Posted inଜାତୀୟ

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି ଆସନ ବିକ୍ରି ମଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ପାର୍ଲାମେଣ୍ଟକୁ ଆସିବା ପରେ ଏହି ସଦସ୍ୟଙ୍କ ପକେଟ୍‌ ଗରମ ହେଇଯାଉଛି। ଏନେଇ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ଡଗ୍‌ ‘ଏଡିଆର୍‌’( ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ) ୨୧୩ ରାଜ୍ୟ ସଭା ସଦସ୍ୟଙ୍କ ଆୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ୪୧.୮% ଅର୍ଥାତ୍‌ ୮୯ ସଦସ୍ୟଙ୍କ ଘୋଷଣା ଅନୁଯାୟୀ ପାରିଶ୍ରମିକ ଭିତ୍ତିରେ ନିର୍ଦ୍ଦେଶକ, ନିୟମିତ ପାରିଶ୍ରମିକ ଗତିବିଧି, ନିୟନ୍ତ୍ରଣକାରୀ ଅଂଶୀଦାର, ପ୍ରଦତ୍ତ ପରାମର୍ଶ ଦେବା କିମ୍ବା ପେସାଦାର ନିଯୁକ୍ତି ନେଇ ସେମାନଙ୍କ ଆର୍ଥତ୍କ ସ୍ବାର୍ଥ ଜଡ଼ିତ ଥାଏ। ତେବେ ୧୨୪ (୫୨.୨%) ଏମ୍‌ପି ଏଭଳି କୌଣସି ତଥ୍ୟ ଦେଇ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୪ ଏମ୍‌ପି (୧୧.୩%) ଏମ୍‌ପି କମ୍ପାନୀର ପାରିଶ୍ରମିକ ନିର୍ଦ୍ଦେଶକ ହୋଇ ଆର୍ଥିକ ସ୍ବାର୍ଥ ସହ ଜଡ଼ିତ ଥିବା ଦର୍ଶାଇଛନ୍ତି। କର୍ନାଟକର ଜେଡିଏସ୍‌ ଏମ୍‌ପି ଡି. କୁପେନ୍ଦ୍ର ରେଡ୍ଡୀ ପାରିଶ୍ରମିକ ନିର୍ଦ୍ଦେଶକ ଭାବେ ସର୍ବାଧିକ ଅର୍ଥ (ବାର୍ଷିକ ୪୦.୬୮ କୋଟି ଟଙ୍କା) ପାଉଥିବା ଘୋଷଣା କରିଛନ୍ତି। ତାଙ୍କ ପଛକୁ ଅଛନ୍ତି, ଭାଜପାର ରାଜୀବ ଚନ୍ଦ୍ରଶେଖର (୭.୦୩ କୋଟି) ଓ କେରଳର ଅବ୍‌ଦୁଲ ଓ୍ବାହାବ୍‌ (୩.୩୪ କୋଟି)।
୩୦ ଏମ୍‌ପି(୧୪.୧%) ନିୟମିତ ପାରିଶ୍ରମିକ ଗତିବିଧିରେ ଆର୍ଥିକ ସ୍ବାର୍ଥ ଜଡ଼ିତ ଥିବା ପ୍ରକାଶ କରିଛନ୍ତି। ଏଭଳି ଅର୍ଥ ଉତ୍ସରେ ଭାଜପାର ଝାଡ଼ଖଣ୍ଡ ଏମ୍‌ପି ମହେଶ ପୋଦ୍ଦାର (ବାର୍ଷିକ ୩.୧୧ କୋଟି) ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ମାରୀ କମ୍‌(୨.୫୦ କୋଟି), ସ୍ବପନ୍‌ ଦାସଗୁପ୍ତା(୬୬.୬୦ ଲକ୍ଷ ଟଙ୍କା)। ସେହିଭଳି ୪୪ ଏମ୍‌ପି(୨୦.୭%) ନିୟନ୍ତ୍ରଣକାରୀ ଅଂଶୀଦାର ସେମାନଙ୍କର ଆର୍ଥିକ ସ୍ବାର୍ଥ ଜଡ଼ିତ। ଏ କ୍ଷେତ୍ରରେ ସର୍ବାଧିକ କମ୍ପାନୀ ଶେୟାରହୋଲ୍ଡିଂ ରେକର୍ଡ ରହିଛି ବିହାରର ଭାଜପା ଏମ୍‌୍‌ପି ରବୀନ୍ଦ୍ର କିଶୋର ସିହ୍ନା(୭୪୭ କୋଟି)ଙ୍କ ନାମରେ। ତାଙ୍କ ପଛରେ କଂଗ୍ରେସ ସଭ୍ୟ ଅଭିଷେକ ମନୁ ସିଙ୍ଗ୍‌ଭି(୩୮୬ କୋଟି) ଓ ସ୍ବାଧୀନ ଏମ୍‌ପି ସଞ୍ଜୟ ଦତ୍ତାତ୍ରେୟ(୨୬୨ କୋଟି)। ମାତ୍ର ୨ (୦.୯%)ଏମ୍‌ପି ପ୍ରଦତ୍ତ ପରାମର୍ଶ ଦେବାଭଳି ନିଯୁକ୍ତିରେ ଅର୍ଥ କମାଉଥିବା ଦର୍ଶାଇଛନ୍ତି। ଏହି ଶ୍ରେଣୀରେ ଭାଜପା ମନୋନୀତ ଏମ୍‌ପି କେ.ଟି.ଏସ୍‌. ତୁଲସୀ (୨୭.୫୦ କୋଟି), ବିକାଶ ହରିଭାଉ ମହାତ୍ମେ(୫.୬୦ ଲକ୍ଷ) ରହିଛନ୍ତି। ଅନ୍ୟପକ୍ଷରେ ୪୦(୧୮.୮%) ଏମ୍‌ପି ପେସାଦାର ନିଯୁକ୍ତି ମାଧ୍ୟମରେ ଆୟ ବୃଦ୍ଧି କରିଥିବା କହିଛନ୍ତି। ଏହି ଶ୍ରେଣୀରେ ଅଛନ୍ତି, କଂଗ୍ରେସର ଅଭିଶେକ୍‌ ମନୁ ସିଙ୍ଗ୍‌ଭି(୧୭୭ କୋଟି), ପି. ଚିଦାମ୍ବରମ୍‌ ଓ କେ.ଟି.ଏସ୍‌. ତୁଲ୍‌ସୀ। ଆଶ୍ଚର୍ଯ୍ୟଜନକଭାବେ ୧୦୪ ଏମ୍‌ପି କୋଟିପତି ହୋଇଥିଲେ ହେଁ ସେମାନଙ୍କ ଆର୍ଥିକ ସ୍ବାର୍ଥ ସମ୍ପର୍କରେ କିଛି ଦର୍ଶାଇ ନ ଥିବା ଜଣାପଡ଼ିଛି। ଏମାନେ ହେଲେ କଂଗ୍ରେସର ଟି. ସୁବାରାମି ରେଡ୍ଡୀ (୪୨୨.୪୪ କୋଟିର ସମ୍ପତ୍ତିି), ଟିଡିପି ଏମ୍‌ପି ସି.ଏମ୍‌. ରମେଶ (୨୫୮.୨୦ କୋଟିର ସମ୍ପତ୍ତିି), ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ(୧୧୧.୪୨ କୋଟିର ସମ୍ପତି) ଏବଂ ଅମ୍ବିକା ସୋନି(୧୦୫.୮୨ କୋଟିର ସମ୍ପତ୍ତି)। ସେହିଭଳି ୧୭ ଏମ୍‌ପି ରଖିଥିବା ସମ୍ପତ୍ତିି ବିଷୟରେ ଆଦୌ ତଥ୍ୟ ଦେଇନାହାନ୍ତି। ଏମାନେ ହେଲେ ଆର୍‌ଜେଡିର ମିଶା ଭାରତୀ, ଟିଏମ୍‌ସିର ଦୋଳା ସେନ୍‌, ଜେଡିୟୁର ମlହେନ୍ଦ୍ର ପ୍ରସାଦ, କଂଗ୍ରେସର ରାଜମଣି ପଟେଲ, ଭାଜପାର ରାକେଶ ସିହ୍ନା ପ୍ରମୁଖ। ସ୍ବଚ୍ଛତା ରକ୍ଷା ପରିବର୍ତ୍ତେ କେତେକ ନେତା ଆର୍ଥତ୍କ ତଥ୍ୟ ଲୁଚାଉଥିବା ନେଇ ଏଡିଆର୍‌ ମୁଖ୍ୟ ମେଜର ଜେନେରାଲ ଅନିଲ ବର୍ମା କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri