ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ତାହାକୁ ରାଜ୍ୟର ଏହି ଶ୍ରେଷ୍ଠ ସଂଗ୍ରହାଳୟରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି। ରାଜ୍ୟର ପ୍ରଥମ ମହିଳାଭାବେ ସେ ଯେଉଁ ସଫଳତା ହାସଲ କରିଥିଲେ ତାଙ୍କର ଅକାଳ ମୃତ୍ୟୁ ପରେ ଏସବୁ ଏବେ ସ୍ମୃତି ହୋଇଯାଇଛି। କଳ୍ପନାଙ୍କ ଅଦମ୍ୟ ସାହସ ଓ ଦୃଢ ମନୋବଳର ସବୁଠୁ ବଡ଼ ସନ୍ତକ ଭାବେ ଏସବୁ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି।
ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ ବ୍ୟବହୃତ ସାମଗ୍ରୀ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା। ୨୦୧୭ରେ କଳ୍ପନା ତାଙ୍କ ସଫଳତାର ସନ୍ତକ ଭାବେ ଏଭରେଷ୍ଟ ଆରୋହଣ ସମୟରେ ପିନ୍ଧିଥିବା ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀକୁ ସଂସ୍କୃତି ବିଭାଗକୁ ପ୍ରଦାନ କରିଥିଲେ। ଏହି ସାମଗ୍ରୀ ସଂଗୃହୀତ ହୋଇ ପରବର୍ତ୍ତୀ ସମୟରେ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଥିଲା। ବର୍ତ୍ତମାନ ଅସ୍ଥାୟୀଭାବେ ପ୍ରଦର୍ଶିତ ହୋଇଥିବାବେଳେ ଆଗାମୀ ଦିନରେ ଏହି ପୋଷାକକୁ ସ୍ଥାୟୀ ଭାବେ ପ୍ରଦର୍ଶିତ କରାଯିବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଜଣେ ମହିଳା ହୋଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଶିଖରକୁ ଚଢ଼ି ବିଶ୍ୱର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ଢେଙ୍କାନାଳର କଳ୍ପନା ଦାଶ। ରାଜ୍ୟର କ୍ରୀଡାବିତ୍‌ ଓ ଯୁବପିଢ଼ି ପାଇଁ ରୋଲ୍‌ ମଡେଲ କଳ୍ପନା ଦ୍ୱିତୀୟଥର ପାଇଁ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଗତ ଗୁରୁବାର କଳ୍ପନାଙ୍କର ମୃତ୍ୟୁ ଘଟିଥିଲା। ୪୯ବର୍ଷୀୟା କଳ୍ପନା ‘ତିନି ମହିଳା ଅଭିଯାତ୍ରୀ’ ଦଳର ସଦସ୍ୟ ଭାବରେ ଏହି ଦୁଃସାହସିକ ଅଭିଯାନ କରୁଥିଲେ। ହେଲେ ଅମ୍ଳଜାନ ଅଭାବରୁ ଏଭରେଷ୍ଟର ବାଲ୍‌କୋନୀ ଏରିଆରେ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚତ୍ ପାଦଦେଶକୁ ଓହ୍ଲାଇବାବେଳେ ଏହି ଦୁର୍ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

ଓଡ଼ିଶା ପୋଲିସର ୩୫୩ ଏଏସ୍‌ଆଇଙ୍କୁ ପଦୋନ୍ନତି

କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର(ଏଏସ୍‌ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ...

ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌...

‘ଅମ୍ଫନ୍‌’: ପଶ୍ଚିମବଙ୍ଗର ଦୀଘାକୁ ଛୁଇଁବା ସମ୍ଭାବନା

ଭୁବନେଶ୍ୱର,୧୬।୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଙ୍କଟରେ ଛଟପଟ ହେଉଥିବା ଓଡ଼ିଶା ଏବେ ପୁଣି ଆଉ ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବାକୁ ଯାଉଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।...

ଆନ୍ଦୋଳନକୁ ଓହ୍ଲାଇଲେ ଅଣନିଯୁକ୍ତ ଡାକ୍ତର

ଭୁବନେଶ୍ୱର,୯।୧୨: ସରକାର କହୁଛନ୍ତି ରାଜ୍ୟରେ ଡାକ୍ତର ନାହାନ୍ତି। କିନ୍ତୁ ଏପଟେ ୧୬୦୦ ଡାକ୍ତର ବେକାର ହୋଇ ବସିଛନ୍ତି। ଏଭଳି ଅଭିଯୋଗ ଆଣି ବେକାର ବସିଥିବା ଡାକ୍ତରମାନେ...

ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବେ ଇପିଏଫ୍‌ ଉପଭୋକ୍ତା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଇପିଏଫ୍‌ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର (ଲାଇଫ୍‌ ସାର୍ଟିଫିକେଟ) ଦାଖଲ କରିପାରିବେ। ଇପିଏଫ୍‌ ଉପଭୋକ୍ତାମାନେ ମାସିକ ପେନସନ...

Advertisement
Archives

Model This Week