Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି ଶୁଭଚନ୍ଦ୍ର ପ୍ରଭାବରେ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ବ୍ୟକ୍ତିମାନେ ସମସ୍ୟାଗ୍ରସ୍ତ ହେବେ ଏବଂ ସେମାନଙ୍କର ମାନସିକ ସ୍ଥିତି ଦୁର୍ବଳ ରହିବ। ପାରିବାରିକ ସମସ୍ୟା,ପରିବହନରେ ଝଗଡା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ।
ବୃଷ
ବୃଷ
ରବିଙ୍କ ପ୍ରଭାବରୁ ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜନା କିମ୍ବା ଭାବପ୍ରବଣତା କ୍ଷତିର କାରଣ ହୋଇପାରେ। ସାମୟିକ ଆଲୋଚନା ଅବସରରେ ନିଜର ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ।
ମିଥୁନ
ମିଥୁନ
ଦିନଟି କିଛି ଭଲ ଓ କିଛି ସମସ୍ୟା ଭିତର ଦେଇ କଟିବ। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା ଲାଗି ରହିବା ଯୋଗୁ ମାନସିକ ସନ୍ତୁଳନ ହରାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ମାଲି ମକଦ୍ଦମା, ପ୍ରଶାସନ, ରାଜନୀତି ତଥା ଗଠନମୂଳକ କାର୍ଯ୍ୟରେ ଉତ୍ସାହିତ ହେବେ।
କର୍କଟ
କର୍କଟ
କର୍ମାଧିପ ଦୁଃସ୍ଥାନରେ ରହିଥିବାରୁ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ। ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ସାହାଯ୍ୟପ୍ରାପ୍ତି ଆଶା କରୁଥିବା ବନ୍ଧୁଙ୍କ ସହ ଦେଖାକରିବାର ସୁଯୋଗ ଲାଭକରି ଖୁସୀହେବେ।
ସି˚ହ
ସି˚ହ
ରବିଙ୍କ ସମ୍ପର୍କଜନିତ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ଆମଦାନୀ କାରବାର, ପ୍ଲଟିଙ୍ଗ କାରବାର, ପରିବହନ, ପ୍ରଶାସନ, କ୍ଷେତ୍ର ଉନ୍ନତ ରହିବ। ପୂର୍ବ ଶତ୍ରୁତା ହେତୁ ଅପରାହ୍ନରେ କଳହର ସମ୍ଭାବନା ରହିଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲହେବ।
କନ୍ୟା
ଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। ବିଳମ୍ବିତ ଯାତ୍ରା ଲକ୍ଷ୍ୟ ହାସଲରେ ସମସ୍ୟା ସୃଷ୍ଟି କରିବ। ସାମୂହିକ କଲ୍ୟାଣମୂଳକ ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ତୁଳା
ତୁଳା
ସବୁ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ। ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅର୍ଥ ଲାଭରୁ ଖୁସି ରହିବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ ।
ବିଛା
ବିଛା
ଶନି କ୍ଷେତ୍ରସ୍ଥ ମଙ୍ଗଳଙ୍କ ଦୃଷ୍ଟି ଯୋଗୁଁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଦୁର୍ଭାବନାରେ ମନ ବିଚଳିତ ରହିବ। ମାତ୍ର ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅବଶ୍ୟ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
ବୃହସ୍ପତି ସଂଯୁକ୍ତ କାରଣରୁ ଖର୍ଚ୍ଚ ପରିମାଣ ବଢିଯିବା ସହିତ ମାନସିକ ସ୍ଥିତି ବିଗିଡି ଯାଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଭ-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ।
ମକର
ମକର
ଶୁଭ ଖବର ମନକୁ ଆହ୍ଲାଦିତ କରିବ। ତୃତୀୟାଧିପଙ୍କ ଦୁର୍ବଳତାଜନିତ ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନସ୍ତାପ କରିପାରନ୍ତି। ଅଯଥା କଳହରୁ ଦୂରେଇ ରୁହନ୍ତୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଉଚ୍ଚବର୍ଗଙ୍କ ସହାୟତା ପାଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ପରିବାର, ଯାନ ବାହାନ,ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। ବିନା ଆହ୍ବାନରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ହଠାତ୍‌ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିପାରେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ।
ମୀନମୀନ

ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ ଅବଶ୍ୟ ବନ୍ଧୁଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇବେ। ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡିବ। ଉପରିସ୍ଥଙ୍କ ଆଦେଶାନୁସାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri