ରାତ୍ରି କର୍ଫ୍ୟୁ, ସଟ୍‌ଡାଉନ ସମୟରେ ଖୋଲା ରହିବ ରାସ୍ତା କଡ ଢାବା

ଭୁବନେଶ୍ୱର,୧୨।୬(ବ୍ୟୁରୋ):ସଟଡାଉନ ଏବଂ ଲକ୍‌ଡାଉନର କର୍ଫ୍ୟୁ ସମୟରେ ଢାବାସବୁ ଖୋଲା ରହିବ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଲକ୍‌ଡାଉନ କଟକଣା କିନ୍ତୁ ଧିରେଧିରେ କୋହଳ ହୋଇଚାଲିଛି। ମାତ୍ର ଏହି ଜୁନ୍‌ ମାସ ସମସ୍ତଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର କହିଛନ୍ତି। ସେହିପରି ମୌସୁମୀ ଦୁଇ ସପ୍ତାହ ରହିଥିବା ବେଳେ ଏହା ମଧ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ସେହି ଅନୁଯାୟୀ ସରକାର ଦିନକୁ ୧୦ଘଣ୍ଟା ଅର୍ଥାତ୍‌ ସା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁକୁ ଜୋରଦାର କରିବା ଲାଗି କହିଛନ୍ତି। ଏହାସହ ସପ୍ତାହକୁ ଦୁଇଦିନ ଶନି ଏବଂ ରବିବାର ରାଜ୍ୟର ୧୧ଟି ଜିଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ରଖିବା ଲାଗି ଘୋଷଣା କରିଛନ୍ତି। ଏହି ସମୟଗୁଡିକରେ ଅର୍ଥାତ୍‌ ରାତ୍ରି କର୍ଫ୍ୟୁ ଏବଂ ସଟ୍‌ଡାଉନ ସମୟରେ ଏଥର ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଥିବା ଢାବା ଖୋଲାଯାଇପାରିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନ ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ହେଲେ ଏହି ସମୟରେ ଢାବାଗୁଡିକ କେବଳ ପାର୍ସଲ ଦେବେ। ଢାବାରେ ବସି କେହି ଖାଇପାରିବେ ନାହିଁ। ମୁଖ୍ୟତଃ ରାତି ସମୟରେ ଜରୁରୀକାଳୀନ ସାମଗ୍ରୀ ନବା ଆଣିବା କରୁଥିବା ଗାଡିର ଡ୍ରାଇଭରମାନେ ଅସୁବିଧା ସମ୍ମଖୀନ ହେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି। ଧାନ କିଣିବା, ଚାଉଳ ଯୋଗାଣ ଚିନାବାଦମ ଓ ଡାଲି କିଣିବା ଚାଲି ପାରିବ। ସହିତ ଚାରା ଓ ମଞ୍ଜି ପ୍ରକ୍ରିୟାକରଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର,...

ମିଳିଲା ନିଖୋଜ ପୂର୍ବତନ ବିଧାୟକଙ୍କ ସନ୍ଧାନ

ଗଞ୍ଜାମ,୧୭।୫(ଡି.ଏନ୍‌.ଏ.): ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ଠିକଣା ମିଳିଛି। ରାମେଶ୍ବରମରେ ଥିବା ନେଇ ପରିବାର ଲୋକଙ୍କୁ ନିଜେ ସୂଚନା ଦେଇଛନ୍ତି। ବ୍ୟସ୍ତ ବିବ୍ରତ...

ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ...

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ...

ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି:କୋହଳ ହେଲା ଆବେଦନ ବୟସ ସୀମା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ସରକାରୀ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ବୟସସୀମା ବୃଦ୍ଧି କରାଯାଇଛି। ଏଣିକି ୩୩ ବର୍ଷ ପରିବର୍ତ୍ତେ ୪୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାକିରି ପାଇଁ...

ବଢୁଛି ମାମଲା, ପୋଲିସ କର୍ମଚାରୀ ଅଭାବ

ପଟ୍ଟାମୁଣ୍ଡାଇ,୧୧ା୧ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଜବେଷ୍ଟସ ଘରେ ଚାଲିଛି। ଥାନାରେ ଦିନକୁ ଦିନ ମାମଲା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି...

‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ପୁସ୍ତକ ଗବେଷଣାରେ ସହାୟକ ହେବ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ପୁରୀର ସାଂସ୍କୃତିକ ପରିମଣ୍ଡଳର ଅତୀତ ଓ ବର୍ତ୍ତମାନ ସର୍ବଦା ବୌଦ୍ଧିକ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହା ଉପରେ ପର୍ଯ୍ୟବସିତ ଡ. ଭାସ୍କର ମିଶ୍ରଙ୍କ...

ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି...

Advertisement
Archives

Model This Week