ-ଜିଲାପାଳଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ନୀଳଗିରି ବିଡିଓ ରାମଦାସ ଟୁଡୁ, ଏନ୍‌ଏସିର ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ, ଏନ୍‌ଏସିର ଅମିନ ମନୋଜ ଦାସ ପହଞ୍ଚି ବୃଦ୍ଧାଙ୍କୁ ତୁରନ୍ତ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସରକାରୀ ସ୍ତରରେ ଯାହା ସହାୟତା ଯୋଗାଇ ଦିଆଯାଇପାରିବ ତାହା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ...

ସାପ କାମୁଡ଼ାରେ ୨ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୨ା୬ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ୩ଟି ପୃଥକ ସ୍ଥାନରେ ସାପ କାମୁଡାରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ...

କପି କରି ଧରାପଡିଲେ ୫ ପରୀକ୍ଷାର୍ଥୀ

ଭୋଗରାଇ,୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଭଗବାନଚନ୍ଦ୍ର ହାଇସ୍କୁଲ କଟିସାହି ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ୪ଜଣ ଓ ଲୋକନାଥ ହାଇସ୍କୁଲ ମହାଗବ ପରୀକ୍ଷାକେନ୍ଦ୍ରରୁ ଜଣେ...

ବିବାହ ଚତୃର୍ଥୀ ଭୋଜିରେ ବଜ୍ରପାତ : ବର ମୃତ, ମହିଳାଙ୍କ ସମେତ ୪ ଗୁରୁତର

ଆନନ୍ଦପୁର,୧୬।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି ା ବିବାହ ଚତୁର୍ଥୀ ଭୋଜି ଚାଲି ଥିବାବେଳେ ବଜ୍ରପାତ ଘଟି ବରର...

ମୌଳିକ ସୁବିଧାରୁ ବଞ୍ଚିତ ମାଙ୍କଡ଼ଖଳି ଗାଁ

ତେଲକୋଇ, ୨୧।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତରେ ରହିଛି ମାଙ୍କଡଖଳି ଗ୍ରାମ। ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନ...

ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା

ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ,...

ବାସୁଦେବପୁର ବ୍ଲକ ଜିଆର୍‌ଏସ୍‌ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା...

ପର୍ଯ୍ୟଟନସ୍ଥଳୀ ଉନ୍ନୟନ ନେଇ ସମୀକ୍ଷା

ଭୋଗରାଇ, ୩୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନୟନ କାର୍ଯ୍ୟ ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି । ମଙ୍ଗଳବାର ଜିଲାପାଳ...

Advertisement


Archives

Model This Week