Posted inRasifala

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।
ବୃଷ
ବୃଷ
ବୁଧଜନିତ କେବଳ ଠିକ୍‌ ନିଷ୍ପତ୍ତିର ଅଭାବରେ ପରିସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି । ନତୁବା ପ୍ରତ୍ୟେକ ଦିଗରୁ ଆଜି କୌଣସି ଦିନର କାମ ସମାପନ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଗ୍ରହ ଜନିତ ପାରିବାରିକ ଦୁଶ୍ଚିନ୍ତାରେ ଶଢୁଥିଲେ ମଧ୍ୟ ମନ କଥାକୁ ମନ ଭିତରେ ରହି ଦିନଚର୍ଯ୍ୟା କରିବେ । ସାମାନ୍ୟ ଡେରିରେ କାମଗୁଡ଼ିକ ସମ୍ପନ୍ନ ହେବ, ମାତ୍ର ଏଥିସକାଶେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଅନୁକୂଳ ରହିବା ହେତୁ ଟେନ୍‌ସନ ରହିଲେ ମଧ୍ୟ କାମ ଅଟକିବ ନାହିଁ । ପରିବାରରେ ସୌହାର୍ଦ୍ଦ୍ୟ ମନୋଭାବ ନେଇ କାମ କରିବେ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇବେ । ନିଜର ସାଧ୍ୟାନୁସାରେ ସାହାଯ୍ୟ କରି ମଧ୍ୟ ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ ।
ସି˚ହ
ସି˚ହ
ବ୍ୟବହାରିକ ବ୍ୟତିକ୍ରମରୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଭାଇ,ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ମଘା ନକ୍ଷତ୍ର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।
କନ୍ୟା
ଆଜି ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ଅନାଦର ପାଇପାରନ୍ତି । ଅଯଥା କଳହରୁ ଦୂରେଇ ରହିବା ଭଲ ହେବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ସତର୍କ ରହିବା ଭଲ । ତଥାପି ଅବହେଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି ।
ତୁଳା
ତୁଳା
ଯାହା ଆଜି ପର୍ଯ୍ୟନ୍ତ ଖୋଜି ଖୋଜି ପାଉ ନଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସି ହୋଇଯିବ । ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମନ୍ତବ୍ୟ ଦେବା ଭଲ ହେବ ।
ବିଛା
ବିଛା
ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ସମସ୍ୟା ଆସି ମନଟାକୁ ଗୋଳମାଳିଆ କରିଦେଇପାରେ । ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିବେ । ପରିବହନ କ୍ଷେତ୍ରରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ ।
ଧନୁ
ଧନୁ
ବନ୍ଧୁମାନଙ୍କ ସହ ଭ୍ରମଣ,କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ମଜ୍ଜାଇ ରଖିବେ । ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଅନୁକମ୍ପା ମଧ୍ୟ ପାଇବେ । କୌଣସି ଶୁଭ କାମରେ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ । ଆର୍ଥିକ ସ୍ଥତି ପୂର୍ବପରି ରହିବ ।
ମକର
ମକର
ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ସବୁ କଥାରେ ପଛକୁ ରହି କାମ କରିବା ଭଲ ହେବ, ଅନ୍ୟଥା ସାଧାରଣ କଥାରୁ କଳହର ସମ୍ଭାବନା ରହିଛି । କୌଣସି ଘଟଣା ମନକୁ ବିବ୍ରତ କରିପାରେ । କିଛି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ ।
କୁମ୍ଭ
କୁମ୍ଭ
ଆଜି ଆପଣ ସାମାଜିକ ସ୍ତରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ । ମାତ୍ର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ । ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହେବେ ।
ମୀନମୀନ

ଆଜି ପାଇଁ ସମସ୍ୟା ଥିଲେ ବି ବିଶେଷ କ୍ଷତିକାରକ ହୋଇ ନପାରେ । ବିଭିନ୍ନ ପ୍ରକାର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଧାର ସୂତ୍ରରେ ଅର୍ଥ ପାଇବେ ଏବଂ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri