Posted inଜାତୀୟ

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ପରଷା ଯିବ ସ୍ପେଶାଲ ଡାଲ ରାଇସିନା

ନୂଆଦିଲ୍ଲୀ,୨୫।୨: ଆମେରିକାର ରାଷ୍ଟ୍ରପତି ପରିବାର ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ତାଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତୀୟ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି। ହେଲେ ଏହାକୁ ପ୍ରସ୍ତୁତ କରିବାକୁ ଆମେରିକୀୟ ମସଲାର ବ୍ୟବହାର କରାଯିବ ବୋଲି ଜଣାପଡିଛି। ତେଣୁ ଏଥିରେ ଭାରତ-ଆମେରିକା ଟେଷ୍ଟ ରହିବ ବୋଲି କୁହାଯାଉଛି। ଏହି ଖାଦ୍ୟ ତାଲିକାରେ ରହିଛି ସାଲମନ ମାଛର ଟିକ୍କା, ଆଳୁ ଟିକ୍କା, କ୍ଲିୟର ସୁପ୍‌, ରାଇସିନା ଡାଲ, ଦମ ଗୁଚ୍ଚି ମଟର, ଦମ ଗୋସ୍ତ ବିରିୟାନୀ। ଏହାସହ ମାଲପୁଆ, ରାବିଡି, ଭାନିଲା ଆଇସ କ୍ରିମ୍‌, ଚା’, କଫି ଓ ପାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଆମେରିକା ରାଷ୍ଟ୍ରପତି ପରିବାରଙ୍କ ଏହି ସ୍ବତନ୍ତ୍ର ଭୋଜନ ପାଇଁ ପ୍ରାୟ ୩୨ ଜଣ ଶେଫ୍‌ ନିୟୋଜିତ ହୋଇଥିବା କୁହାଯାଏ। ଏଥିରେ ମୁଖ୍ୟ ଆକର୍ଷଣ ରହିବ ଡାଲ ରାଇସିନା ଯାହା ରାଷ୍ଟ୍ରପତି ଭବନର ସ୍ବତନ୍ତ୍ରତା ବହନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଃଶ୍ୱାସରେ ୮ ମିଟର ଯାଇପାରେ ଭୂତାଣୁ

ନୂଆଦିଲ୍ଲୀ,୨ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି) ପକ୍ଷରୁ...

ମେଟ୍ରୋ ଟ୍ରେନ୍‌ରେ ଠିଆ ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜଳ ଓ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ୍‌...

ପ୍ରବାସୀଙ୍କୁ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌ ପାଇଁ କେନ୍ଦ୍ର ନିକଟରେ ଦାବି କଲେ ସୁଶିଲ

ପାଟନା,୩୦।୪: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ କେନ୍ଦ୍ର ନିକଟରେ...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି...

ପୁତ୍ର ମୋହରେ ଅନ୍ଧ କଂଗ୍ରେସ: ଦଳରେ ବାଡ଼ ଡିଆଁ ଆଶଙ୍କା ଘନଉଛି !

ନୂଆଦିଲ୍ଲୀ, ୩୦।୮: କଂଗ୍ରେସରେ ଘର କନ୍ଦଳ ଏବେ ପଦାକୁ ଆସିବାରେ ଲାଗିଛି। ଗାନ୍ଧୀ ପରିବାର ଉପରେ ଆଶ୍ରିତ କଂଗ୍ରେସ ଦଳରେ ଚାଲିଥିବା କାମଚଳା ନୀତି ଯୋଗୁ...

ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୨।୬: ଜମ୍ମୁ-କାଶ୍ମୀରର ଶୋପିଆନ ଜିଲାରୁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ଜାକିର ଅହମ୍ମଦ ଖାନ। ତାଙ୍କ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

ବଦଳି ଯାଇଛି ବାପୁଙ୍କ ଭାରତ; ଚାରିଆଡ଼େ ବ୍ୟାପିଛି ହିଂସା-ଅସହିଷ୍ଣୁତା: କପିଲ ସିବଲ୍‌

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ସଦସ୍ୟ କପିଲ୍‌ ସିବଲ୍‌ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଜି ବାପୁଙ୍କ ଭାରତ ଚିତ୍ର...


Coronavirus Update

Archives

Model This Week

Why Dharitri