Posted inଖେଳ

ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି

କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲ୍‌ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍‌ଏଲ ରବିବାରଠାରୁ କୋଚିଠାରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ କେରଳ ବ୍ଲାଷ୍ଟର୍ସ ଓ ଦୁଇ ଥର ଚାମ୍ପିୟନ ଏଟିକେ ମଧ୍ୟରେ ଖେଳାଯିବ। ଏହି ଅବସରରେ ଗାଙ୍ଗୁଲି ଷ୍ଟାଡିୟମରେ ଉପସ୍ଥିତ ରହିବେ। ମୁଁ ଏଥର ଆଏସ୍‌ଏଲ ଚେହେରା। ଏଣୁ କେରଳ ଓ ଏଟିକେ ମଧ୍ୟରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ମୋତେ ଉପସ୍ଥିତ ରହିବାକୁ ପଡ଼ିବ। ଏଥିଯୋଗୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ରାଞ୍ଚିଠାରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟରେ ଯୋଗଦେଇ ପାରିବିନାହିଁ ବୋଲି ଗାଙ୍ଗୁଲି ଇଡେନ ଗାର୍ଡେନ୍ସଠାରେ କହିଛନ୍ତି। ଆଇଏସ୍‌ଏଲ ଉଦ୍‌ଘାଟନୀ ଉତ୍ସବର ପର ଦିନ ୨୩ ତାରିଖ ଥିବାରୁ ଗାଙ୍ଗୁଲିଙ୍କୁ ମୁମ୍ବାଇରେ ପହଞ୍ଚତ୍ବାକୁ ପଡ଼ିବ। ସେଠାରେ ସେ ବିସିସିଆଇ ଅଧ୍ୟକ୍ଷ ଭାବେ ବାର୍ଷୀକ ସାଧାରଣ ବୈଠକ (ଏଜିଏମ୍‌)ରେ ଯୋଗଦେବେ। ଉଲ୍ଲେଖଥାଉ କି, ତୃତୀୟ ଟେଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଖେଳାଯିବାର ଅଛି। କୌତୁହଳର କଥା ହେଉଛି, ଆଇଏସ୍‌ଏଲ ଫ୍ରାଞ୍ଚାଇଜ ଆଟ୍‌ଲେଟିକୋ ଡେ କୋଲକତା (ଏଟିକେ)ର ସହ ମାଲିକ ଗାଙ୍ଗୁଲି। ମୁଁ ଏବେ ମଧ୍ୟ ଏଟିକେ ସହ ଅଛି। ସେମାନଙ୍କ ସହ ଶୀଘ୍ର କଥା ହେବି। ମୋ ନୂଆ ଦାୟିତ୍ୱ ଯୋଗୁ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ପଦରୁ ତ୍ୟାଗ କରିବାକୁ ପଡ଼ିବ। ମୁଁ କେବଳ ବେଙ୍ଗଲୀ ଟିଭି ଶୋ ‘ଦାଦାଗିରି’ ଓ ବିଜ୍ଞାପନ କରିବି। ଏହାବାଦ୍‌ ଅନ୍ୟ ସମସ୍ତ କାର୍ଯ୍ୟ ଓ ଚୁକ୍ତିରୁ ମୋତେ ଓହରିବାକୁ ପଡ଼ିବ ବୋଲି ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାର ଗ୍ରେଡିଂ ଟେଷ୍ଟ

ଭୁବନେଶ୍ୱର,୨୮।୧୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାରେ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନୂତନ ଆରମ୍ଭ ହୋଇଥିବା ଏହି ଶାଖାରେ ମୋଟ ୫୨ ଜଣ...

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍‌ ଜିତି ପୂର୍ବରୁ...

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି...

ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର୍‌ ହେଲେ ମୁରଲିଥରନ୍‌…

ନୂଆଦିଲ୍ଲୀ,୨୨।୬: ଟିମ୍‌ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥିଆ ମୁରଲିଥରନ୍‌ଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ ୫୦ ଜଣିଆ...

ଏସି ମିଲନକୁ ଫେରିବେ ଇବ୍ରାହିମୋବିଚ୍‌

ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍‌ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା...

ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଡ୍ରାଭିଡ୍‌

କାନପୁର,୨୯।୧୧: ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ଏବେ ବି ବଦଳି ନ ଥିବା ପ୍ରମାଣ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା...

ଅମିତ, ବୀରେନ୍ଦ୍ରଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରଥମ ଖେଳାଳି ଭାବେ ପାରା ଆଥ୍‌ଲେଟ ପ୍ରମୋଦ ଭଗତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପୁରସ୍କାର...

ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍‌ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍‌: ଗମ୍ଭୀର

ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ...

Advertisement
Archives

Model This Week