ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ ସହ ଆଲୋଚନା କରାଯାଉଛି। ଜୁଲାଇ ମାସରେ କେନ୍ଦ୍ର ବଜେଟ ଆସିବ। ଅଟୋମୋବାଇଲ ମାନୁଫାକ୍‌ଚରର ସଂଘ ସିଆମ୍‌ର ପ୍ରତିନିଧି ମନ୍ତ୍ରଣାଳୟର ଅଧିକାରୀଙ୍କୁ ବୁଧବାର ଭେଟିଛନ୍ତି। ଅନ୍ୟ ଶିଳ୍ପ ସଂଘଗୁଡିକ ସହ ମଧ୍ୟ ଏପରି ଆଲୋଚନା କରାଯିବ। ଦେଶର ସାଧାରଣ ନିର୍ବାଚନ ଲାଗି ଫେବୃୟାରୀ ୧ରେ ସରକାର ୨୦୧୯-୨୦ ଲାଗି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ବଜେଟ ପ୍ରସ୍ତୁତି ଲାଗି ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗ ପ୍ରତିନିଧିଙ୍କ ଆଲୋଚନା ଶେଷ ହୋଇ ସାରିଛି। ସେହିଭଳି ନିବେଶ ଏବଂ ଅର୍ଥନୈତିକ ବୃଦ୍ଧି ଲାଗି ନୂଆ ସରକାରଙ୍କ ଲାଗି ମନ୍ତ୍ରଣାଳୟ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri