ରାତି ପାହିଲେ ଗଛ ଚିନ୍ତା

ଭଦ୍ରକ ଅଫିସ,୧୧।୯-ପେସା ଶିକ୍ଷକତା, ନିଶା ସବୁଜବନାନୀ ସୃଷ୍ଟି କରିବା। ଶିକ୍ଷକତା ସମୟକୁ ବାଦ୍‌ ଦେଇ ଅନ୍ୟ ସମୟରେ ଗଛ ଲଗାଇଥାନ୍ତି। ତାଙ୍କର ଏଭଳି ରୁଚି ପାଇଁ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତିି ଶିକ୍ଷକ ବିଷ୍ଣୁପ୍ରସାଦ ପାଢ଼ୀ(୫୦)। ପରିବେଶ ପ୍ରେମରେ ପଡ଼ିଥିବା ଶିକ୍ଷକ ପାଢ଼ୀଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆଁମୀ ଗ୍ରାମରେ। ପ୍ରତିମାସ ସେ ନିଜ ଦରମାର ଏକତୃତୀୟାଂଶ ଗଛ ଲଗାଇବା ନିମନ୍ତେ ଖର୍ଚ୍ଚ କରିଥାନ୍ତି।
ସେ କହନ୍ତି, ୧୯୯୯ ବାତ୍ୟା ପରଠାରୁ ଗଛ ଲଗାଇବା ପ୍ରତି ରୁଚି
ଆରମ୍ଭ ହୋଇଥିଲା। ଏହାମଧ୍ୟରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ଗଛ ସେ ଲଗାଇ ସାରିଛନ୍ତି। ଏହାକୁ ବାଦ୍‌ ଦେଲେ ନିଜ ଘର ପାଖ ନାଆଁମୀ କଲେଜ ନିକଟସ୍ଥ ଜଙ୍ଗଲ କିସମ ୩ ଏକର ଜାଗାରେ ଏକ ଉଦ୍ୟାନ ସୃଷ୍ଟି କରିଛନ୍ତି। ମଞ୍ଜୁରିରୋଡ ଷ୍ଟେଶନଠାରୁ ୨ କି.ମି. ଓ ଛତାବର ଜାତୀୟ ରାଜପଥଠାରୁ ୮କି.ମି. ଦୂରରେ ଥିବା ଏହି ଉଦ୍ୟାନ ୨୦୧୬ ରଥଯାତ୍ରା ଦିନରୁ ସେ ଆରମ୍ଭ କରିଥିଲେ। ଏବେ ଉକ୍ତ ଉଦ୍ୟାନରେ ବିଭିନ୍ନ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ଫଳ ଓ ସାଧାରଣ ଗଛ ରହିଛି। ହରିଡା, ବାହାଡା, ଶନି, ଅଶୋକ, ଅଶୋକା, ଲିମ୍ବ, ମହାଲିମ୍ବ, ୭ରୁ ୮ ପ୍ରକାର ଆମ୍ବ, ଆକାଶିଆ ଏହିଭଳି ପ୍ରାୟ ୩୦ ପ୍ରକାର ଗଛ ଦେଖିବାକୁ ମିଳେ ତାଙ୍କ ଉଦ୍ୟାନରେ। ସକାଳ ୫ଟାରୁ ଉଠି ବଗିଚାରେ ବିଭିନ୍ନ ଗଛର ଯତ୍ନ ନେବା ସହ ଔଷଧ ଓ ଖତ ପ୍ରଦାନ କରିଥାନ୍ତି। ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଗଛର ଯତ୍ନ ନେଇଥାନ୍ତି। ସ୍କୁଲକୁ ୧୦ଟାରେ ଯାଇ ଅପରାହ୍ନ ୫ଟାରେ ଫେରିବା ପରେ ପୁଣି ଗଛ ପାଇଁ ସମୟ ଦିଅନ୍ତି। ରାତି ପ୍ରାୟ ୮ଟାରେ ଉକ୍ତ ବଗିଚା ମଧ୍ୟରେ ଥିବା ଘରେ ଭାଗବତ ଚର୍ଚ୍ଚା କରନ୍ତି। ଏଥିପାଇଁ ସେ ନଣ୍ଡା ଜେନା ନାମକ ଜଣେ ନିରାଶ୍ରୟ ବ୍ୟକ୍ତିଙ୍କୁ ଉଦ୍ୟାନ ଦେଖାଶୁଣା କରିବାକୁ ଦାୟିତ୍ୱ ଦେଇଛନ୍ତି। ଉଦ୍ୟାନ ଚାରିପାଖ ବାଡ଼ କରିବାକୁ ପ୍ରତି ଦୁଇବର୍ଷରେ ଥରେ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ। ଗଛ ଲଗାଇବାକୁ ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିଥାନ୍ତି ବୋଲି ସେ କହିଛନ୍ତି। ସେ ଏବେ କେନ୍ଦୁଝର ଜିଲା ଗେଡ଼େମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ତେବେ ସେ ଯେଉଁ ଯେଉଁ ସ୍କୁଲରେ ଚାକିରି କରିଆସିଛନ୍ତି ସେଠାରେ ସବୁଜବନାନୀ ପାଇଁ ଉଦ୍ୟାନ ବା ବଗିଚା ସୃଷ୍ଟି କରି ଛାତ୍ରୀଛାତ୍ର ତଥା ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ବିଭିନ୍ନ ମହଲରୁ ପ୍ରଶଂସା ସହ ସମ୍ମାନିତ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri