Posted inଫୁରସତ

ରାତିରେ ବି ଖୋଲା ରହିଥାଏ ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’

ବର୍ତ୍ତମାନ ଡିଜିଟାଲ ଯୁଗରେ ପୋଷ୍ଟ ଅଫିସ୍‌ର ମଧ୍ୟ ଚାହିଦା ବେଶ୍‌ ରହିଛି। ଆଜିବି ଡାକଘର ଜରିଆରେ ଜଣେ ଆଉ ଜଣଙ୍କ ପାଖକୁ ନିଜର ବାର୍ତ୍ତା ପଠାଇପାରୁଛି। ତେବେ ଜାଣିଛନ୍ତି କି ଭାରତରେ ଏକ ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ କରିଦେବା ଭଳି ଏକ ଡାକଘର ରହିଛି, ଯାହା ଆଖିରେ ନ ଦେଖିଲେ କେହିବି ବିଶ୍ୱାସ କରିପାରିବେ ନାହିଁ। ଭାରତର ଭୂସ୍ବର୍ଗ କୁହାଯାଉଥିବା ଜମ୍ମୁ-କଶ୍ମୀର ଶ୍ରୀନଗରରେ ଏକ ଏଭଳି ପୋଷ୍ଟ ଅଫିସ୍‌ ଅଛି, ଯାହା ଭାସମାନ। ଏହି ‘ଭାସମାନ ଡାକଘର’ ଏବେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ମଧ୍ୟରୁ ଅନ୍ୟତମ। ଶ୍ରୀନଗରର ଡାଲ୍‌ ହ୍ରଦ କୂଳରେ ଏହି ଡାକଘର ଅବସ୍ଥିତ। ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଏହା ପ୍ରଥମ ଡାକଘର ଯାହା ରାତିସାରା ମଧ୍ୟ ଖୋଲା ରହିଥାଏ।

୫୦୦ବର୍ଷ ପୁରୁଣା ଏହି ଡାକଘର ଆଜି ବି ଲୋକଙ୍କୁ ସେବା ଯୋଗାଇ ଚାଲିଛି। ସୂଚନା ମୁତାବକ ୬ବର୍ଷ ପୂର୍ବରୁ ଏହି ଡାକଘର ଜର୍ଜରିତ ଅବସ୍ଥାରେ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ସେଠାରେ କାର୍ଯ୍ୟରତ ଥିବା ପୋଷ୍ଟମାଷ୍ଟର ଜେନେରାଲ ଜନ୍‌ ସାମୁଏଲ୍‌ ଏହାକୁ ଆକର୍ଷଣୀୟ କରିବା ପାଇଁ ବଡ଼ ପରିବର୍ତ୍ତନ ଆଣିଥିଲେ। ଯାହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି। ଡାଲ ହ୍ରଦ ନିକଟରେ ଥିବା ଏହି ଡାକଘର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ଜଣାପଡ଼ିଛି।

ପୂର୍ବରୁ ଏହାର ନାମ ନେହେରୁ ପାର୍କ ପୋଷ୍ଟ ଅଫିସ୍‌ ରହିଥିବା ବେଳେ ୨୦୧୧ରେ ତତ୍କାଳୀନ ପୋଷ୍ଟମାଷ୍ଟର ଜନ୍‌ ଏହାକୁ ପରିବର୍ତ୍ତନ କରି ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’ ନାଁରେ ନାମିତ କରିଥିଲେ। ୨୦୧୧ରେ ତତ୍କାଳୀନ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଡାକ ସୁବିଧା ଯୋଗାଉଥିବା ଭାସମାନ ଡାକଘରରେ ନିୟମିତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri