Posted inଜାତୀୟ

ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ।
କ୍ୟାବିନେଟର ଏହି ସଂଶୋଧନ ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ନିଜର କନ୍‌ସୋଲିଡେଟେଡ ଫଣ୍ଡ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରେ ଆଧାରକୁ ବ୍ୟବହାର କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୀର୍ଘଦିନ ହେଲା ରାଜ୍ୟଗୁଡିକ ନିଜ ଯୋଜନାରେ ଆଧାର ବ୍ୟବହାର ଲାଗି ଦାବି କରିଆସୁଥିଲେ। କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ ପାଣ୍ଠି ଆସୁଥିବା ଯୋଜନାଗୁଡ଼ିକରେ ଆଧାର ବ୍ୟବହାର କରାଯାଇପାରିବ ବୋଲି ସୁୁପ୍ରିମକୋର୍ଟ ନିଜ ରାୟରେ ଦର୍ଶାଇଥିଲେ। କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ ପାଣ୍ଠିରୁ ହିତାଧିକାରୀଙ୍କୁ ସବ୍‌ସିଡି ପ୍ରଦାନ କରୁଛନ୍ତି, ଠିକ୍‌ ସେହିପରି ରାଜ୍ୟଗୁଡ଼ିକ ଆଧାର ବ୍ୟବହାର କରି ରିହାତି ଦେଇପାରିବେ। ଏଥିପୂର୍ବେ ଚଳିତ ମାସରେ ଆଧାର ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଯାଇସାରିଛି। ଏହି ସଂଶୋଧନ ଜରିଆରେ ମୋବାଇଲ ଫୋନ ଲାଗି ସିମ୍‌ ନେବା ଏବଂ ନୂଆ ବ୍ୟାଙ୍କ ଖାତା ଖୋଲିବାରେ ଆଧାର ବ୍ୟବହାର କରାଯାଇପାରିବ। ବୁଧବାର ଆଧାର ଆଇନରେ ଆଉ ଏକ ସଂଶୋଧନ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି କ୍ଷମତା ପାଇବେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପରେ ସମ୍ପୃକ୍ତ ସଂଶୋଧନକୁ ଏଥିରେ ଯୋଡାଯାଇଛି। ଏପରି ସ୍ଥିତିରେ କ୍ୟାବିନେଟ ଦେଇଥିବା ମଞ୍ଜୁରୀକୁ ପରେ ଦିଆଯାଇଥିବା ସହମତି ଭଳି ମନେକରାଯିବ। ସଂଶୋଧିତ ବିଲ୍‌ରେ ଏକ ନୂଆ ଧାରା ୫ଏ ଯୋଡାଯାଇଛି। ବିଲ୍‌ର ଧାରା ୭ରେ କେନ୍ଦ୍ରର ‘ଏକୀକୃତ ପାଣ୍ଠି’ ସହିତ ରାଜ୍ୟଗୁଡ଼ିକର ‘ଏକୀକୃତ ପାଣ୍ଠି’ ଶବ୍ଦକୁ ଯୋଡାଯାଇଛି। ଜାଭଡେକର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୨୮ କୋଟି ପଞ୍ଜୀକୃତ ଆଧାର କାର୍ଡ ରହିଛି। ରାଜ୍ୟ ସରକାରଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ନିଜର ଯୋଜନାର ହିତାଧିକାରୀଙ୍କୁ ସବ୍‌ସିଡି ଦେବା ଦ୍ୱାରା ଜାଲ୍‌ ହିତାଧିକାରୀ ହଟିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri