Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇବେ। ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ପୁରାତନ ରୋଗପୀଡ଼ା, ଋଣ ପରିଶୋଧ ଓ ଆମତ୍ୀୟଙ୍କ ବିରୁଦ୍ଧାଚରଣ ବିଷୟରେ ଚିନ୍ତା କରିବେ। ତଥାପି କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟାକରି ସଫଳତା ହାସଲ କରିପାରନ୍ତି। ଏକାଧିକ ଗ୍ରହ ସପ୍ତମସ୍ଥ ରହିଥିବାରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ମିଳିବ।
ମିଥୁନ
ମିଥୁନ
ଷଡ଼ାଷ୍ଟକ ସ୍ଥିତିରେ ଚନ୍ଦ୍ର ଏବଂ ବୃହସ୍ପତି ରହିଥିବାରୁ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ହେଲେ ଆଶାନୁରୂପ ହୋଇ ନ ପାରେ। କର୍ମକ୍ଷେତ୍ରରେ ଅଟକିରହିଥିବା କାମ ସକାଶେ ଅନୁତାପ କରିପାରନ୍ତି। ଅତିଥି ଚର୍ଚ୍ଚାକୁ କେନ୍ଦ୍ରକରି ପରିବାରରେ କଳହ ଲାଗିପାରେ। ପ୍ରାତଃ ଭ୍ରମଣ, ରାଜନୀତି, ପ୍ରଶାସନ, ବାଣିଜ୍ୟ ପାଇଁ ଦିନଟି ଭଲ ା
କର୍କଟ
କର୍କଟ
ଅଷ୍ଟମଭାବରେ ରାଶ୍ୟାଧିପତି ପାପଗ୍ରହ ଯୁକ୍ତ କାରଣରୁ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବନାହିଁ। ଅଶ୍ଳେଷା ସକାଶେ ସମୟର ଅନୁକୂଳ ପ୍ରବାହରେ ସମସ୍ୟା ସମାଧନ ହୋଇଯିବ। ପଡ଼ୋଶୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‍ କରିପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରିବା ଠିକ୍‍ ହେବ ନାହିଁ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା କାରଣରୁ ଅବନତି ଘଟୁଥିବା ସ୍ବାସ୍ଥ୍ୟ ସକାଶେ ମନସ୍ତାପ କରିପାରନ୍ତି। ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବାର ସୂଚନା ରହିଛି। ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
କନ୍ୟା
କର୍ମାଧିପ ବୁଧ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। ପ୍ରତିବେଶୀଙ୍କ ସାହାଯ୍ୟ ନେଇ ଅସମାହିତ କାମକୁ ସମ୍ପନ୍ନ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବା ଆଶଙ୍କା ରହିଛି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହିପାରନ୍ତି।
ତୁଳା
ତୁଳା
ଉଚ୍ଚଭାବସ୍ଥ ଦେବଗୁରୁଙ୍କ ପ୍ରଭାବରେ କର୍ମାରମ୍ଭ ସକାଶେ ମନ ବଳାଇ ଆନୁଷଙ୍ଗିକ ସୁବିଧା ପାଇବେ। ବନ୍ଧୁବର୍ଗଙ୍କ ସହଯୋଗ କାର୍ଯ୍ୟକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। ପାରିବାରିକ କ୍ଷେତ୍ରରେ କୌଣସି କଥାକୁ ଠିକ୍‍ ଭାବରେ ନ ବୁଝି ପ୍ରତିକ୍ରିୟାଶୀଳ ହେବା ଠିକ୍‍ ହେବନାହିଁ। ପ୍ରକାଶନ, ଆଇନ, କଳା ସାହିତ୍ୟରେ ସଫଳତା ପାଇପାରିବେ।
ବିଛା
ବିଛା
ରାଶିରେ ତିନୋଟି ପାପଗ୍ରହ ଅବସ୍ଥାନ କରୁଥିବାରୁ ଆପଣଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପ ଶୃଙ୍ଖଳିତ ନ ହୋଇପାରେ। ଆଜି ଆପଣ ବିବାଦୀୟ କଥା,ଶତ୍ରୁତା କରୁଥିବା ବ୍ୟକ୍ତି କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟା ବିଷୟରେ ଚିନ୍ତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଆମତ୍ୀୟ ମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି।
ଧନୁ
ଧନୁ
ବନ୍ଧୁଙ୍କ ସ୍ନେହ, ପାରିବାରିକ ଆଦର, ଅର୍ଥଲାଭ ସାଙ୍ଗକୁ ସନ୍ତାନସୁଖ ଶାନ୍ତି ପ୍ରଦାନ କରିବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ସକାଶେ ଦିନଟି ଶୁଭପ୍ରଦ ରହିବ। ବକେୟା ଟଙ୍କା ପାଇବାର ମାର୍ଗ ସୁଗମ ହୋଇଯିବ। କୃତି ଏବଂ କୃତିତ୍ୱ ସାଙ୍ଗକୁ ଆପଣଙ୍କ ଦକ୍ଷତା କର୍ମକ୍ଷେତ୍ର ଓ ସାମାଜିକ ସ୍ଥିତିକୁ ଉନ୍ନତ କରାଇବ।
ମକର
ମକର
ପାପାକ୍ରାନ୍ତ ଚତୁର୍ଥାଧିପ ଯୋଗୁ ନିଜ ଘରକଥା, ଜମିବାଡ଼ି, ଯାନବାହନ ତଥା ଲୋକ ସମ୍ପର୍କ ବିଷୟରେ ଚିନ୍ତିତ ରହିପାରନ୍ତି। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ସାହିତ୍ୟାଲୋଚନା କ୍ଷେତ୍ର୍ରରେ ଥିବା ଅସଙ୍ଗତି ଦୂର ହୋଇଯିବ। ସହକର୍ମୀଙ୍କ ଅସହଯୋଗ କାରଣରୁ ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ପ୍ରତିକୂଳ ଗ୍ରହ ସ୍ଥିତି ଯୋଗୁ ସମସ୍ୟାମୂଳକ କାମର ଅନ୍ତ ଘଟିବାର ଚେଷ୍ଟା ଫଳବତୀ ନ ହୋଇପାରେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧହୋଇ କାମ ହାସଲ କରିପାରନ୍ତି। ଧର୍ମାନୁଷ୍ଠାନ କ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରେରଣା ଲାଭ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ା
ମୀନମୀନ
ପାରିବାରିକ କଳହ ସାଙ୍ଗକୁ ଆର୍ଥିକ ସଙ୍କଟ ମାନସିକ ଦୁଶ୍ଚିନ୍ତାକୁ ଦ୍ୱିଗୁଣିତ କରିପାରେ। ଅବଶ୍ୟ କ୍ରୀଡ଼ା, ସଙ୍ଗୀତରୁ ପ୍ରଶଂସିତ ହେବେ। ଆଲୋଚନା ପରିସରରେ ଭିନ୍ନ କଥାବାର୍ତ୍ତାକରି ସମାଲୋଚିତ ହୋଇପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ହାସଲକରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri