Posted inଜାତୀୟ

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି ଆସନ ବିକ୍ରି ମଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ପାର୍ଲାମେଣ୍ଟକୁ ଆସିବା ପରେ ଏହି ସଦସ୍ୟଙ୍କ ପକେଟ୍‌ ଗରମ ହେଇଯାଉଛି। ଏନେଇ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ଡଗ୍‌ ‘ଏଡିଆର୍‌’( ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ) ୨୧୩ ରାଜ୍ୟ ସଭା ସଦସ୍ୟଙ୍କ ଆୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ୪୧.୮% ଅର୍ଥାତ୍‌ ୮୯ ସଦସ୍ୟଙ୍କ ଘୋଷଣା ଅନୁଯାୟୀ ପାରିଶ୍ରମିକ ଭିତ୍ତିରେ ନିର୍ଦ୍ଦେଶକ, ନିୟମିତ ପାରିଶ୍ରମିକ ଗତିବିଧି, ନିୟନ୍ତ୍ରଣକାରୀ ଅଂଶୀଦାର, ପ୍ରଦତ୍ତ ପରାମର୍ଶ ଦେବା କିମ୍ବା ପେସାଦାର ନିଯୁକ୍ତି ନେଇ ସେମାନଙ୍କ ଆର୍ଥତ୍କ ସ୍ବାର୍ଥ ଜଡ଼ିତ ଥାଏ। ତେବେ ୧୨୪ (୫୨.୨%) ଏମ୍‌ପି ଏଭଳି କୌଣସି ତଥ୍ୟ ଦେଇ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୪ ଏମ୍‌ପି (୧୧.୩%) ଏମ୍‌ପି କମ୍ପାନୀର ପାରିଶ୍ରମିକ ନିର୍ଦ୍ଦେଶକ ହୋଇ ଆର୍ଥିକ ସ୍ବାର୍ଥ ସହ ଜଡ଼ିତ ଥିବା ଦର୍ଶାଇଛନ୍ତି। କର୍ନାଟକର ଜେଡିଏସ୍‌ ଏମ୍‌ପି ଡି. କୁପେନ୍ଦ୍ର ରେଡ୍ଡୀ ପାରିଶ୍ରମିକ ନିର୍ଦ୍ଦେଶକ ଭାବେ ସର୍ବାଧିକ ଅର୍ଥ (ବାର୍ଷିକ ୪୦.୬୮ କୋଟି ଟଙ୍କା) ପାଉଥିବା ଘୋଷଣା କରିଛନ୍ତି। ତାଙ୍କ ପଛକୁ ଅଛନ୍ତି, ଭାଜପାର ରାଜୀବ ଚନ୍ଦ୍ରଶେଖର (୭.୦୩ କୋଟି) ଓ କେରଳର ଅବ୍‌ଦୁଲ ଓ୍ବାହାବ୍‌ (୩.୩୪ କୋଟି)।
୩୦ ଏମ୍‌ପି(୧୪.୧%) ନିୟମିତ ପାରିଶ୍ରମିକ ଗତିବିଧିରେ ଆର୍ଥିକ ସ୍ବାର୍ଥ ଜଡ଼ିତ ଥିବା ପ୍ରକାଶ କରିଛନ୍ତି। ଏଭଳି ଅର୍ଥ ଉତ୍ସରେ ଭାଜପାର ଝାଡ଼ଖଣ୍ଡ ଏମ୍‌ପି ମହେଶ ପୋଦ୍ଦାର (ବାର୍ଷିକ ୩.୧୧ କୋଟି) ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ମାରୀ କମ୍‌(୨.୫୦ କୋଟି), ସ୍ବପନ୍‌ ଦାସଗୁପ୍ତା(୬୬.୬୦ ଲକ୍ଷ ଟଙ୍କା)। ସେହିଭଳି ୪୪ ଏମ୍‌ପି(୨୦.୭%) ନିୟନ୍ତ୍ରଣକାରୀ ଅଂଶୀଦାର ସେମାନଙ୍କର ଆର୍ଥିକ ସ୍ବାର୍ଥ ଜଡ଼ିତ। ଏ କ୍ଷେତ୍ରରେ ସର୍ବାଧିକ କମ୍ପାନୀ ଶେୟାରହୋଲ୍ଡିଂ ରେକର୍ଡ ରହିଛି ବିହାରର ଭାଜପା ଏମ୍‌୍‌ପି ରବୀନ୍ଦ୍ର କିଶୋର ସିହ୍ନା(୭୪୭ କୋଟି)ଙ୍କ ନାମରେ। ତାଙ୍କ ପଛରେ କଂଗ୍ରେସ ସଭ୍ୟ ଅଭିଷେକ ମନୁ ସିଙ୍ଗ୍‌ଭି(୩୮୬ କୋଟି) ଓ ସ୍ବାଧୀନ ଏମ୍‌ପି ସଞ୍ଜୟ ଦତ୍ତାତ୍ରେୟ(୨୬୨ କୋଟି)। ମାତ୍ର ୨ (୦.୯%)ଏମ୍‌ପି ପ୍ରଦତ୍ତ ପରାମର୍ଶ ଦେବାଭଳି ନିଯୁକ୍ତିରେ ଅର୍ଥ କମାଉଥିବା ଦର୍ଶାଇଛନ୍ତି। ଏହି ଶ୍ରେଣୀରେ ଭାଜପା ମନୋନୀତ ଏମ୍‌ପି କେ.ଟି.ଏସ୍‌. ତୁଲସୀ (୨୭.୫୦ କୋଟି), ବିକାଶ ହରିଭାଉ ମହାତ୍ମେ(୫.୬୦ ଲକ୍ଷ) ରହିଛନ୍ତି। ଅନ୍ୟପକ୍ଷରେ ୪୦(୧୮.୮%) ଏମ୍‌ପି ପେସାଦାର ନିଯୁକ୍ତି ମାଧ୍ୟମରେ ଆୟ ବୃଦ୍ଧି କରିଥିବା କହିଛନ୍ତି। ଏହି ଶ୍ରେଣୀରେ ଅଛନ୍ତି, କଂଗ୍ରେସର ଅଭିଶେକ୍‌ ମନୁ ସିଙ୍ଗ୍‌ଭି(୧୭୭ କୋଟି), ପି. ଚିଦାମ୍ବରମ୍‌ ଓ କେ.ଟି.ଏସ୍‌. ତୁଲ୍‌ସୀ। ଆଶ୍ଚର୍ଯ୍ୟଜନକଭାବେ ୧୦୪ ଏମ୍‌ପି କୋଟିପତି ହୋଇଥିଲେ ହେଁ ସେମାନଙ୍କ ଆର୍ଥିକ ସ୍ବାର୍ଥ ସମ୍ପର୍କରେ କିଛି ଦର୍ଶାଇ ନ ଥିବା ଜଣାପଡ଼ିଛି। ଏମାନେ ହେଲେ କଂଗ୍ରେସର ଟି. ସୁବାରାମି ରେଡ୍ଡୀ (୪୨୨.୪୪ କୋଟିର ସମ୍ପତ୍ତିି), ଟିଡିପି ଏମ୍‌ପି ସି.ଏମ୍‌. ରମେଶ (୨୫୮.୨୦ କୋଟିର ସମ୍ପତ୍ତିି), ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ(୧୧୧.୪୨ କୋଟିର ସମ୍ପତି) ଏବଂ ଅମ୍ବିକା ସୋନି(୧୦୫.୮୨ କୋଟିର ସମ୍ପତ୍ତି)। ସେହିଭଳି ୧୭ ଏମ୍‌ପି ରଖିଥିବା ସମ୍ପତ୍ତିି ବିଷୟରେ ଆଦୌ ତଥ୍ୟ ଦେଇନାହାନ୍ତି। ଏମାନେ ହେଲେ ଆର୍‌ଜେଡିର ମିଶା ଭାରତୀ, ଟିଏମ୍‌ସିର ଦୋଳା ସେନ୍‌, ଜେଡିୟୁର ମlହେନ୍ଦ୍ର ପ୍ରସାଦ, କଂଗ୍ରେସର ରାଜମଣି ପଟେଲ, ଭାଜପାର ରାକେଶ ସିହ୍ନା ପ୍ରମୁଖ। ସ୍ବଚ୍ଛତା ରକ୍ଷା ପରିବର୍ତ୍ତେ କେତେକ ନେତା ଆର୍ଥତ୍କ ତଥ୍ୟ ଲୁଚାଉଥିବା ନେଇ ଏଡିଆର୍‌ ମୁଖ୍ୟ ମେଜର ଜେନେରାଲ ଅନିଲ ବର୍ମା କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?