ମାନ୍ଦାବସ୍ଥା ସତ୍ତ୍ୱେ ବୋନସ ଦେବେ କମ୍ପାନୀ

ନୂଆଦିଲ୍ଲୀ/କୋଲକାତା,୧୨-୯: ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ପାର୍ବଣ ବୋନସ୍‌ ଦେବେ। ସେମାନେ ଏହାକୁ ବନ୍ଦ ଅଥବା ବିଳମ୍ବ କରିବେ ନାହିଁ ବୋଲି ଜଣାପଡିଛି। ଫଳରେ କଞ୍ଜ୍ୟୁମର ଗୁଡ଼୍ସ ଏବଂ ରିଟେଲର କମ୍ପାନୀ ସ୍ବସ୍ତିର ନିଃଶ୍ୱାସ ମାରୁଛନ୍ତି। ଏହାଦ୍ୱାରା ଗ୍ରାହକଙ୍କ ମନରେ ଉତ୍ସାହ ଆସିବ ଏବଂ ପାର୍ବଣ ଋତୁରେ କିଣାବିକା ଜୋରଦାର ହେବ ବୋଲି ସେମାନେ ମନେକରୁଛନ୍ତି। ହିନ୍ଦୁସ୍ତାନ ୟୁନିଲିଭର, ଆଇଟିସି, ଗୋଦ୍‌ରେଜ ଗ୍ରୁପ୍‌, ଆକ୍ସିସ୍‌ ବ୍ୟାଙ୍କ, ଫ୍ୟୁଚର ଗ୍ରୁପ୍‌, ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ, ମାରୁତି ସୁଜୁକି, ଆର୍‌ପିଜି ଗ୍ରୁପ୍‌, ବିଗ୍‌ବାସ୍କେଟ, ଗ୍ରୋଫର୍ସ, ପ୍ୟୁମା, ପାନାସୋନିକ ଏବଂ ଡିକ୍ସନ ଟେକ୍ନୋଲୋଜିସ୍‌ ଭଳି ବୃହତ୍‌ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଫେଷ୍ଟିଭ ବୋନସ୍‌ ଦେବେ ବୋଲି କମ୍ପାନୀ ଏକ୍‌ଜିକ୍ୟୁଟିଭମାନେ ପ୍ରକାଶ କରିଛନ୍ତି। କଞ୍ଜ୍ୟୁମର ଗୁଡ଼୍‌ସ କମ୍ପାନୀଙ୍କ କହିବାନୁଯାୟୀ, କେରଳରେ ଓଣମ୍‌ ପର୍ବ ପାଳନ ପାଇଁ ଚଳିତ ମାସର ପ୍ରଥମ ସପ୍ତାହରେ ଫେଷ୍ଟିଭ ପେମେଣ୍ଟ ପ୍ରଦାନ କରାଯାଇଛି। ଫଳସ୍ବରୂପ, ଗତବର୍ଷ ତୁଳନାରେ ଚଳିତ ବର୍ଷ ବିକ୍ରି ୩-୪% ବଢ଼ିଛି। ଏହି ଫେଷ୍ଟିଭ ପେମେଣ୍ଟକୁ ନେଇ ଆଇଟିସି ଲିମିଟେଡ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ବି.ସୁମନ୍ତ କହିଛନ୍ତି ଯେ, ଆଗାମୀ ସିଜନରେ ଉପଭୋଗ ସାମଗ୍ରୀରେ ଖର୍ଚ୍ଚ ବଢ଼ିବ। ତେବେ ଗୋଦ୍‌ରେଜ ଆପ୍ଲାଏନ୍ସେସ୍‌ର ବିଜ୍‌ନେସ୍‌ ମୁଖ୍ୟ କମଲ୍‌ ନନ୍ଦୀ କହିଛନ୍ତି ଯେ, କେବଳ ଫେଷ୍ଟିଭ ବୋନସରେ କାମ ଚଳିବ ନାହିଁ। ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ ପ୍ରଦାନ କରାଯିବା ପରେ ଲୋକଙ୍କ ମନୋଭାବ ବଦଳିବ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri