ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସସ୍ମିତ ଏବଂ ଅମରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୋଟିଏ ଆସନରେ ଭାଜପାକୁ ସମର୍ଥନ କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ରାଜ୍ୟ ସଭା ଆସନ ହାତେଇ ପାରିଥାଆନ୍ତା। ହେଲେ ଏପରି କରିବା ବଦଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷା କରି ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଲେ। ଅନ୍ୟପଟେ ଏହି ୩ ପ୍ରାର୍ଥୀଙ୍କୁ ଛାଡିଦେଲେ ସ୍ବାଧୀନଭାବେ ନାମାଙ୍କନ ଦାଖଲ କରିଥିବା ନଗେନ୍ଦ୍ର ମିଶ୍ରଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ହୋଇଯାଇଥିଲା। ତେଣୁ ପ୍ରାର୍ଥତ୍ପତ୍ର ଯାଞ୍ଚ ଅର୍ଥାତ୍‌ ଗତ ୨୬ ତାରିଖରୁ ହିଁ ବିଜେଡି ଓ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନେଇ ସ୍ପଷ୍ଟ ହୋଇଯାଇଥିଲା। ଅନ୍ୟପଟେ ଶୁକ୍ରବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ପ୍ରତ୍ୟାହାର କରି ନ ଥିଲେ। ଶେଷରେ ରାଜ୍ୟ ସଭା ନିର୍ବାଚନ ରିଟର୍ନିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ନିୟମ ଅନୁସାରେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିବା ସହ ସେମାନଙ୍କୁ ରାଜ୍ୟ ସଭା ସଦସ୍ୟତାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଅଶ୍ୱିନୀ କହିଛନ୍ତି, ଲୋକଙ୍କ ପାଇଁ ଦୀର୍ଘଦିନ ହେଲା କାମ କରିଛି। ଓଡିଶାର କେତେଗୁଡିଏ ଜିଲାରେ କାମ କରିଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଛି। ଯେଉଁଠାରେ ପଚାରିବେ କେହି ବିରୋଧରେ କହିବେନି। ମୋ ଜୀବନ ଏକ ଖୋଲା ବହି ସଦୃଶ। ମୋର କୌଣସି ଖଣି ନାହିଁ। କଂଗ୍ରେସ ନେତାମାନେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ତଥ୍ୟ ଦିଅନ୍ତୁ। ଏପରିକି ଯଦି ଚାହୁଁଛନ୍ତି ଆଇନର ଆଶ୍ରୟ ନିଅନ୍ତୁ। ଆଜିର ଯୁଗରେ କୌଣସି କଥା କାହାକୁ ଲୁଚି ରହେ ନାହିଁ। ସବୁ ଜିନିଷ ଲୋକଙ୍କ ସାମ୍ନାରେ ରହିଛି। ମହାପ୍ରଭୁ ଜଗନ୍ନାଥ ଯାହା ସୁଯୋଗ ଦେଇଛନ୍ତି ତାକୁ ଠିକ ଢଙ୍ଗରେ ପାଳନ କରିବି। ରାଜ୍ୟ ସଭାରେ ଓଡିଶାର ସ୍ବର ପ୍ରଥମେ ଉଠିବ। ଏହି ରାଜ୍ୟର ବିକାଶ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବି। ଜଣେ ରାଜନେତା ନୁହେଁ, କାର୍ଯ୍ୟକର୍ତ୍ତା ଭାବେ କାମ କରିବାକୁ ପ୍ରୟାସ କରିବି ବୋଲି ଅଶ୍ୱିନୀ କହିଛନ୍ତି।
ସସ୍ମିତ ପାତ୍ର କହିଛନ୍ତି, ଏହି ସୁଯୋଗ ପାଇଥିବାରୁ ଦଳର ସଭାପତିଙ୍କୁ ଧନ୍ୟବାଦ ଦେଉଛି। ଯୋଉ ଆଶା ଏବଂ ବିଶ୍ୱାସ ନେଇ ଦାୟିତ୍ୱ ଦେଇଛନ୍ତି ତାକୁ ପୂର୍ଣ୍ଣ କରିବି। ରାଜ୍ୟ ହିତ ଲାଗି ବହୁ ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ରହିଛି। ସେହିସବୁ ପ୍ରସଙ୍ଗ ଉଠାଇବି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା, ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ଭାବେ ଓଡିଶା ଉପରେ ଗୁରୁତ୍ୱ ଦେବା। କୋଇଲା ରୟାଲଟି ବଢାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବି ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri