Posted inRasifala

ରାଶିଫଳ: ଶୁକ୍ରବାର, ମେ ୨୨ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରସ୍ଥ ରବି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ରହିବ ନାହିଁ । ଅଫିସ୍‌ କାମରେ ଏପରି କି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ ।ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି ।
ବୃଷ
ବୃଷ
ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ । ପରିବାରର ଆକସ୍ମିକ ଆବଶ୍ୟକତା ଖର୍ଚ୍ଚ ପରିମାଣକୁ ବୃଦ୍ଧି କରିବ । ସାମାଜିକ ସ୍ତରରେ ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପ୍ରଶାସନିକ କ୍ଷେତ୍ରରେ ଅଥବା ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।
ମିଥୁନ
ମିଥୁନ
ସାମୟିକ ଶାରୀରିକ ଅସୁସ୍ଥତା ପୂର୍ବାହ୍ନ ସମୟଟିକୁ ନିରୁତ୍ସାହିତ କରିବ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅନ୍ୟମନସ୍କ ନ ହୋଇ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ୍‌ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ ।
କର୍କଟ
କର୍କଟ
ଦିନଟିରେ କର୍ମ ମୁଖର ରହିବା ସହ ବିଭିନ୍ନ ସମସ୍ୟା ସମାଧାନ କରିବାରେ ବ୍ୟସ୍ତତା ବୃଦ୍ଧିପାଇବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ସହ ଆତ୍ମୀୟମାନଙ୍କ ଅବଦାନକୁ ପାସୋରି ପାରିବେ ନାହିଁ । କିନ୍ତୁ ଅଫିସିଆଲି କ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି ।
ସି˚ହ
ସି˚ହ
ପଛ କଥାକୁ ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଫାଇଦା ଉଠାଇବାରେ ଅସୁବିଧା ରହିବ ନାହିଁ । ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ । କେତେକାଂଶରେ ଭଲ ରହିବ ତଥାପି ବହୁତଗୁଡିଏ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିପାରନ୍ତି ।
କନ୍ୟା
ନିଜ ଲୋକମାନଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିବେ । ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ପରିଲକ୍ଷିତ ହେବ । ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ । କିନ୍ତୁ ବ୍ୟବସାୟ,ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବା ହେତୁ ମନ ଅସ୍ଥିର ରହିବା କାରଣରୁ ଅଶାନ୍ତ ରହିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ସମସ୍ୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ ।
ବିଛା
ବିଛା
କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି । କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ । କୌଶଳ ଅବଲମ୍ବନ କରି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ ।
ଧନୁ
ଧନୁ
ପୂର୍ବ ସମସ୍ୟା ସମାଧାନ ହୋଇଯାଇଥିବା କାରଣରୁ ମନ ଏକପ୍ରକାର ଭଲ ରହିବ । ନିଜ ଲୋକମାନଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ । ଗବେଷଣା, ଲେଖାପଢ଼ା କ୍ଷେତ୍ରରେ ସୁଫଳ ପାଇବେ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇପାରନ୍ତି ।
ମକର
ମକର
ବିନା ପ୍ରତିବନ୍ଧକରେ କାର୍ଯ୍ୟ ସମ୍ପନ୍ନ କରିବାରେ ସମର୍ଥ ହୋଇପାରିବେ । ପ୍ରିୟବନ୍ଧୁଙ୍କ ଜରିଆରେ କୌଣସି ସୁଖଦ ଶୁଭଖବର ପାଇ ମନ ବହୁତ ଖୁସୀ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ । ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଲାଗି ରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଅଚିରେ ଘଟିବ ।
କୁମ୍ଭ
କୁମ୍ଭ
ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ । ବିଶେଷ କିଛି ଅସୁବିଧା ନ ଥିଲେ ସୁଦ୍ଧା ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି ।
ମୀନମୀନ

ନୀରବ ନ ରହି ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସାଂଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ । ପ୍ଲଟିଙ୍ଗ କାରବାର, ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ଲୋକ ସମ୍ପର୍କ, ଆଲୋଚନା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅଗ୍ରଗତି ଘଟିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri