Posted inଖେଳ

୧୭ର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱର ସମେତ ୫ ସହର ଅନୁଧ୍ୟାନ

ମୁମ୍ବାଇ, ୧୨।୯(ପି.ଟି.)- ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ୱରେ ଫୁଟବଲ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ମୋଟ ୫ଟି ସହରକୁ ଅନୁଧ୍ୟାନ କରାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ଦୌଡ଼ରେ ଥିବା ଅନ୍ୟ ସହର ଗୁଡ଼ିକ ହେଲା କୋଲକାତା, ଅହମ୍ମାଦାବାଦ, ଗୋଆ ଓ ନଭି ମୁମ୍ବାଇ। ୨୦୨୦ରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଭାରତରେ ଆୟୋଜନ ହେବ ବୋଲି ଗତ ମାର୍ଚ୍ଚରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଘୋଷଣା କରିଥିଲେ।
ବର୍ତ୍ତମାନ ସୁଦ୍ଧା ଆମେ ୫ଟି ସହରର ଭିତ୍ତିଭୂମିକୁ ଅନୁଧ୍ୟାନ କରିଛୁ। ଅନ୍ୟ କେତେକ ସହର ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ପ୍ରକାଶ କରିଛନ୍ତି। ”ଗତ ମାସରେ ଆମେ ଭୁବନେଶ୍ୱରର ଭିତ୍ତିଭୂମି ଅନୁଧ୍ୟାନ କରି ବିଶ୍ୱକପ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁମତି ପ୍ରଦାନ କରିଛୁ। ଆଉ ତିନୋଟି ଭେନ୍ୟୁକୁ ଆମେ ଆସନ୍ତା ମାସରେ ବାଛିବୁ। ଆସନ୍ତା କିଛିମାସ ମଧ୍ୟରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ଚିତ୍ର ସ୍ପଷ୍ଟ ହୋଇଯିବ“ ବୋଲି ରୋମା କହିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ସ୍ଥାନୀୟ ଆୟୋଜକ କମିଟି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଘରୋଇ ସହର ଗୁଡ଼ିକୁ ପ୍ରାରମ୍ଭିକ ଚୟନ କରିବାପରେ ଫିଫା ତାହାକୁ ଅନୁଧ୍ୟାନ କରିବ ବୋଲି ସେ କହିଛନ୍ତି। ” ଆମେ ଏପର୍ଯ୍ୟନ୍ତ ଭେନ୍ୟୁ ପାଇଁ ସହର ଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହୁଁ। ଭୁବନେଶ୍ୱରରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ କ’ଣ କରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରି ସାରିଛୁ। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇପାରିଲେ ଆମେ ଭୁବନେଶ୍ୱରକୁ ଭେନ୍ୟୁଭାବେ ସ୍ପଷ୍ଟ କରିବୁ। ସେହିପରି ଆମେ ଏବେ ଅନ୍ୟ ସହର ଗୁଡ଼ିକୁ ଯାଇ ସେଠାକାର ଭିତ୍ତିଭୂମି ଦେଖିବୁ ଏବଂ ସନ୍ତୋଷ ଜନକ ମନେ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁମତି ଦେବୁ। ଏହାପରେ ଆମେ ଫିଫାକୁ ସବୁକିଛି ଜଣାଇବୁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ଦୌଡ଼ରେ ଥିବା ସହର ଗୁଡ଼ିକର ଭିତ୍ତିଭୂମିକୁ ଫିଫା ପକ୍ଷରୁ ଆଉଥରେ ଅନୁଧ୍ୟାନ କରାଯିବ। ଆୟୋଜକ ଦେଶଭାବେ ଭାରତ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଖେଳିବା ପାଇଁ ସିଧାସଳଖ ଏଣ୍ଟ୍ରି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri