ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ ବଡ ଶୁଖିଲା ଗଛ ରହିଛି । ଗଛଗୁଡିକ ଶୁଖିଯିବା ପରେ କଟାଯାଉ ନ ଥିବାରୁ କେତେବେଳେ ଦୁର୍ଘଟଣା ଘଟିବ ତାହା କୁହାଯାଇପାରିବ ନାହିଁ । ବହୁ ବର୍ଷର ପୁରୁଣା ଗଛଗୁଡିକର ଶାଖା ଡାଳସବୁ ବର୍ଷା ପାଣି ପଡି ନଷ୍ଟ ହୋଇ ଅନେକ ସମୟରେ ଖଣ୍ଡ ଖଣ୍ଡ ହୋଇ ରାସ୍ତା ଉପରେ ପଡୁଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଦୈନିକ ବାଟୋଇମାନେ ନିଜକୁ ନିରାପଦ ମଣୁନାହାନ୍ତି। ଶନିବାର ଅପରାହ୍ନରେ ଏହି ରାସ୍ତାର ବେଠିଆସାହି ଗ୍ରାମ ନିକଟରେ ଏକ ଶୁଖିଲା ଆମ୍ବଗଛର ଡାଳ ଭାଙ୍ଗି ହଠାତ୍‌ ରାସ୍ତା ଉପରେ ପଡିଥିଲା । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ବାଇକ୍‌ ଆରୋହୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ ବନ ବିଭାଗର କେତେଜଣ ଅସ୍ଥାୟୀ କର୍ମଚାରୀ ଓ ବାଟୋଇ ରାସ୍ତା ଉପରେ ପଡିଥିବା ଡାଳଗୁଡିକ ସଫା କରିଥିଲେ। ଏହି ପରିପ୍ରେକ୍ଷୀରେ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକୁ କଟାଯାଇ ସେହି ସ୍ଥାନରେ ନୂତନ ଗଛ ରୋପଣ କରିବା ପାଇଁ ସ୍ଥାନୀୟ ପରିବେଶବିତ୍‌ ମତ ଦେଇଛନ୍ତି। ପୂର୍ତ୍ତ ବିଭାଗ ଅଧିକାରୀ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକୁ ତୁରନ୍ତ ହଟାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଗଣିଆ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ସଞ୍ଜୟ କେତନ ନାୟକଙ୍କୁ ପଚାରିବାରୁ ସେ ଗଣିଆ-ବଡମୂଳ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକୁ ହଟାଇବା ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଗୁରୁତର: ୨ ଅଫୁଟା ଗୁଳି, ମାଉଜର ଜବତ

ଗଞ୍ଜାମ,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଜୟଶ୍ରୀଛକଠାରେ ଶନିବାର ଭୋରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ବ୍ରହ୍ମପୁର ଅଞ୍ଚଳ ଗୋଷାଣୀ ନୂଆଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଓରଫ କୋକୋ...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର...

ଖୋଲା ଆକାଶ ତଳେ ଗଦା ହୋଇଛି ଧାନ

କୁନ୍ଦୁରା,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁ ପାଇଁ ଯେତେ ବିଳମ୍ବରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ସେତିକି ଅଧିକ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ ଦଲାଲଙ୍କ ନିକଟରେ...

ତିଗିରିଆରେ ବନ୍ଦ ପାଳନ

ତିଗିରିଆ,୨୬।୧୧:(ଡି.ଏନ.ଏ): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିଗିରିଆ ବ୍ଲକ ନୂଆପାଟଣା ଚଣ୍ଡୀବଜ଼ାରଠାରେ ହିନ୍ଦ ମଜଦୁର ସଭା ଆଠଗଡ ତରଫରୁ ଗୁରୁବାର...

୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ଖଇରା ସରପଞ୍ଚ

ଖଇରା, ୧୦ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଜନଗହଳି ଉପରେ କଟକଣା ଲଗାଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ୪୮ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରିଛନ୍ତି।...

ଅଧାପନ୍ତରିଆ ହୋଇ ପଡ଼ିରହିଛି ପାଇଖାନା, ବିଲ୍‌ କରି ନେଇଛନ୍ତି ସ୍ବେଚ୍ଛାସେବୀ

ନାଉଗାଁ,୧୯।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତର ଦହିପାଳ ହରିଜନ ସାହିରେ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମାଣ କରାଯାଇଛି ପାଇଖାନା। ମାତ୍ର ପାଇଖାନା...

ଡାକ୍ତରଙ୍କୁ ଅସମ୍ମାନ, ୩ ଗିରଫ

ଖଇରା,୨୫ା୪(ଡି.ଏନ୍‌.ଏ.)-ବାଲେଶ୍ବର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଖଇରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ...

ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ

ଅତାବିରା,୧୬।୬(ଡି.ଏନ୍‌.ଏ.)-ରାଜ୍ୟ ଓ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ପ୍ରକୃତ ହିତାଧିକାରୀ ସେଥିରୁ...

Advertisement
Archives

Model This Week