Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭକରିବା ସକାଶେ ମନ ବଳାଇବେ । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଗୁରୁଜନମାନଙ୍କ ପରାମର୍ଶ କ୍ରମେ କାମ କଲେ ସମସ୍ୟା ସମାଧାନ ହେବା ସମ୍ଭାବନା ରହିଛି।
ବୃଷ
ବୃଷ
ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ, କିନ୍ତୁ ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆର୍ଥିକ ସ୍ଥିତି କମ୍‌ଜୋର ରହିବ, ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
ମିଥୁନ
ମିଥୁନ
ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି, ଯାହାକି କଳହର କାରଣ ହୋଇପାରେ । ପୁରାତନ ରୋଗର ପୀଡ଼ା ମନକୁ ସାମୟିକ ବିଷାଦିତ କରିବ । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନିଅନ୍ତୁ।
କର୍କଟ
କର୍କଟ
ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡ଼ିବ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବା ଆଶଙ୍କା ରହିଛି।
ସି˚ହ
ସି˚ହ
ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ବିଳମ୍ବିତ ସମୟରେ କାମଗୁଡ଼ିକ ସମ୍ପନ୍ନ ହେବାରୁ ମନରେ ସରସତା ରହିବନାହିଁ । ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି।
କନ୍ୟା
ଭାଗ୍ୟ ସ୍ଥାନକୁ ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଦୃଷ୍ଟି ଅର୍ଥ ଓ ସମ୍ମାନ ପ୍ରଦାନ କରିବ। ଶନିଙ୍କ କୁପ୍ରଭାବରେ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ଏକାଦଶସ୍ଥ ଗ୍ରହମାନେ କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ଦ୍ୱାଦଶଭାବସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କ ହାନିକରିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପଡ଼ୋଶୀମାନେ ନିଜ ନିଜର ସ୍ବାର୍ଥସାଧାନ ମାନସରେ ମନ ବୁଝିଲା ଭଳି କଥା କହି କାର୍ଯ୍ୟ ହାସଲ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜିଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁତ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯଥାସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଆଜି ସକାଳୁ ସକାଳୁ କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ, ପରିବାର ଭିତରେ, ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି। ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ ।
କୁମ୍ଭ
କୁମ୍ଭ
ଯେକୌଣସି କାମ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ । କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ
ଆଜି ସକାଳୁ ସକାଳୁ ହଠାତ୍‌ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ବିଷୟରେ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଗୁରୁ ଦୃଷ୍ଟିରେ ତିନୋଟିଗ୍ରହ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ରୁଦ୍ଧିମନ୍ତ କରିବ। କୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ...

ରାଶିଫଳ: ଗୁରୁବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା...

ରାଶିଫଳ: ବୁଧବାର, ଜୁନ୍ ୮ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନାରେ ନିମଜ୍ଜିତ କରାଇବ। ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର...

ରାଶିଫଳ: ସୋମବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଆକସ୍ମିକ ଭାବେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ। କାଳେ କିଛି ଦେବାକୁ ପଡ଼ିବ, ଏହି ଆଶଙ୍କାରେ ସମ୍ପର୍କୀୟମାନେ ପାଖ ମାଡ଼ିବେ...

ରାଶିଫଳ: ଶନିବାର, ମେ ୨୮ ତାରିଖ – Daily Horoscope

ମେଷ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଠିକ୍‌ ଭାବେ ଆଡଜଷ୍ଟ କରିବା କଷ୍ଟକର ହୋଇପାରେ। ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାଯର୍‌ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ...

ରାଶିଫଳ: ଶନିବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ରାଶି ଓ ଚନ୍ଦ୍ରର କେନ୍ଦ୍ରରେ କର୍ମାଧିପ ହେତୁ ବହୁତ ଭଲ କାମ କରି ସମ୍ମାନିତ ହେବାର ସୌଭାଗ୍ୟ ପ୍ରାପ୍ତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ...

ରାଶିଫଳ: ମଙ୍ଗଳବାର, ଜାନୁଆରି ୨୧ ତାରିଖ – Daily Horoscope

ମେଷ ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। ମାଲିମକଦ୍ଦମାରେ ବାଇଦା ପଡ଼ିବାକୁ କେନ୍ଦ୍ରକରି ମନରେ ସଂଶୟ...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି ପୂର୍ଣ୍ଣାତିଥି ଦଶମୀର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅପୂର୍ଣ୍ଣ ରହିବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର...

Advertisement
Archives

Model This Week