ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସର ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ଆଭିଏଶନ୍‌ର ଏକ ଅଫିସ କମ୍ପ୍ଲେକ୍ସ ସେଣ୍ଟ କ୍ଲାଉଡ୍‌ରେ ରହିଛି। ସେହି ଦପ୍ତରରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରକଳ୍ପ ପରିଚାଳନାକାରୀ ୫ ସଦସ୍ୟ କାର୍ଯ୍ୟ କରନ୍ତି। କେତେଜଣ ଦୁର୍ବୃତ୍ତ ଉକ୍ତ ଅଫିସରୁ ରବିବାର ରାତିରେ ରାଫାଲ ଯୁଦ୍ଧବିମାନ ପ୍ରକଳ୍ପ ସମ୍ପର୍କିତ ଦସ୍ତାବିଜ ଚୋରି ଉଦ୍ୟମ କରିଥିଲେ। କେତେକ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ପ୍ୟାରିସ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଇଏଏଫ୍‌ ମଧ୍ୟ ଏନେଇ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅବଗତ କରାଇଛି ବୋଲି ଘଟଣାକ୍ରମ ସମ୍ପର୍କରେ ଅବଗତ ଥିବା ଦୁଇଜଣ ଅଧିକାରୀ ନିଜ ପରିଚୟ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଫ୍ରାନ୍ସଠାରୁ ୩୬ ଯୁଦ୍ଧବିମାନ କିଣିବା ଲାଗି ଭାରତ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଆସୁଛନ୍ତି। ଦାସଲ୍ଟ ଆଭିଏଶନ୍‌ ଫ୍ରାନ୍ସରେ ଆଇଏଏଫ୍‌କୁ ଆସନ୍ତା ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ୪ଟି ଯୁଦ୍ଧବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦ୍ୱିତୀୟ ଷାଡ୍ମାସିକ ବୈଠକ ଜୁଲାଇ ୧ରେ ହେବାକୁ ଥିବାବେଳେ ସମ୍ପୃକ୍ତ ଅଫିସକୁ ଟାର୍ଗେଟ କରାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଦସ୍ତାବିଜ ଚୋରି ହୋଇଛି ତାହା ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri